Astrology- ବିବାହ ପରେ ନିଜ ସ୍ତ୍ରୀଙ୍କୁ ମହାରାଣୀ କରି ରଖନ୍ତି ଏହି ରାଶିର ପୁରୁଷ, ଭାଗ୍ୟଶାଳୀ ଝିଅଙ୍କୁ ହିଁ ମିଳେ ଏମିତି ସ୍ଵାମୀ !

ନମସ୍କାର ବନ୍ଧୁଗଣ, ପ୍ରତ୍ୟକ ଝିଅଙ୍କର ଏକ ସ୍ଵପ୍ନ ଥାଏ କି ବିବାହ ପରେ ତାଙ୍କ ସ୍ଵାମୀ ତାଙ୍କୁ ଖୁବ ଭଲ ପାଇବା ଦେବା ସହ ସମ୍ମାନ ମଧ୍ୟ ଦିଅନ୍ତୁ । ତ୍ତେବେ ଏହି ଆଶା ସ୍ଵପ୍ନ କିଛି ଝିଅଙ୍କର ପୁରା ହେଉଥିବା ବେଳେ ଆଉ କିଛି ଝିଅଙ୍କର ସଂସାରରେ ବିଶ୍ଵାସ ଭରସାର କମି ପାଇଁ ଫାଟ ସୃଷ୍ଟି ଯାହାଦ୍ୱାରା ସମ୍ପର୍କ ଭାଙ୍ଗିଯାଇଥାଏ । ତେଣୁ ବିବାହ ପୂର୍ବରୁ ପୁରୁଷଙ୍କ ରାଶିରୁ ଜାଣନ୍ତୁ କେଉଁ ରାଶିର ପୁରୁଷ ନିଜ ସ୍ତ୍ରୀଙ୍କୁ ରାଣୀ କରି ରଖିବା ପାଇଁ ପସନ୍ଦ କରନ୍ତି । ଡେରି ନକରି ଆସନ୍ତୁ ଜାଣିବା ।

ମେଷ ରାଶି: ଏହି ରାଶିର ପୁରୁଷ ବହୁତ ଅଧିକ ଯତ୍ନଶୀଳ ହୋଇଥାନ୍ତି । ଏମାନେ ସବୁବେଳେ ନିଜ ସ୍ତ୍ରୀର ଛୋଟ ବଡ ସବୁ କଥାର ଧ୍ୟାନ ରଖନ୍ତି । ଯଦି ସ୍ତ୍ରୀର କିଛି ଛୋଟ ଅସୁବିଧା ମଧ୍ୟ ହୁଏ ତେବେ ଏହି ରାଶିର ସ୍ଵାମି ବ୍ୟସ୍ତ ବିବ୍ରତ ହୋଇଯାନ୍ତି । ଏହି ରାଶିର ପୁରୁଷଙ୍କୁ ବିବାହ କରିବାର ଫାଇଦା ଏହା ହୋଇଥାଏ କି ଏମାନଙ୍କ ସହ ସମ୍ପର୍କ ଜୀବନସାରା ପାଇଁ ଭଲରେ ଚାଲିଥାଏ ।

ସଂସାର କରି ଛୋଟ ବଡ ଯୁକ୍ତିତର୍କ ହୋଇପାରେ କିନ୍ତୁ କେବେ ସମ୍ପର୍କ ଭାଙ୍ଗିବା ଯାଏ କଥା ଯାଇନଥାଏ । କିଛି ଭୁଲ ଥିଲେ ଶୀଘ୍ର ନିଜ ଭୁଲକୁ ମାନି ଯାଇଥାନ୍ତି ଆଉ କ୍ଷମା ମଧ୍ୟ ମାଗି ନିଅନ୍ତି । ମକର ରାଶି: ଏହି ରାଶିର ପୁରୁଷ ନିଜ ସ୍ତ୍ରୀଙ୍କୁ ନେଇ ସବୁବେଳେ ଗର୍ବ କରନ୍ତି । ସବୁବେଳେ ଏମାନେ ନିଜ ସ୍ତ୍ରୀକୁ ନିଜ ଜୀବନରେ ଆଗକୁ ବଢିବା ପାଇଁ ସୁଯୋଗ ଦେଇଥାନ୍ତି ଏବଂ ପ୍ରୋତ୍ସାହନ ମଧ୍ୟ ଦେଇଥାନ୍ତି ।

ନିଜ ସ୍ତ୍ରୀର ସୁରକ୍ଷା ପାଇଁ ଜୀବନ ଦେବା ପାଇଁ ବି ପଛାଇ ନଥାନ୍ତି ଏହି ରାଶିର ପୁରୁଷ । କେବେ ବି ଏମାନେ ପର ସ୍ତ୍ରୀ ଉପରେ ଖରାପ ନଜର ପକାଇ ନଥାନ୍ତି । ଏମାନଙ୍କ ଏହି ଗୁଣ ହିଁ ପତ୍ନୀଙ୍କ ସହ ଏମାନଙ୍କ ସମ୍ପର୍କକୁ ମଜବୁତ କରିଦେଇଥାଏ ।

ଧନୁ ରାଶି: ଏହି ରାଶିର ପୁରୁଷ ମହିଳା ମାନଙ୍କୁ ବହୁତ ସମ୍ମାନ ଦେଇଥାନ୍ତି । ପୁଅ ଏବଂ ଝିଅ ଭିତରେ କେବେ ବି କୌଣସି ପାର୍ଥକ୍ଯ ଏମାନେ କରିନଥାନ୍ତି । ସ୍ତ୍ରୀ ମୁହଁରେ ହସ ଟିକିଏ ଆଣିବା ପାଇଁ ସର୍ବଦା ପ୍ରୟାସ ଜାରି ରଖିଥାନ୍ତି । ଏମାନଙ୍କ ପାଇଁ ତାଙ୍କ ସ୍ତ୍ରୀ ହୀରା ସଦୃଶ ହୋଇଥାଏ । ଏହି ରାଶିର ପୁଅକୁ ବାହା ହୋଇଥିବା ଝିଅ ବହୁତ ଖୁସିରେ ରହିଥାନ୍ତି ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ନିଜ ସ୍ତ୍ରୀ ପାଇଁ ପାଗଳ ହୋଇଥାନ୍ତି । ବେଳେବେଳେ ନିଜ ପରିବାର ଠାରୁ ନିଜ ସ୍ତ୍ରୀକୁ ବେଶୀ ଗୁରୁତ୍ଵ ଏବଂ ଭଲ ପାଇବା ଦେଇଥାନ୍ତି । ବହୁତ ରୋମାଣ୍ଟିକ ମଧ୍ୟ ଏମାନେ ହୋଇଥାନ୍ତି । ଏହି ରାଶିର ପୁଅ ଝିଅଙ୍କ ପାଇଁ ଭାଗ୍ୟବାନ ସାବ୍ୟସ୍ତ ହୁଅନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *