ସ୍ତ୍ରୀ କୁ ଘରର ଲକ୍ଷ୍ମୀ ବୋଲି ମାନାଯାଏ । ଯେଉଁ ଘରେ ସ୍ତ୍ରୀର ସମ୍ମାନ କରାଯାଏ ନାହିଁ, ଏପରି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ବୋଲି କୁହାଯାଏ । ମାତ୍ର ଅନେକ ସମୟରେ ସ୍ତ୍ରୀ ମାନଙ୍କ ନିଜ ଭୁଲ ଯୋଗୁଁ ହିଁ ଘରେ ଅଭାବ ଓ ଅଶାନ୍ତି ଦେଖା ଦେଇଥାଏ ।
ଶାସ୍ତ୍ରରେ ଏପରି କିଛି ଜିନିଷ ବିଷୟରେ କୁହାଯାଇଛି ଯେଉଁ ସବୁ ଅନ୍ୟ ସ୍ତ୍ରୀ ସହ ବାଣ୍ଟିବା ପାଇଁ ବିବାହିତା ମହିଳାଙ୍କୁ ବାରଣ କରାଯାଇଛି । ବିବାହିତା ମହିଳାଙ୍କ ପାଇଁ ମଙ୍ଗଳସୂତ୍ର ଖୁବ ମହତ୍ବପୂର୍ଣ୍ଣ ଅଟେ । ନିଜ ମଙ୍ଗଳସୂତ୍ର ଅନ୍ୟ କେଉଁ ସ୍ତ୍ରୀକୁ ପରିଧାନ କରିବାକୁ ଦେବା ଉଚିତ ନୁହେଁ । ଏହା ଦ୍ଵାରା ପତିଙ୍କ ଜୀବନରେ ସମସ୍ଯା ଆସିଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ସିନ୍ଦୂର ହିଁ ଜଣେ ବିବାହିତା ମହିଳାର ସବୁଠୁ ବଡ ପରିଚୟ ହୋଇଥାଏ ।
ଏଥିପାଇଁ ନିଜ ସିନ୍ଦୂର ଅନ୍ୟକୁ ଦେବା ଉଚିତ ନୁହେଁ, କିମ୍ବା ଅନ୍ୟ କାହାର ସିନ୍ଦୂର ମଧ୍ୟ ଲଗାଇବା ଉଚିତ ନୁହେଁ । ଏହ ଦ୍ଵାରା ଆପଣଙ୍କ ବୈବାହିକ ଜୀବନରେ କ୍ଲେଶ ଉପୁଜିପାରେ । ବିବାହିତା ମହିଳା ମାନେ ଆଖିରେ ଲଗାଉଥିବା କାଜଲ ମଧ୍ୟ ଅନ୍ୟ ସହ ବାଣ୍ଟିବା ଉଚିତ ନୁହେଁ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏପରି କଲେ ପତିଙ୍କ ପ୍ରେମ ଆପଣଙ୍କ ପାଇଁ କମି ଯାଇ ପାରେ ଓ ଏହା ସହ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଆପଣଙ୍କ ଆଖିରେ ସଂକ୍ରମଣ ମଧ୍ୟ ହୋଇପାରେ । ବିବାହିତା ମହିଳାମାନେ ହାତରେ ପିନ୍ଧିଥିବା ଚୁଡି ମଧ୍ୟ କେବେ କାହାକୁ ଦେବା ଉଚିତ ନୁହେଁ ।
ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ଦୁର୍ବଳ ହୋଇଯାଇ ପାରେ । କାରଣ ଚୁଡି ସହିତ ଆପଣଙ୍କ ଭାଗ୍ୟ ମଧ୍ୟ ଅନ୍ୟ ସ୍ତ୍ରୀ ପାଖକୁ ଚାଲିଯିବ । ଅନ୍ୟ କାହାର ଚୁଡି ମଧ୍ୟ ଆପଣ ପିନ୍ଧାନ୍ତୁ ନାହିଁ । ବିବାହିତା ମହିଳା ମାନେ ମଥାରେ ଲଗାଉଥିବା ବିନ୍ଦି ମଧ୍ୟ ଅନ୍ୟକୁ ଦେବା ଉଚିତ ନୁହେଁ । ଏହା ଦ୍ଵାରା ପତିଙ୍କ ଜୀବନ ପ୍ରତି ଭୟ ଆସିପାରେ ଓ ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ଖରାପ ହେବାର ମଧ୍ୟ ସମ୍ଭାବନା ରହିଛି ।
ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କୁ ପରିସ୍ଥିତିରେ ପଡି ଅନ୍ୟ ସ୍ତ୍ରୀକୁ ନିଜର ବିନ୍ଦି ଦେବାକୁ ପଡୁଛି ତେବେ, ଦେବା ଆଗରୁ ବିନ୍ଦିକୁ ପ୍ରଥମେ ପାନ ପତ୍ର କିମ୍ବା ଅନ୍ୟ କେଉଁ ଗଛର ପତ୍ରରେ ଲଗାଇ ଦିଅନ୍ତୁ, ତାପରେ ତାଙ୍କୁ ଦିଅନ୍ତୁ । ଗୋଦା ମୁଦିକୁ ମଧ୍ୟ ବିବାହିତା ନାରୀର ଚିହ୍ନ ସ୍ୱରୂପ ମାନାଯାଏ । ସେଥିପାଇଁ ଏହା ମଧ୍ୟ ଅନ୍ୟ ସ୍ତ୍ରୀକୁ ଦେବା ଦ୍ଵାରା ଆପଣଙ୍କ ସୌଭାଗ୍ୟ ଚାଲି ଯାଇପାରେ ଏବଂ ଆର୍ଥିକ ସମସ୍ଯା ମଧ୍ୟ ବଢିପାରେ ।
ଅନେକ ସମୟରେ ମହିଳାମାନେ ନିଜ ବିବାହ ବସ୍ତ୍ର ନିଜ ଭଉଣୀ ବ ବାନ୍ଧବୀଙ୍କୁ ପିନ୍ଧିବାକୁ ଦିଅନ୍ତି । କାରଣ ସେମାନେ ଏହା ଦ୍ଵିତୀୟ ଥର ପିନ୍ଧି ପାରନ୍ତି ନାହିଁ । ମାତ୍ର ନିଜ ବିବାହ ବସ୍ତ୍ରକୁ ମଧ୍ୟ ଅନ୍ୟ କାହାକୁ ଦେବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କ ଘରର ସମୃଦ୍ଧିରେ ବାଧା ଉପୁଜିପାରେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।