Krishna Vani- ଲୋକ ଆପଣଙ୍କ ନିନ୍ଦା ଅପମାନ କାହିଁକି କରିଥାନ୍ତି ?

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ଦେଖିବାକୁ ଗଲେ ପ୍ରାୟତଃ ସମସ୍ତେ ଦୁଃଖରେ ଅଛନ୍ତି । ଖୁସି ସତେ ଯେପରି ନିଜର ରାସ୍ତା ହିଁ କେଉଁଠି ଭୁଲି ଯାଇଛି । ଏହାର ପ୍ରଥମ କାରଣ ହେଉଛି ସମ୍ପର୍କ ମଧ୍ୟରେ ଆଜି ଆଉ ପୂର୍ବ ଭଳି ସେପରି ଭଲପାଇବା ନାହିଁ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯେଉଁଠି ବିଶ୍ବାସ ଓ ଭଲପାଇବା ରହିବା ଅକଥା ଆଜିର ସମୟରେ ସେଠାରେ ପରସ୍ପର ମଧ୍ୟରେ ସନ୍ଦେହ ଦେଖିବାକୁ ମିଳୁଛି ।

ତାହାସହ ସମ୍ମାନ ସ୍ଥାନରେ ଦୁହେଁ ଦୁହିଁ ଙ୍କୁ ଅପମାନ କରିବାରେ ଲାଗି ପଡନ୍ତି । ଯେଉଁଠାରେ ଏକ ମିତ୍ର ନିଜ ମିତ୍ର ର ସବୁବେଳେ ପାଖରେ ରହିବା କଥା, ସେହି ସ୍ଥାନରେ ମିତ୍ର ହିଁ ନିଜ ମିତ୍ର ର ଅପମାନ କରିବାରେ ଲାଗି ପଡିଥାଏ । ଯେଉଁଠାରେ ସମ୍ପର୍କ ରେ ଭଲପାଇବା ରହିବା କଥା ସେହି ସ୍ଥାନ ରେ ଜଣେ ଆଉ ଜଣ ଙ୍କର ଅପମାନ କରିବାରେ ବ୍ୟସ୍ତ ଥା’ନ୍ତି ।

ଅନେକ ଥର ଏପରି ମଧ୍ୟ ଦେଖିବାକୁ ମିଳିଥାଏ କି ଆମେ ଅକାରଣ ରେ ହିଁ ବହୁ ଥର କେତେ ଲୋକ ଙ୍କର ଅପମାନ କରି ଦେଇଥାଉ । ଓ ଆମ ମାନଙ୍କୁ ମଧ୍ୟ ଅନେକ ଥର ଅପାମାନ ର ସହିବାକୁ ପଡିଥାଏ । ବନ୍ଧୁଗଣ ଏହି ପ୍ରକୃତି କିଛି ଏହି ପ୍ରକାରର ସୃଷ୍ଟି ହୋଇଛି କି ଆପଣ ଏହି ଯେପରି ଆଚାର ବ୍ୟବହାର ଅନ୍ୟ ସହ କରିବେ, ଆପଣଙ୍କୁ ମଧ୍ୟ ସେହି ପରି ବ୍ୟବହାର ସମ୍ମାନ ମିଳିବ ।

ତେଣୁ କାହାକୁ ଅପମାନ କରିବା ବା କାହା ପ୍ରତି ଘୃଣା ବ୍ୟବହାର ରଖିବା ଉଚିତ ହୋଇ ନଥାଏ । ତାହାଛଡା ବନ୍ଧୁଗଣ ଯଦି ଆପଣ ଭାବୁଥାନ୍ତି କି ଆପଣ ତ କାହାର କେବେ ଅପମାନ କରନ୍ତି ନାହିଁ, ତେବେ ଲୋକେ କାହିକି ସବୁବେଳେ ଆପଣ ଙ୍କର ଅପମାନ କରନ୍ତି ?? ବନ୍ଧୁଗଣ ଥରେ ଭାବି ଦେଖନ୍ତୁ କେହି ମଣିଷ କାହାର ଅପମାନ କେତେବେଳେ କରେ ଯେତେବେଳେ ସେ ବ୍ୟକ୍ତି ଆପଣ ଙ୍କୁ ନିଜ ଠାରୁ ଅଧିକ ବୋଲି ଭାବେ ସେତେବେଳେ ସେ ନିଜର ଯଥୋଚିତ ସମସ୍ତ ଶକ୍ତି ଲଗାଇ ଦିଏ ଆପଣ ଙ୍କୁ ଦୁର୍ବଳ ସାବ୍ୟସ୍ତ କରିବା ପାଇଁ ।

ଚେଷ୍ଟା କରେ ଆପଣଙ୍କୁ ଜଣାଇବା ପାଇଁ କି ସେ ବ୍ୟକ୍ତି ଜଣକ ଆପଣ ଙ୍କ ଠାରୁ ଶ୍ରେଷ୍ଠ ଅଟେ । ସେ ବ୍ୟକ୍ତି କେବଳ ଆପଣଙ୍କ ଅପମାନ କରି ଆପଣ ଙ୍କର ମନୋବଳ କୁ ଭାଙ୍ଗିବାକୁ ଚେଷ୍ଟା କରିବ । କିନ୍ତୁ ସେ କେବେ ମଧ୍ୟ ଆପଣ ଙ୍କର ବରାବରି ହୋଇ ପାରିବ ନାହିଁ । କାରଣ ସେହି କାରଣ ରୁ ହିଁ ତ ସେ ବ୍ୟକ୍ତି ଆପଣ ଙ୍କର ଅପମାନ କରି ନିଜ କୁ ଶ୍ରେଷ୍ଠ ବୋଲି ସିଦ୍ଧ କରାଇଥାଏ ।

କାରଣ ସେହି ବ୍ୟକ୍ତି କୁ ନିଜର କ୍ଷମତା ଉପରେ ସେ ବିଶ୍ବାସ ନାହିଁ । ବନ୍ଧୁଗଣ ଯଦି ଆପଣ ସମସ୍ତ ଙ୍କ ସହ ମିତ୍ରତା କରିବେ । ସମସ୍ତଙ୍କ ମଧ୍ୟରେ ନିଜର ଭଲ ପାଇବାକୁ ବାଣ୍ଟିବେ, ତେବ ଆପଣ ଙ୍କୁ କାହାର ଅପମାନ କରିବାକୁ ପଡିବ ନାହିଁ । ଆପଣଙ୍କୁ ଏହା ସିଦ୍ଧ କରିବାର କୌଣସି ଆବଶ୍ୟକତା ନାହିଁ, କି ଆପଣ ଙ୍କର କ୍ଷମତା କଣ ଅଛି? କାରଣ ଏହା ସମୟ ନିଜେ ହିଁ ସିଦ୍ଧ କରିଦେବ ।

ଯଦି କେହି ଆପଣଙ୍କୁ ନିଜ ଠାରୁ ଶ୍ରେଷ୍ଠ ଲାଗନ୍ତି ତେବେ ତାଙ୍କ ପରି ଆପଣ ପରିଶ୍ରମ କରନ୍ତୁ ଓ ତାଙ୍କ ପରିଶ୍ରମ ର ମଧ୍ୟ ପ୍ରଶଂସା କରନ୍ତୁ । ଏହା ଦ୍ଵାରା ସମ୍ପର୍କ ରେ ମଧୁରତା ବଢିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବା ସହ କମେଣ୍ଟ ରେ ରାଧେ ରାଧେ ଲେଖିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *