5 ଟି ଯାହା ଆପଣ ପାଣି ପିଇବା ସମୟରେ କରିଥାନ୍ତି, ଜାଣନ୍ତୁ ଏହା ଦ୍ଵାରା ଆପଣଙ୍କ ଶରୀରରେ କଣ କ୍ଷତି ହୁଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ସଜୀବଙ୍କ ପାଇଁ ଜଳ ନିହାତି ଦରକାର ହୋଇଥାଏ । ତେଣୁ ସମସ୍ତ ପ୍ରାଣୀ ନିଜର ତୃଷା ମେଣ୍ଟାଇବାକୁ ଜଳ ସେବନ କରିଥାନ୍ତି । ପାଣିକୁ ଯଦି ସଠିକ ପରିମାଣର ଓ ସଠିକ ଢଙ୍ଗରେ ପିଆଯାଇଥାଏ । ତେବେ ପାଣି ଶରୀରରେ ବହୁତ ଭଲ ପ୍ରଭାବ ପକାଇଥାଏ । ପାଣିକୁ ଢକ ଢକ କରି ପିଇବାର ତରିକା ଠିକ ହୋଇନଥାଏ । ଯଦି ପାଣି ପିଇବା ସହିତ ପାଣିର ଶରୀର ଉପରେ ଠିକ ପ୍ରଭାବ ପକାଇବାକୁ ଚାହୁଁଥାନ୍ତି ।

ତେବେ ପାଣିକୁ ମୁହଁରେ ଲଗାଇ ଧରେ ଧୀରେ ବସିକରି ପିଇବା  ଉଚିତ ।  ପାଣିକୁ ବହୁତ ଥଣ୍ଡା କିମ୍ବା ବହୁତ ଗରମ କରି ପିଇବା ଅନୁଚିତ । ପାଣିକୁ ସର୍ବଦା ରୁମ୍ ଟେମ୍ପ୍ରେଚର ବା ସାଧାରଣ ଥିବା ଅବସ୍ତାରେ ହିଁ ସେବନ କରିବା ଉଚିତ । କାରଣ ଅଧିକ ଥଣ୍ଡା କିମ୍ବା ଅଧିକ ଗରମ ପାଣି ଶରୀର କୁପ୍ରଭାବ ପକାଇଥାଏ । ଯଦି ବ୍ୟକ୍ତିକୁ ଅଧିକ ଗରମ ଲାଗୁଥାଏ ।

ତେବେ ସେ ମାଟିର ପାତ୍ରରେ ପାଣି ରଖି ସେହି ଥଣ୍ଡା ପାଣିକୁ ଆଣି ସେବନ କରିବା ଉଚିତ । ଯାହା ଦ୍ଵାରା ପେଟ ଥଣ୍ଡା ରହିବା ସହିତ ଶରୀରକୁ ଠିକ ପାଣି ମିଳିଥାଏ ।  ଖାଦ୍ୟ ଖାଇବାର ଠିକ ପୂର୍ବରୁ,  ଖାଦ୍ୟ ଖାଇବାର ମଝିରେ କିମ୍ବା ଖାଦ୍ୟ ଖାଇବାର ସଙ୍ଗେ ସଙ୍ଗେ ପାଣି ପିଇବା ଜମାରୁ ଠିକ କଥା ହୋଇନଥାଏ ।

କାରଣ ଖାଦ୍ୟ ଖାଇବା ପୂର୍ବରୁ ପେଟରେ ଏସିଡ ରହିଥାଏ । ଯାହା ଖାଦ୍ୟ ପେଟକୁ ଗଳାପରେ ତାହା ଖାଦ୍ୟକୁ ହଜମ କରିବାରେ ସାହାଜ୍ଯ କରିଥାଏ । ଯଦି ବ୍ୟକ୍ତି ଖାଦ୍ୟ ଖାଇବାର ପୂର୍ବରୁ, ପରେ କିମ୍ବା ମଝିରେ ପାଣି ପିଇଦେଇଥାଏ । ତେବେ ପେଟରେ ଜଳୁଥିବା ଏସିଡ ରୂପକ ଜ୍ଵଳନ ଲିଭିଯାଇଥାଏ ।

ଯାହା ଦ୍ଵାରା ଖାଦ୍ୟ ପେଟକୁ ଗଲାପରେ ଠିକ ଭାବରେ ହଜମ ହୋଇପାରିନଥାଏ । ଯାହା ଦ୍ଵାରା ଖାଦ୍ୟ ପେଟରେ ବହୁତ ସମୟ ପଡିରହିଥାଏ ଓ ଗ୍ଯାସ, ଏସିଡିଟି ଭଳି ସମସ୍ଯା ହୋଇଥାଏ । ତେଣୁ ଖାଦ୍ୟ ଖାଇବାର ୧ ଘଣ୍ଟା ପୂର୍ବରୁ କିମ୍ବା ଖାଦ୍ୟ ଖାଇବାର ୧ ଘଣ୍ଟା ପରେ ପାଣି ପିଇବା ଉଚିତ । ଯାହା ଦ୍ଵାରା ଖାଦ୍ୟ ଠିକ ଭାବରେ ହଜମ ହୋଇ ଶରୀରର ବିଭିନ୍ନ ସ୍ଥାନକୁ ଯାଇଥାଏ ।

ପ୍ଲାଷ୍ଟିକ ବୋତଲରେ ପାଣି ସେବନ କରିବା ଜମାରୁ ଉଚିତ ନୁହେଁ । ସର୍ବଦା ପାଣିକୁ କପର, ଷ୍ଟିଲ, ଗ୍ଲାସ କିମ୍ବା ମାଟି ପାତ୍ରରେ ପାଣିକୁ ପିଇବା ଉଚିତ । ପ୍ରତ୍ଯେକ ବ୍ୟକ୍ତିକୁ ନିଜର ଜୀବନଶୈଳୀକୁ ଅନୁଧ୍ୟାନ କରି ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ ।

ଯାହା ଦ୍ଵାରା ବ୍ୟକ୍ତିର ଶରୀରରୁ ଅଦରକାରୀ ବର୍ଜ୍ୟବସ୍ତୁ ଶରୀରରୁ ବାହାରି ଯିବା ସହିତ ଶରୀର ରୋଗମୁକ୍ତ ଓ ସତେଜ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *