ଭଲ ମନୁଷ୍ୟଙ୍କ ଜୀବନରେ ଅଧିକ କଷ୍ଟ, ଯନ୍ତ୍ରଣା କ’ ଣ ପାଇଁ ରହିଥାଏ ? ଜାଣନ୍ତୁ ଏହା ପଛର ଆଧ୍ୟାତ୍ମିକ କାହାଣୀ ! Bhagwat Geeta

ନମସ୍କାର ବନ୍ଧୁଗଣ , ଭାଗବତ ଗୀତା ଅନେକ ପ୍ରଶ୍ନ ର ଉତ୍ତର ଦେଇଥାଏ । ମଣିଷ ଜୀବନ ରେ ଚାଲୁଥିବା  ପ୍ରତ୍ୟେକ ବାଧା କଷ୍ଟ ସମସ୍ୟା ର ସମାଧାନ ହେଇଥାଏ । ଆପଣମାନଙ୍କ ମନ ରେ ମଧ୍ୟ ଏହି ପ୍ରଶ୍ନ ଆସିଥାଏ କି ଭଲ ବ୍ୟକ୍ତି ସହିତ ସବୁବେଳେ ଖରାପ କଣ ପାଇଁ ଘଟିଥାଏ ।  ଆପଣମାନେ ଦେଖିଥିବେ ଯେ ମନ୍ଦ କର୍ମ କରୁଥିବା ବ୍ୟକ୍ତି ସର୍ବଦା ଖୁସି ରେ ରହିଥାଏ ।

ମାତ୍ର ଯିଏ ଇଶ୍ଵରଙ୍କୁ ଭୟ ଭକ୍ତି କରି ସବୁ ବେଳେ ଧାର୍ମିକ ପଥ ରେ ଚାଲିଥାନ୍ତି । ସେହି ବ୍ୟକ୍ତି ର ଜୀବନ ରେ ଦୁଃଖ କଷ୍ଟ , ନିନ୍ଦା , ଯନ୍ତ୍ରଣା ଆଦି ରହିଥାଏ । ଏହି ପ୍ରଶ୍ନ ର ଉତ୍ତର କିଏ ବି ଜାଣିନଥାନ୍ତି କାରଣ ଆଧୁନିକ ଲୋକମାନେ ଧର୍ମ ଗ୍ରନ୍ଥ କୁ କଦାପି ପାଠ କରୁନାହାନ୍ତି । ଯିଏ ସମଗ୍ର ସ୍ତୁଷ୍ଟି ର ରଚୟିତା ଯିଏ ସମସ୍ୟା କୁ ସୃଷ୍ଟି କରିଛନ୍ତି ସେହି ସମସ୍ୟା ର ସମାଧାନ ଜାଣିଥାନ୍ତି । ତେଣୁ ଯଦି ଆମେ ତାଙ୍କ ଲିଖିତ ଗ୍ରନ୍ଥ ଶାସ୍ତ୍ର କୁ ଅଧୟନ  କରିଥାଉ ।

ତେବେ ସାଂସାରିକ ପ୍ରଶ୍ନ ର ଉତ୍ତର ପାଇଥାଉ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବୁ ଯାହା ଭାଗବତ ଗୀତାରେ ବର୍ଣ୍ଣନା କରାଯାଇଛି । ଥରେ ଭଗବାନ ଅର୍ଜୁନ ଶ୍ରୀ କୃଷ୍ଣଙ୍କ ପାଖକୁ ଯାଇ ତାଙ୍କ ଚରଣ ପଡି ତାଙ୍କ ସମସ୍ୟା ର ସମାଧାନ ଭିକ୍ଷା କରିଥିଲେ । ଶ୍ରୀ କୃଷ୍ଣ କହିଲେ ” ହେ ଅର୍ଜୁନ ଆପଣଙ୍କ ମନରେ ଯାହା ବି ଅଛି ବିସ୍ତାର ଭାବରେ ମୋତେ କୁହ ସେଥିରେ ଅର୍ଜୁନ ପଚାରିଲେ ଭଲ ବ୍ୟକ୍ତିମାନଙ୍କୁ ସହିତ ସବୁ ବେଳେ ଖରାପ କଣ ପାଇ ହୋଇଥାଏ ଏବଂ ମନ୍ଦ ବ୍ୟକ୍ତିଙ୍କ ଜୀବନ ହସ ଖୁସି ରେ କଟିଥାଏ ।

ଭଗବାନ ଶ୍ରୀ କୃଷ୍ଣ ଏହାକୁ ଶୁଣି କହିଲେ ମୁଁ ଏକ ସତ୍ୟ ଘଟଣା କହିବି ଯାହାକୁ ଶୁଣିବା ପରେ ତୁମେ ତୁମର ଉତ୍ତର ପାଇବ । ଗୋଟିଏ ସହର ରେ ଦୁଇ ଜଣ ବ୍ୟକ୍ତି ରହୁଥିଲେ ଜଣେ ବ୍ୟକ୍ତି ଇଶ୍ଵରଙ୍କ ପୂଜା ଆରାଧନା କରି ସତ ପଥ ଭଲ କାମ ରେ ବ୍ୟସ୍ତ ରହିଥିଲେ ଏବଂ ଅନ୍ୟ  ଏକ ବ୍ୟକ୍ତି  ଚୋରି କାମ ରେ ନିଜ କୁ ଲିପ୍ତ କରୁଥିଲା ।

ଥରେ ଭଲ ବ୍ୟକ୍ତିଟି ମନ୍ଦିର କୁ ଯାଇଥିଲା ବର୍ଷା ହେବା କାରଣ ରୁ ସେଇଠି କିଛି ସମୟ ରହିବାକୁ ପଡିଲା ମନ୍ଦ ବ୍ୟକ୍ତି ଟି କେହି ନାହି ଖବର ଶୁଣି ମନ୍ଦିର ର ସୁନା ଗ୍ରହଣା ଚୋରି କରିଲା ଏବଂ ଚୋରି କୁ ଭଲ ବ୍ୟକ୍ତି ମୁଣ୍ଡରେ ପକେଇଦେଲା । ଭଲ ବ୍ୟକ୍ତି ନିନ୍ଦା ଅପମାନକୁ ସହି ଘର କୁ ଯାଇ ଭଗବାନଙ୍କୁ ବିଶ୍ଵାସ କରିବା ଛାଡି ହେଲା । ମାତ୍ର ଅନ୍ୟ ବ୍ୟକ୍ତି  ବହୁତ ଖୁସି ଥିଲା ।

ଦିନେ ଉଭୟଙ୍କ ମୃତ୍ୟୁ ଘଟିଲା ଏବଂ ଭଗବାନଙ୍କ ପାଖରେ ଯାଇ ଛିଡା ହେଲେ ତେବେ ଭଲ ବ୍ୟକ୍ତି ଟି ଇଶ୍ଵରଙ୍କୁ ପଚାରିଲା ମୁଁ ତୋ ଭଲ କାମ କରେ ହେଲେ ମୁଁ ଅପମାନ ପାଇଲି ମାତ୍ର ମନ୍ଦ ବ୍ୟକ୍ତି ଖୁସି ର ଅଧିକାରୀ ହେଲା । ଇଶ୍ଵର କହିଲେ ତୁମର ସେ ଦିନ ମରଣ ର  ସମୟ ଥିଲା କିନ୍ତୁ ତୁମେ କରିଥିବା ଭଲ କାମ ପାଇ ତାହା ତୁମ ଠାରୁ ଦୂର ହେଇଗଲା ।

ମାତ୍ର ମନ୍ଦ ବ୍ୟକ୍ତି ର ସେ ଦିନ ରାଜଯୋଗ ଥିଲା କିନ୍ତୁ ତାହା ସାମାନ୍ୟ ସୁନା ରେ ପରିଣତ ହେଇଗଲା । ତେଣୁ ଆମେ ଏଥିରୁ ଏହା ଶିକ୍ଷା ପାଇଥାଉ ଯେ ଭଲ କାମ କେବେ ବି ପରିତ୍ୟାଗ କରିବା ନାହିଁ । ଭଲ କାମ କରିଲେ ଇଶ୍ଵର ଆମକୁ ଭଲ ଫଳ ଦେଇଥାନ୍ତି । ଆମ ପୋଷ୍ଟ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *