ବ୍ରଣ ଓ କଳାଦାଗ ସମସ୍ଯା ପାଇଁ ଚିନ୍ତିତ ଥିଲେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଅ ହେଉ ଅବା ଝିଅ ହେଉ ଉଭୟଙ୍କ କ୍ଷେତ୍ରରେ ବ୍ରଣ ସମସ୍ଯା ଆସିବା ଏକ ସାଧାରଣ ପ୍ରକ୍ରିୟା ହୋଇଥାଏ । ପ୍ରାୟତଃ  ୧୨ ରୁ ୨୪ ବର୍ଷ ବୟସର ପିଲାଙ୍କ କ୍ଷେତ୍ରରେ ବ୍ରଣ ସମସ୍ଯା ଅଧିକ ଭାବରେ ଦେଖାଯାଇଥାଏ । ଯେଉଁ ମାନଙ୍କର ସେବାସିସ ଗ୍ଲାଣ୍ଡ ଅଧିକ ଆକ୍ଟିଭ ଥାଏ । ସେମାନଙ୍କ ବ୍ରଣ ସମସ୍ଯା ଅଧିକ ଦେଖାଯାଇଥାଏ । ଶରୀରର ଆବଶ୍ୟକତା ଠାରୁ ଯଦି ଅଧିକ ପରିମାଣରେ ତେଲ ଓ ମସଲା ତଥା ସ୍ନେହସାର ଜାତୀୟ ଖାଦ୍ୟର ବହୁଳ ସେବନ କରିବା ।

ତେବେ ମଧ୍ୟ ବ୍ରଣ ହେବାର ସମ୍ଭାବନା ବଢିଯାଇଥାଏ । ବ୍ରଣ ବାହାରିବା ପାଇଁ ମୁଖ୍ୟ ଫ୍ୟାକ୍ଟର ଗୁଡିକ ହେଉଛି ଖାଦ୍ୟ, ପାନୀୟ ଓ ଋତୁ । ଯଦି ଏଥିରେ ଅସନ୍ତୁଳନ ଆସିଥାଏ।  ତେବେ ବ୍ରଣ ବାହାରିଥାଏ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାର ଫେସ ପ୍ୟାକ ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ଯଦି କୌଣସି ଇନଫେକସନ ହୋଇଥାଏ ।

ତେବେ ବ୍ରଣ ଅଧିକ ବଢିଯାଇଥାଏ । ଶୀତ ଦିନରେ ଗାଧୋଇବା ସମୟରେ ଯଦି ଗାଧୋଇବା ପାଣିରେ ନୀମ ଓ ହଳଦୀ ପକାଇ ଗାଢାନ୍ତି । ତେବେ ଏହା ସ୍କିନ ଉଓରେ ବହୁତ ଭଲ ପ୍ରଭାବ ପକାଇଥାଏ । ଏହା ସହିତ ସ୍କିନ ଭଲ ରଖିବାକୁ ହେଲେ ଓ ସ୍କିନରେ ଉଜ୍ବଳତା ବଢାଇବା ପାଇଁ ଯଥେଷ୍ଟ ପାଣିର ସେବନ କରିବା ମଧ୍ୟ ଉଚିତ । ଖରା ଦିନେ ପାଣିରେ ଲେମ୍ବୁ ରସ ଓ କମଳା ରସ ପକାଇ ଗାଧୋଇବା ଦ୍ଵାରା ସ୍କିନ ଭଲ ରହିଥାଏ ।

ମୁହଁରେ ଡଷ୍ଟ ଜମିବାକୁ ଦିଅନ୍ତୁ ନାହିଁ । କାରଣ ମୁହଁରେ ଅଧିକ ପରିମାଣରେ ଡଷ୍ଟ ଜମି ଜମି ମୁହଁରେ ପିମ୍ପଲ ବାହାରିଥାଏ । ସେଥିପାଇଁ ବାହାରକୁ ଯିବା ସମୟରେ ମୁହଁକୁ ଘୋଡାଇ ଯିବା ଉଚିତ । ଏହା ସହିତ ଖରା ଗରମରୁ ବାହାରୁ ଘରକୁ ଆସିବା ପରେ ମୁହଁକୁ ପ୍ରଥମେ ଥଣ୍ଡା ପାଣିରେ ଧୋଇ ସଫା କରନ୍ତୁ । ତାପରେ ମୁହଁରେ ଯେଉଁ ସବୁ ଜାଗାରେ କଳା ଦାଗ ରହିଛି । ସେହି ସବୁ ଜାଗାରେ ମହୁ, ଗୋଲାପ ଜଳ ଓ ଲେମ୍ବୁ ରସ ମିଶାଇ ସେହି ସବୁ ଜାଗାରେ ତୁଳା ସାମାଜ୍ୟରେ ପୋଛି ଭଲ ଭାବରେ ମୁହଁକୁ ପରିଷ୍କାର କରି ଦିଅନ୍ତୁ ।

ବହୁତ ଲୋକଙ୍କର ଅଧିକ ଚିନ୍ତା କାରଣରୁ ପିମ୍ପଲ ବାହାରିଥାଏ । ରାତିରେ ଶୀଘ୍ର ଶୋଇବା ଓ ସକାଳୁ ଶୀଘ୍ର ଉଠିବା ଦ୍ଵାରା ଚିନ୍ତା କମିଥାଏ । ପିରିଅଡ୍ ସମୟରେ ଝିଅ ମାନଙ୍କର ଶରୀରରେ ହରମୋନଲ ପରିବର୍ତ୍ତନ କାରଣରୁ ବ୍ରଣ ଆସିଥାଏ । ଡ୍ରାଏ ସ୍କିନରେ ବେଶି କାଠ ବ୍ରଣ ଦେଖାଯାଇଥାଏ ।

ତେଣୁ ନିଜର ସଠିକ ଖାଦ୍ୟର ସେବନ ଓ ସ୍କିନର ପ୍ରପର ଯତ୍ନ ନେବା ଦ୍ଵାରା ବ୍ରଣ ସମସ୍ଯା ସଂପୂର୍ଣ୍ଣ ଭଲ ହୋଇଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *