Health Tips- ଚା’ରେ ଏହି 2ଟି ଜିନିଷ ପକାଇଦେବେ ତ ଚା’ ହେଇଯିବ ଅମୃତ ! Cholesterol, ସୁଗାର, Joint Pain ଓ ବ୍ଲଡ ପ୍ରେସର କିଛି ବି ହେବନି…

ନମସ୍କାର ବନ୍ଧୁଗଣ, ଚାହାର କପ ଆମ ଭାରତୀୟ ମାନଙ୍କ ଘରେ ସକାଳ ସମୟରେ ନିହାତି ଭାବରେ ଥିବ । ଲୋକେ ସବୁଠାରୁ ଅଧିକ ଚାହା ପିଇବା ପାଇଁ ପସନ୍ଦ କରୁଛନ୍ତି । ଘରକୁ କେହି ଅତିଥି ଆସିଲେ ତାଙ୍କୁ ପ୍ରଥମେ ଚାହା ଦେଇ ଚର୍ଚ୍ଚା କରାଯାଉଛି । ହେଲେ ଅତ୍ୟଧିକ ଚାହା ଆମ ଶରୀର ପାଇଁ କ୍ଷତିକାରକ ଅଟେ । କିନ୍ତୁ ଯଦି ଆପଣ ଚାହାରେ ଦୁଇଟି ଜିନିଷ ମିଶାଇ ଦେବେ ତେବେ ଚାହା ଆପଣଙ୍କ ଦେହର ଛୋଟ ବଡ ସବୁ ରୋଗକୁ ଭଲ କରିଦେବ ତେବେ ଆସନ୍ତୁ ଜାଣିବା ।

ଯଦି ଆପଣ ନିଜ ଚାହାରେ ଅଦା ପକାଇଦେବେ ତେବେ ଏଥିରୁ ଆପଣ ବହୁତ ବଢିଆ ଫାଇଦା ପାଇବେ । ଅଦାରେ ବହୁତ ଅଧିକ ଆଣ୍ଟି ଇନଫ୍ଲାମେଣ୍ଟୋରୀ ପ୍ରଡ଼କ୍ଟ ରହିଥାଏ ଯାହାକି ଆପଣଙ୍କ ଶରୀର ଭିତରୁ ସୁଜନ ଏବଂ କଷ୍ଟକୁ ଦୂର କରିଦେଇଥାଏ । ଆପଣଙ୍କ ଆଣ୍ଠୁ ଗଣ୍ଠିରେ କଷ୍ଟ ଥିଲେ ତାହାକୁ ମଧ୍ୟ ଦୂର କରିଦେଇଥାଏ ଚାହାରେ ପଡିଥିବା ଅଦା ।

ଏହା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତିକୁ ବଢାଇ ଦେଇଥାଏ । ଯଦି ଆପଣଙ୍କ ଓଜନ ଅଧିକ ବଢିଯାଇଥାଏ ତାହାକୁ କମେଇବାରେ ସାହାର୍ଯ୍ୟ କରିଥାଏ ଅଦା । ଆପଣଙ୍କ ହଜମ ପ୍ରକ୍ରିୟାକୁ ଭଲ ରଖିଥାଏ । ଆପଣଙ୍କୁ ଚାହାରେ ଅଦା ବ୍ୟତୀତ ଡାଲଚିନି ମଧ୍ୟ ପକାଇବା ଜରୁରୀ । ଡାଲଚିନି ଆପଣଙ୍କ ବ୍ଲଡ଼ ସୁଗାରକୁ କମ କରିବାର କାମ କରିଥାଏ ।

ଏକ ସୁନ୍ଦର ବାସ୍ନା ଭରିଦେଇଥାଏ ଆପଣଙ୍କ ଚାହାରେ । ଡାଲଚିନି ଭିତରେ ଆଣ୍ଟି ମାଇକ୍ରୋବିଲ ପ୍ରପୋର୍ଟି ରହିଥାଏ ଯାହା ଆପଣଙ୍କ ଶରୀରରେ ଯଦି ଇନଫେକସନ ହୋଇଯାଏ ତେବେ ତା ସହ ଲଢିବାର କାମ କରିଥାଏ। ଯଦି ଆପଣ ଏକ କପ ଚାହା ତିଆରି କରୁଛନ୍ତି ତେବେ ସେଥିରେ ଆପଣ ଅଧ ଚାମଚ ଘସା ହୋଇଥିବା ଅଦା ନିହାତି ଭାବରେ ପକାନ୍ତୁ । ଏହାପରେ ଆପଣ ଅଧ ଚାମଚର ଅଧା ପକାନ୍ତୁ ଡାଲଚିନି ଗୁଣ୍ଡ । ଯଦି ଆପଣ ଗୁଜୁରାତି ପକାଇବା ପାଇଁ ଚାହୁଁଥାନ୍ତି ତେବେ ଆପଣ ଗୋଟିଏ ଗୁଜୁରାତି ପକାଇ ପାରିବେ ।

ଚାହା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଆପଣ ଏକ ପାତ୍ରରେ ପାଣି ଢାଳି ଏହି ତିନୋଟି ଯାକ ଜିନିଷ ଏଥିରେ ଫୁଟାଇ ଦିଅନ୍ତୁ ।  ପାଣି ଭଲ ଭାବରେ ଫୁଟିବା ପରେ ଯାଇ ଆପଣ ଏଥିରେ କ୍ଷୀର ମିଶାଇବା ଉଚିତ । ଚାହାକୁ ଆପଣ ଧିମା ଆଞ୍ଚରେ ଫୁଟାଇବା ଦ୍ଵାରା ଆପଣଙ୍କୁ ଭଲ ଫାଇଦା ମିଳିଥାଏ ।

ଯଦି ଆପଣ ଚାହାକୁ ଅଧିକ ସ୍ଵାସ୍ଥ୍ୟକର ବନାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଚାହାରେ ଚିନି ପକାଇବା ବଦଳରେ ଗୁଡ ପକାନ୍ତୁ । ଗୋଟିଏ ଦିନରେ ଆପଣ ଦୁଇ ରୁ ତିନି ଥର ଚାହା ପିଅନ୍ତୁ । ଏହାଠୁ ଅଧିକ ଆପଣ ଚାହା ପିଇବା ଅନୁଚିତ । ଖାଇସାରିବା ପରେ ତୁରନ୍ତ ଚାହା ପିଇବା ଉଚିତ ହୋଇନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *