Astrology- ବିବାହ ରେଖାରୁ ଜାଣନ୍ତୁ କେବେ ଓ କାହା ସହ ହେବ ଆପଣଙ୍କ ବିବାହ, Love ମ୍ୟାରେଜ ହେବ ଆରେଞ୍ଜ ?

ନମସ୍କାର ବନ୍ଧୁଗଣ, ହାତ ରେଖା ମଣିଷ ଭାଗ୍ୟ ସମ୍ପର୍କରେ ବହୁତ କିଛି ସୂଚନା ଦେଇଥାଏ । ବିବାହ ଠାରୁ ଆରମ୍ଭ କରି ଚାକିରି ତଥା ମୃତ୍ୟୁ ପର୍ଯ୍ୟନ୍ତ ତଥ୍ୟ ରଖିଥାଏ ହାତ ରେଖା । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣଙ୍କ ହାତ ରେଖା କିଭଳି ଥିଲେ ଆପଣଙ୍କ ବିବାହ ଶୁଭ ରହିବ ଭଲ ଜୀବନସାଥୀ ପାଇବେ ଏବଂ କାହା ସହ ବିବାହ ହେବ ଏହା ସମ୍ପର୍କରେ ଜାଣିବା ପାଇଁ ପାଇବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଆପଣଙ୍କ ହାତ ରେଖା କଣ କହୁଛି ।

ଆପଣଙ୍କ କାଣି ଆଙ୍ଗୁଠି ତଳେ ଥିବା ଗାର ଆଉ ହାର୍ଟ ଲାଇନ ମଧ୍ୟରେ ଯଦି ଆଉ ଏକ ଗାର ହାର୍ଟ ଲାଇନ ପାଖକୁ ଲାଗିକି ଥାଏ ତେବେ ଏହା ସୁଚାଇ ଥାଏ ଆପଣଙ୍କ ବିବାହ 25 ବର୍ଷ ଭିତରେ ହେବ । ଯଦି ଆପଣଙ୍କ ହାର୍ଟ ଲାଇନ ଆଉ କାଣି ଆଙ୍ଗୁଠି ତଳର ଲାଇନ ମଝିରେ ଥିବା ଗାରର ଡାହାଣ ପାଖରେ ଲାଗିକି ଆଉ ଏକ ଗାର ଥାଏ ତେବେ ଏହା ଆପଣଙ୍କର ବିବାହ 30 ବର୍ଷ ପରେ ହେବ ବୋଲି ସୂଚନା ଦେଇଥାଏ ।

ଆପଣଙ୍କ ହାତର ହାର୍ଟ ଲାଇନକୁ ଛୁଇଁ ଗୋଲେଇ ହୋଇ ଯଦି ଏକ ରେଖା ଆପଣଙ୍କ ହାତ କଣ ଆଡକୁ ଥାଏ ତେବେ ଏହା ଆପଣଙ୍କୁ ଭଲ ଜୀବନ ସାଥି ମିଳିବାର ସଙ୍କେତ ଦେଇଥାଏ । ଏହି ରେଖା ଥିବା ବ୍ୟକ୍ତିଙ୍କୁ ନିଜ ମନ ପସନ୍ଦର ଜୀବନ ସାଥି ମିଳିଥାଏ । ଏବଂ ହୃଦୟକୁ ବୁଝିବା ଭଳି ସବୁ ପରିସ୍ଥିତିରେ ସାଥ ଦେବା ଭଳି ସାଥି ଟିଏ ଏମାନଙ୍କୁ ମିଳିଥାଏ । ଆପଣଙ୍କ ସବୁ ଦୁଃଖରେ ସିଏ ସାମିଲ ମଧ୍ୟ ହେବେ ।

ସେହିଭଳି ଯଦି ଏହି ଗୋଲେଇଟି ହାର୍ଟ ଲାଇନକୁ ଛାଡି କାଣୀ ଆଙ୍ଗୁଠି ପଟକୁ ଗୋଲେଇ ହୋଇ କାଣି ଆଙ୍ଗୁଠିର ଶେଷ ଗାରକୁ ଛୁଇଁ ଥାଏ ତେବେ ଜାଣି ରଖିବେ ଆପଣଙ୍କ ଜୀବନସାଥି ଭଲ ଏତେ ଭଲ ପଡିବେ ନାହିଁ । ସେ ଆପଣଙ୍କୁ ଏଟଟେ ସହଯୋଗ କରିବେ ନାହିଁ ବା ସବୁ କାର୍ଯ୍ୟରେ ଆପଣଙ୍କୁ ତାଙ୍କର ସପୋର୍ଟ ମିଳିବ ନାହିଁ ।

ଯଦି ଆପଣଙ୍କ ହାର୍ଟ ଲାଇନ ବିଶି ଆଙ୍ଗୁଠି ତଳ ପର୍ଯ୍ୟନ୍ତ ଲମ୍ବିଥାଏ ତେବେ ଆପଣଙ୍କର ଆରେଞ୍ଜ ମ୍ୟାରେଜ ହୋଇଥାଏ । ଆଉ ଯଦି ଆପଣଙ୍କ ହାର୍ଟ ଲାଇନ ଯାଇ ବିଶି ଆଙ୍ଗୁଠି ଏବଂ ମାଝି ଆଙ୍ଗୁଠିରେ ମଝିରେ ଥିବା ଗ୍ୟାପ ଆଡକୁ ଯାଇଥାଏ ତେବେ ଏହା ସୁଚାଇ ଥାଏ କି ଆପଣଙ୍କର ପ୍ରେମ ବିବାହ ହେବ କିନ୍ତୁ ପରିବାରରେ କିଛି ବାଧା ବିଘ୍ନ ଦେଖା ଦେବ ।

ଏହାସତ୍ବେ ମଧ୍ୟ ଆପଣ ପ୍ରେମ ବିବାହ କରିବେ । ଏହିଭଳି ଆପଣଙ୍କର ହାତ ରେଖା ହୋଇଥିଲେ ଆସା କରୁଛୁ ଆପଣ ନିହାତି ଭାବରେ ଆପଣଙ୍କ ବିବାହ ସମ୍ବନ୍ଧୀୟ ସୂଚନା ପାଇପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *