ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଏହି 3 ପ୍ରକାର ଭୋଜନ ଖାଇବା କମିଯାଏ ମଣିଷର ଆୟୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆର ପ୍ରତ୍ଯେକ ପ୍ରାଣୀଙ୍କୁ ଖାଦ୍ୟ ଓ ପାନୀୟର ନିହାତି ଭାବରେ ଆବଶ୍ୟକ ରହିଛି । ଖାଦ୍ୟ ଖାଇଲା ବେଳେ ଖାଦ୍ୟ ଜଡିତ କିଛି ବିଶେଷ ନିୟମକୁ ମାନି ଭୋଜନ କରିବା ଉଚିତ । ଯଦି ଖାଦ୍ୟ ଖାଇଲା ବେଳେ କିଛି ଭୁଲ କରିଦେଇଥାଏ । ତେବେ ଖାଦ୍ୟ ତଥା ମା ଅର୍ଣ୍ଣପୂର୍ଣ୍ଣାଙ୍କର ଅପମାନ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତିଙ୍କୁ ମା ଅର୍ଣ୍ଣପୂର୍ଣ୍ଣାଙ୍କର କ୍ରୋଧର ଶିକାର ହେବା ପାଇଁ ପଡିଥାଏ ।

ଖାଦ୍ୟ ଖାଇବା ସମୟରେ ସର୍ବଦା ପୂର୍ବ ଦିଗକୁ ବସି ଭିଜନ କରିବା ଦ୍ଵାରା ବ୍ୟକ୍ତି ମାନସିକ ସ୍ତରରେ ଶାନ୍ତିରେ ରହିଥାଏ । ଖାଦ୍ୟ ଖାଇବା ସମୟରେ ଗପସପ କରି ଖାଇବା ଅନୁଚିତ । ବିଶେଷ କରି ଖାଇବା ୫ ଗୁଣ୍ଡା ଖାଇବା ପର୍ଯ୍ୟନ୍ତ କାହା ସହିତ କଥାଗପ କରି ଖାଇବା ଉଚିତ ନୁହେଁ । ଖାଦ୍ୟ ଖାଇବା ଆରମ୍ଭ କରିବା ପୂର୍ବରୁ କିଛି ଆଣି ଭୂମୀରେ ଥୋଇବା ଉଚିତ ।

ଯାହା ଦ୍ଵାରା ସେଥିରୁ ସମସ୍ତ ଦେବାଦେବୀ, ଭୁତ ପିଶାଚ, ପଶୁ, ପକ୍ଷୀ ଯେଉଁ ମାନେ କର୍ମ ବନ୍ଧନରେ ବାନ୍ଧି ହୋଇଛନ୍ତି । ସମସ୍ତଙ୍କୁ ଅର୍ଣ୍ଣ ପ୍ରାପ୍ତ ହୋଇବ । ଭୋଜନ କରୁଥିବା ସମୟରେ ଯଦି କେହି ଅତିଥି ଆସିଯାଇଥାନ୍ତି । ତେବେ ସେମାନଙ୍କୁ ସମ୍ମାନ ସହକାରେ ଅତିଥି ସତ୍କାର କରିବା ଉଚିତ । କାରଣ ଅତିଥି ଦେବ ଭବ । ଘରେ ଥିବା ଅତିଥି, ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କୁ ଭୋଜନ କରାଇ ହିଁ ନିଜେ ଖାଇବା ଉଚିତ ।

ସ୍ନାନ କରିସାରି ହିଁ ଖାଦ୍ୟ ସେବନ କରିବା ଶାସ୍ତ୍ର ନିୟମ ଅଟେ । ଯଦି କୌଣସି ବ୍ୟକ୍ତି ବ୍ୟବସାୟରେ ତାହା ଆର୍ଥିକ କ୍ଷେତ୍ରରେ ଲାଭବାନ ହେବା ପାଇଁ ଚାହୁଁଥାଏ । ତେବେ ଉତ୍ତର ଦିଗକୁ ମୁହଁ କରି ହିଁ ଖାଇବା ଉଚିତ । ଦକ୍ଷିଣ ଦିଗକୁ ମୁହଁ କରିକି ଖାଇବା ଅନୁଚିତ । ଏହା ଯମରାଜାଙ୍କର ଦିଗ ହୋଇଥାଏ । ଭାଙ୍ଗିଯାଇଥିବା ବାସନରେ ଖାଦ୍ୟ ସେବନ କରିବା ଅନୁଚିତ ।

ଏପରି କରୁଥିବା ବ୍ୟକ୍ତି ନିଜର ଖରାପ ଭାଗ୍ୟକୁ ଆମନ୍ତ୍ରଣ କରିଥାଏ । ଏହା ସହିତ ଖାଦ୍ୟ ଖାଉଥିବା ଥାଳିରେ ସ୍ବଚ୍ଛ ହୋଇଥିବା ଉଚିତ । ଅପରିଷ୍କାର ଥଳିରେ ଖାଦ୍ୟ ଖାଇବା ଅନୁଚିତ । ଏକାଦଶୀ ଦିନ ଆମିଷ ଭୋଜନ କରିବା ନିଷେଧ ଅଟେ । ଜେଟେକି ଖାଦ୍ୟ ଆବଶ୍ୟକ ସେତିକି ହିଁ ଆଣିବା ଉଚିତ । କାରଣ ଖାଦ୍ୟକୁ ଫୋପାଡିବା ଅର୍ଣ୍ଣର ଅପମାନ ହୋଇବା ସହିତ ସମାନ ହୋଇଥାଏ ।

ଏକତ୍ର ବସି ଖାଦ୍ୟ ସେବନ କରୁଥିବା ସମୟରେ ଭୋଜନ ସାରି ସମସ୍ତେ ଉଠିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ । ଖାଦ୍ୟ ଖାଇସାରିବା ପରେ ଥାଳିରେ ହାତ ଧୋଇବା ଅନୁଚିତ ଓ ଖାଦ୍ୟକୁ ଖଟ ଉପରେ ବସି ଖାଇବା ମଧ୍ୟ ଅନୁଚିତ । ୩ ପ୍ରକାରର ଖାଦ୍ୟ ଖାଇବା ଅନୁଚିତ ।ଖାଦ୍ୟରେ ଚୁଟି ପଡିଥିଲେ, ଅନ୍ୟକୁ ଦିଆଯାଇଥିବା ଖାଦ୍ୟ, ଖାଦ୍ୟ ଉପରେ କିଏ ଡେଇଁକି ଗଲେ ମଧ୍ୟ ସେହି ସବୁ ଖାଦ୍ୟ ଖାଇବା ଅନୁଚିତ ।

ଏହି ସବୁ ଖାଦ୍ୟ ଖାଇବା ଦ୍ଵାରା ଆୟୁ କମିଯାଇଥାଏ । ତେବେ ଖାଦ୍ୟ ଖାଇବା ସମୟରେ ଏହି ସବୁ ନିୟମ ପାଳନ କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *