Health Tips- ଚା’ ପିଇବାର 12ଟି କ୍ଷତି ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ, ଚା’ ପିଉଥିଲେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ସକାଳୁ ଉଠିବା ପରେ ଆମକୁ ଆମ ମୁଣ୍ଡ ପାଖରେ ଚାହା କପେ ନିହାତି ଦରକାର ହୋଇଥାଏ । କାରଣ ଚାହାର ସେବନ ଆମ ଭାରତୀୟ ମାନଙ୍କ ଅଭ୍ୟାସ ପାଲଟି ସାରିଲାଣି । ଚାହା ମଣିଷକୁ ସତେଜ ଅନୁଭୂତ କରାଇବା ସହ ଶରୀରର ଥକା ପଣରୁ ମଧ୍ୟ ମୁକ୍ତି ଦେଇଥାଏ । ବର୍ତ୍ତମାନ ଚାହା ବିନା ଦିନର ଆରମ୍ଭ ଅସମ୍ଭବ ହୋଇଗଲାଣି । କିନ୍ତୁ କଣ ଆପଣ ଜାଣନ୍ତି ଯାହାକୁ ଆପଣ ପ୍ରତ୍ୟକ ଦିନ ସେବନ କରୁଛନ୍ତି ତାହାର କଣ ଖରାପ ପ୍ରଭାବ ପଡୁଛି ଆପଣଙ୍କ ଶରୀରରେ ।

ତେବେ ଆସନ୍ତୁ ଜାଣିବା ଚାହାର 12ଟି କ୍ଷତି ସହ ସେଥିରୁ ବଞ୍ଚିବାର ଉପାୟ । ଆପଣଙ୍କୁ ଦିନକୁ ଥରେ କିମ୍ବା ଦୁଇଥର ଚାହା ପିଇବା ଉଚିତ ନୁହେଁ । ଭାରତର ଜଳବାୟୁ ଅନୁଯାୟୀ ଚାହା ଭାରତୀୟ ମାନଙ୍କ ପାଇଁ ଉଦ୍ଧିଷ୍ଟ ନୁହେଁ । ଆମ ଶରୀରର ତାପମାତ୍ରା ଗରମ ଥାଏ ଆଉ ଚାହାର ସେବନ ସେହି ତାପମାତ୍ରାକୁ ବହୁତ ଅଧିକ ଗରମ କରିଦେଇଥାଏ । ଯାହା ଫଳରେ ଆପଣଙ୍କ ଠାରେ ଗ୍ୟାସ ସମସ୍ୟା ଦେଖା ଦେଇଥାଏ ।

ଅଧିକ ଚାହାର ସେବନ ଆପଣଙ୍କ ହଜମ କରିବାର ପ୍ରକ୍ରିୟାକୁ ବହୁତ ଧୀର କରିଦେଇଥାଏ । ଚାହା ପିଇବା ଦ୍ଵାରା ହାଡ ଦୁର୍ବଳ ହେବାକୁ ଲାଗିଥାଏ । ଏଥିପାଇଁ ଅନେକ ଲୋକଙ୍କ ଥରେ ଆଣ୍ଠୁ ଗଣ୍ଠି ତଥା ଅଣ୍ଟା ବ୍ୟାଥା ଦେଖିବାକୁ ମିଳିଥାଏ । ଅତ୍ୟଧିକ ଚାହାର ସେବନ ଫଳରେ ରକ୍ତଚାପ, ଷ୍ଟ୍ରୋକ ଏବଂ ହାର୍ଟ ଆଟାକ ଭଳି ରୋଗ ଆପଣଙ୍କ ଶରୀରରେ ଦେଖାଦେଇଥାଏ ।

କିଛି ଲୋକ କାମ ଚାପ ପାଇଁ ଚାହାର ସେବନ କରି ନିଜକୁ ଅନିଦ୍ରା ରଖିବା ପାଇଁ ପ୍ରୟାସ କରନ୍ତି । ଆପଣଙ୍କର ଏହି କାର୍ଯ୍ୟ ଆପଣଙ୍କ ଅଭ୍ୟାସ ପାଲଟିଯାଏ । ଯାହା ଫଳରେ ଆଉ ଆପଣଙ୍କୁ ନିଦ ହୋଇନଥାଏ ରାତିରେ । ନିଦ ପୁରା ନ ହେବା କାରଣରୁ ଆପଣଙ୍କ ମାନସିକ ଚିନ୍ତା ବଢିଥାଏ । ଆପଣ ସବୁବେଳେ ଚିଡ ଚିଡା ମୁଡରେ ମଧ୍ୟ ରହିଥାନ୍ତି । ଚାହା ଛାଡିବା ପାଇଁ ଆପଣ ଗରମ ପାଣିକୁ କପରେ ନେଇ ଚାହା ପିଇବା ଭଳି ପିଅନ୍ତୁ ଏହା ଆପଣଙ୍କ ଚାହା ପିଇବାର ଅଭ୍ୟାସକୁ ଧୀରେ ଧୀରେ ଭାଙ୍ଗିଦେବ ।

ଯଦି ବି ଚାହା ପିଇବାର ଆଦତ ଛାଡି ପାରୁନାହାନ୍ତି ତେବେ ଆପଣ ପାଣି ଫୁଟିବା ସମୟରେ ଚାହା ପତି ନପକାଇ ଫୁଟି ସାରିବା ପରେ ଚାହା ପତି ପକାନ୍ତୁ ଏବଂ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏହି ଉପାୟରେ ଆପଣ ଚାହା ପ୍ରସ୍ତୁତ କରିବା ଦ୍ଵାରା ଚାହାର ଅଧିକ ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିନଥାଏ ।

ଯଦି କ୍ଷୀର ଚାହା ପିଉଛନ୍ତି ତେବେ ଆପଣ ପାଣି ଏବଂ କ୍ଷୀରକୁ ଅଲଗା ଫୁଟାନ୍ତୁ । ଫୁଟିସରିବା ପରେ ଗୋଟିଏ ଜାଗାରେ ପଣି କ୍ଷୀର ଏବଂ ଚାହା ପତି ମିଶାଇ ଏହି ଉପାୟ ଚାହା ପ୍ରସ୍ତୁତ କରି ପିଅନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *