ବାଛନ୍ତୁ ଗୋଟିଏ ହାର୍ଟ, ଜାଣନ୍ତୁ ନିଜ ଭବିଷ୍ୟତ ବିଷୟରେ କିଛି ଖାସ କଥା

ପ୍ରତ୍ୟକ ମନୁଷ୍ୟକୁ ତାର ଭବିଷ୍ୟତ ଜାଣିବାକୁ ଜିଜ୍ଞାସା ରହିଥାଏ । କେତେବେଳେବ କଣ ହେବ, ଯେଉଁ ସ୍ୱପ୍ନ ସେ ଦେଖୁଛି ତାହା ସତ୍ୟ ହେବ କି ନାହିଁ ଏମିତି ବହୁତ କଥା ସେ ଭାବିଥାଏ । ଆମ୍ଭେମାନେ ଜାଣିଚୁ ଯେ ଆମର ଗୋଟିଏ ଚଏସ ହିଁ ଆମର ଜୀବନକୁ ଠିକ କରିଦେଇଥାଏ । ତେବେ ଆସନ୍ତୁ କେମିତି ଆପଣ ନିଜେ ନିଜର ଭବିଷ୍ୟତ ଜାଣିବେ । ଏବେ ଆପଣ ଏହି ତିନୋଟି ରଙ୍ଗକୁ ବାଛନ୍ତୁ ।

ଯଦି ଆପଣ ଗୋଲାପୀ ରଙ୍ଗକୁ ପସନ୍ଦ କରିଛନ୍ତି, ତାହାଲେ ଏହାର ଅର୍ଥ ହେଉଛି ଯେ ପ୍ରକୃତି ତୁମକୁ ନିଜ ଆଡକୁ ଟାଣୁଛି । ଆପଣ ସେହି କାର୍ଯ୍ୟରେ ରୁଚି ରଖନ୍ତୁ, ଯେଉଁଥିରେ ପ୍ରକୃତି ଆପଣଙ୍କ ସହିତ ରହିଛି । ସୂର୍ୟଦ୍ୱୟ ଦେଖିବା, ଫୁଲ ବଗିଚାରେ ବସିବା ଓ ସବୁ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ଆପଣଙ୍କୁ ସର୍ବଦା ଖୁସି ଲାଗିବ । ଯଦି ଆପଣ କୌଣସି ମନ ଦୁଃଖରେ ବସିଛନ୍ତି ତାହେଲେ ଆପଣ ଫୁଲ ବଗିଚାରେ ବସନ୍ତୁ ଓ ପ୍ରକୃତି ସହିତ ରୁହନ୍ତୁ । ତାହେଲେ ଆପଣଙ୍କ ସବୁ ସମସ୍ୟା ଦୁରେଇଯିବ ।

ଯଦି ଆପଣ ସବୁଜ ରଙ୍ଗ ବାଛିଛନ୍ତି, ତେବେ ଆପଣଙ୍କ ଭବିଷ୍ୟତ ଏହା କହୁଛି ଯେ ଆପଣ କେଉଁ ଦୂର ସ୍ଥାନକୁ ଯିବାର ଯୋଜନାରେ ଅଛନ୍ତି । ଏହା ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ଅଟେ । ଏହା ଆପଙ୍କର ନିଜ ବିଷୟରେ ଭାବିବାର ସମୟ ନୁହେଁ, ଏହା ଆପଣଙ୍କ ପରିବାର ବିଷୟରେ ଭାବିବାର ସମୟ । ଏହାସହିତ ଆପଣଙ୍କୁ ଭବିଷ୍ୟତରେ ଏକ ବଡ ଦାଇତ୍ୱ ମିଳିବାକୁ ଯାଉଛି । ସେଥିପ୍ରତି ଆପଣଙ୍କୁ ପ୍ରସ୍ତୁତ ହେଇ ରହିବାକୁ ପଡିବ ।

ଯଦି ଆପଣ ଶେଷ ବା ହଳଦିଆ ରଙ୍ଗକୁ ବଛିଛନ୍ତି ତାହାଲେ ଏହା ଆପଣଙ୍କ ପାଇଁ ଏକ ଖାସ ସଂଦେଶ ନେଇ ଆସୁଛି । କଣ ଆପଣ ଭାବିଛନ୍ତି, ଯେଉଁ ଜୀବନ ଆପଣ ଜୀଉଛନ୍ତି ତାହା ଆଗରୁ କେବେ ଭାବିଥିଲେ । ଆପଣଙ୍କୁ ଏକ ବଡ ଜିନିଷ ହାସଲ ହେବାକୁ ଯାଉଛି । ଏହା ସହିତ ଆପଣ ଖୁବ ଶୀଘ୍ର ମଧ୍ୟ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଆପଣ ଯାହା ମନରେ ଭାବୁଥିଲେ ତାହା କରି ପାରୁନଥିଲେ, ସେଥିପାଇଁ ଏବେ ସେହି ସମୟ ଆସି ପହଞ୍ଚି ଯାଇଛି । ଆପଣ ଜୀବନରେ ଆଗକୁ ସବୁ କାର୍ଯ୍ୟ ସାହସ ଓ ନିର୍ଭୀକତାର ସହ କରିଚାଲନ୍ତୁ, ଆପଣ ଆଗକୁ ବହୁତ ସଫଳତା ପଇବେ ।

ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *