ଭଗବାନ ସୂର୍ଯ୍ୟଙ୍କୁ ଏପରି ଜଳ ଚଢାନ୍ତୁନି… ନଚେତ ବ୍ୟକ୍ତିକୁ ଦରିଦ୍ରତା ଭୋଗିବାକୁ ପଡେ, ଜାଣନ୍ତୁ ସୂର୍ଯ୍ୟଙ୍କୁ ଜଳ ଦେବାର ସଠିକ ବିଧି !

ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ! ତେଣୁ ପ୍ରତ୍ଯେକଟି ମନୁଷ୍ୟ ନିଜର ସକାଳ ଆରମ୍ଭ କରିବା ପୂର୍ବରୁ ସୂର୍ଯ୍ୟଦେବଙ୍କ ଆରାଧନା କରି ଦିନର ଶୁଭାରମ୍ଭ କରିବା ଉଚିତ । ଯଦି କୌଣସି ବ୍ୟକ୍ତି ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମ୍ଭବ ନୁହେଁ । ତେବେ ପ୍ରତ୍ଯେକ ରବିବାର ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ନିତାନ୍ତ ଆବଶ୍ୟକ । ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଆରମ୍ଭ କରି ଭଗବାନ ରାମ ପର୍ଯ୍ୟନ୍ତ ସମସ୍ତେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ଦେଉଥିଲେ ।

କାରଣ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ଵାରା ଆଧ୍ୟାତ୍ମିକ ସହ ଅନେକ କିଛି ସ୍ଵାସ୍ଥଗତ ଫାଇଦା ମଧ୍ୟ ରହିଅଛି । ତେବେ ଚାଲନ୍ତୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବାର ଅନେକ କିଛି ଶାସ୍ତ୍ର ନିୟମ ଗୁଡିକ ଜାଣିନେବା । ସୂର୍ଯ୍ୟଦେବଙ୍କୁ ୨ ହାତ ପାପୁଲିକୁ ଏକାଠି କରି ଅର୍ପଣ କରିପାରିବେ । ନଚେତ ତମ୍ବାପାତ୍ରରେ ମଧ୍ୟ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଅତ୍ୟନ୍ତ ଶୁଭ ଅଟେ । କାରଣ ତମ୍ବାକୁ ସୂର୍ଯ୍ୟଦେବଙ୍କର ପ୍ରିୟ ଧାତୁ ବୋଲି ମନା ଯାଇଥାଏ ।

କାରଣ ଅନ୍ୟ ଧାତୁରେ ତିଆରି ହୋଇଥିବା ପାତ୍ରରେ ଜଳ ଅର୍ପଣ କରିବା ଦ୍ଵାରା କୌଣସି ଲାଭ ପ୍ରାପ୍ତ ହୋଇନଥାଏ । ଏହି କଥା ଉପରେ ଆପଣଙ୍କୁ ସର୍ବଦା ଧ୍ୟାନ ଦେବା ପାଇଁ ପଡିବ । ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ସମୟରେ ସେହି ପାତ୍ରରେ କୌଣସି ନାଲି ଫୁଲ, ଅକ୍ଷତ ଅରୁଆ ଚାଉଳ ଓ ନାଲି ଚନ୍ଦନ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରିବା ଉଚିତ ।

ସୂର୍ଯ୍ୟଙ୍କର ଉଦୟ ସମୟରେ ହିଁ ସୂର୍ଯ୍ୟଦେବଙ୍କୁ ଜଳ ସମର୍ପଣ କରିବା ଉଚିତ । କାରଣ ସୂର୍ଯ୍ୟ ଉଦୟର ପ୍ରଥମେ ପ୍ରଥମେ ହିଁ ଜଳ ଅର୍ପଣ କରିବା ଦ୍ଵାରା ବହୁ ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ସୂର୍ଯ୍ୟଦେବଙ୍କର ଆଶ୍ରୀବାଦ ମଧ୍ୟ ପ୍ରାପ୍ତି ହୋଇଥାଏ । ସୂର୍ଯ୍ୟଉଦୟର ୨ ଘଣ୍ଟା ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ଵାରା କୌଣସି ଲାଭ ମିଳିନଥାଏ । କାରଣ ସୂର୍ଯ୍ୟଉଦୟର ବହୁ ବିଳମ୍ବରେ ଯଦି ଜଳ ସମର୍ପଣ କରୁଥାନ୍ତି । ତେବେ ଏହା ଆପଣଙ୍କର ବୃଥା ଯାଇଥାଏ ।

ଯଦି କୌଣସି କାରଣ ବଶତଃ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାରେ ବିଳମ୍ବ ହୋଇଯାଉଛି । ତେବେ ୩ ଥର ନୁହେଁ । ବଂର ୪ ଥର ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ଅର୍ପଣ କରନ୍ତୁ । ଏଥିସହ ଆପଣଙ୍କର ବିଳମ୍ବର କାରଣ ପାଇଁ ସୂର୍ଯ୍ୟଦେବଙ୍କୁ କ୍ଷମା ପ୍ରାଥନା ମଧ୍ୟ କରି ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣ କରିଥିବା ଭୁଲର ଦୋଷ କମ୍ ହୋଇଯାଇଥାଏ । ତମ୍ବା, ଗହମ, ଗୁଡ, ଚନ୍ଦନ ତଥା ହଳଦିଆ ବସ୍ତ୍ର ଏହି ସମସ୍ତ ବସ୍ତ୍ର ଯଦି ରବିବାର ଦିନ ଅନ୍ୟ କାହାକୁ ଦାନ କରିବ ।

ତେବେ ଆପଣଙ୍କ କୁଣ୍ଡଳୀରେ ଥିବା ସୂର୍ଯ୍ୟଙ୍କର ଖରାପ ପ୍ରଭାବ ଦୂର ହୋଇବା ସହ ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *