ସୁନ୍ଦରୀ ଝିଅଙ୍କୁ ଭୁଲରେ ବି ବିବାହ କରନ୍ତୁ ନାହିଁ, ଜାଣନ୍ତୁ କଣ ଅଟେ କାରଣ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚାଣକ୍ୟ ନୀତି ଆଧାରରେ ବହୁତ କିଛି ମହତ୍ଵପୂର୍ଣ୍ଣ କଥା ବର୍ଣ୍ଣନା କରାଯାଇଛି । ଯେଉଁଥିରେ ଜନସମାଜକୁ ବହୁତ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ମିଳୁଅଛି । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ଯେଉଁ ଝିଅଙ୍କ ପାଖରେ ସର୍ବଗୁଣା ସମ୍ପର୍ଣ୍ଣା ଗୁଣ ରହିଥାଏ । ସେହି ଝିଅ ମାନେ ସାକ୍ଷାତ ଦେବୀ ସ୍ଵରୁପା ହୋଇଥାନ୍ତି । କାରଣ ସେହିପରି ନାରୀ ଯେଉଁ ଘରେ ରହିଥାନ୍ତି । ସେହି ଘର ଉନ୍ନତି କରିଥାଏ ।

ବିବାହ ସମୟରେ ଯେତେବେଳେ ପୁଅ ଓ ପୁଅର ଘର ଲୋକଙ୍କୁ ଝିଅ ବାଛିବାକୁ କୁହାଯାଇଥାଏ । ସେମାନେ ଯେତେବେଳେ ଝିଅଙ୍କ ଘରକୁ ଯାଇଥାନ୍ତି । ସେତେବେଳେ ସେମାନେ ଝିଅର ସୁନ୍ଦରତାକୁ ପ୍ରଥମେ ପ୍ରାଧାନ୍ଯ ଦେଇଥାନ୍ତି । ଝିଅଟି ଯେତେ ସୁନ୍ଦର ହୋଇଥିବ । ସେତେ ଶୀଘ୍ର ହିଁ ଲୋକମାନେ ଝିଅକୁ ପସନ୍ଦ କରିଦେଇଥାନ୍ତି ।

ଏହା ଛଡା ଯେତେବେଳେ ପୁଅଟିଏ କୌଣସି ନାରୀଙ୍କ ପ୍ରେମରେ ପଡିଥାଏ । ସେ ମଧ୍ୟ ପ୍ରଥମେ ନାରୀର ସୁନ୍ଦରତା ଉପରେ ଆକର୍ଷିତ ହୋଇଯାଇଥାଏ । ଯଦି କୌଣସି ପୁଅ ଝିଅର କେବଳ ସୁନ୍ଦରତାକୁ ଆଖି ଆଗରେ ରଖି ତାହାକୁ ନିଜ ପାଇଁ ଯୋଗ୍ୟ ମନେ କରି ତାହାକୁ ବିବାହ କରିଥାଏ । ତେବେ ତାହା ଠାରୁ ମୂର୍ଖ ସଂସାରରେ କେହି ନାହିଁ ।

ମା’ ସୀତାଙ୍କର ଅଧିକ ସୁନ୍ଦରତା କାରଣରୁ ତାଙ୍କର ଅପହରଣ ହୋଇଥିଲା । ଅଧିକ ଅଂହକାର କାରଣରୁ ରାବଣର ବିନାଶ ଘଟିଥିଲା । ଅଧିକ ଜ୍ଞାନ ଦେବା କାରଣରୁ ରାଜା ବଳିଙ୍କୁ ବନ୍ଧନରେ ବାନ୍ଧି ହେବାକୁ ପଡିଥିଲା ।  ଚାଣକ୍ୟଙ୍କ କହିବା ଅନୁସାରେ ଝିଅ କେବଳ ସୁନ୍ଦର ହେବା ଦ୍ଵାରା ଝିଅଟି ଶ୍ରେଷ୍ଠ ବୋଲି ତାକୁ ବିବେଚିତ କରାଯିବା ଉଚିତ ନୁହେଁ ।

କେବଳ ସୁନ୍ଦର ଥିବା ନାରୀ ହିଁ ସବୁକିଛି ଏହି କଥାକୁ ଆଚାର୍ଯ୍ୟ ଚାଣକ୍ୟ ଘୋର ବିରୋଧ କରିଛନ୍ତି । ଝିଅ ସେତେବେଳେ ହିଁ ଶ୍ରେଷ୍ଠ ବିବେଚିତ ହୋଇଥାଏ । ଯେତେବେଳେ ତା’ ପାଖରେ ନାରୀର ସବୁ କିଛି ସାଣ୍ଠଣା ଓ ଗୁଣ ଭରି ହୋଇରହିଥାଏ । କାରଣ ଏହିଭଳି ନାରୀ ମନେ ଘରର ସମସ୍ତ ସଦସ୍ୟଙ୍କୁ ସ୍ନେହ, ମମତାର ଡୋରୀରେ ବାନ୍ଧି ରଖିବାର କ୍ଷମତା ରଖିଥାନ୍ତି ।

ଘରକୁ ସ୍ଵର୍ଗ କରିଦେଇଥାନ୍ତି । ଯଦି କେବଳ ସୁନ୍ଦରତାକୁ ଆଖି ଆଗରେ ରଖି ଝିଅର ଅନ୍ୟ ଖରାପ ଗୁଣକୁ ବ୍ୟକ୍ତି ଚିହ୍ନିନପାରି ତାହାକୁ ବିବାହ କରିଥାଏ । ତେବେ ସେହି ବ୍ୟକ୍ତିର ବିବାହ ପରେ ବହୁ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ତେଣୁ ଚାଣକ୍ୟଙ୍କ କହିବା ଅନୁସାରେ ଝିଅଙ୍କର ସୁନ୍ଦରତାକୁ ଦେଖିବା ସହିତ ସେହି ଝିଅର ଗୁଣ, ସ୍ଵଭାବ, ସାଣ୍ଠଣା, ବ୍ୟବହାର ଓ ଚାଲିଚଳନୀକୁ ଦେଖି ବିବାହ କରିବା ଉଚିତ ।

କେବଳ ଝିଅର ସୁନ୍ଦରତା ଝିଅକୁ ଶ୍ରେଷ୍ଠ ବିବେଚିତ କରିପାରିନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *