ସବୁ ତକ ମଶା ଘର ଛାଡ଼ି ଚାଲିଯିବେ, କେବଳ କରନ୍ତୁ ଏହି ଘରୋଇ ଉପାୟ (get rid of Mosquito)

ବନ୍ଧୁଗଣ, ମଶା କା-ମୁ-ଡି-ବା ଦ୍ଵାରା ଆପଣଙ୍କୁ ଭୟଙ୍କର ଡେଙ୍ଗୁ ଏବଂ ମାଲେରିଆ ଭଳି ରୋଗ ହୋଇଥାଏ । ଏହା ଆପଣଙ୍କ ପ୍ରାଣ ମଧ୍ୟ ନେଇଥାଏ । ଏଥି ନିମନ୍ତେ ଆପଣ ମଶା ଙ୍କୁ ଘରୁ ଘ-ଉ-ଡା-ଇବା ପାଇଁ ଅନେକ ପ୍ରକାରର ଉପାୟ ଆପଣେଇ ଥାନ୍ତି । ମାର୍କେଟ ରେ ମିଳୁଥିବା ଲିକ୍ୱିଟ କଏଲ ରେ ସାଧାରଣତ ଆପଣଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥାଏ ।

ଏଥି ନିମନ୍ତେ ଆପଣ ସର୍ବଦା ମଶା ଘ-ଉ-ଡା-ଇ-ବା ନିମନ୍ତେ ପ୍ରାକୃତିକ ଜିନିଷ ର ପ୍ରୟୋଗ କରନ୍ତୁ । ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ ଏଭଳି ଏକ ଘରୋଇ ଉପଚାର ପ୍ରୟୋଗ ନେଇ ଆସିଆଛୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ଘରୁ ମଶା ଦୂରେଇ ଯିବେ । ଆସନ୍ତୁ ତେବେ ସେହି ଉପାୟ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା ।

ପ୍ରଥମେ ଆପଣ କିଛି ନିମ୍ବ ପତ୍ର ନିଅନ୍ତୁ । ଏହା ସାଧାରଣତ ସମସ୍ତଙ୍କ ବାଡି ଘରୁ ମିଳିଯାଇଥାଏ । ଆପଣ କିଛି ନିମ୍ବ ପତ୍ର ନେଇ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାପରେ ଡେମ୍ଫ ରୁ ପତ୍ର ଅଲଗା କରି ଦିଅନ୍ତୁ । ଏହାପରେ ଆପଣ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏହାର ଗୁଣ୍ଡା ପ୍ରସ୍ତୁତ କରନ୍ତୁ । ଏହାପରେ ଆପଣ ଦେଢ କପ ରାଶି ତେଲ ଗ୍ୟାସ ରେ ଏକ ପାତ୍ର ବସାଇ ସେଥିରେ ପକାନ୍ତୁ । ଏହାପରେ ଆପଣ ପୂର୍ବ ରୁ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ନିମ୍ବପତ୍ର ର ଗୁଣ୍ଡା କୁ ଏହି ରାଶି ତେଲ ରେ ପକାଇ ଦିଅନ୍ତୁ ।

ଏହାପରେ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଧିମା ଆଞ୍ଚ ରେ ଏହାକୁ ଫୁଟାଇ ଦିଅନ୍ତୁ । ଜେଭଳି ନିମ୍ବ ପତ୍ର ର ସମସ୍ତ ପୋଷକତତ୍ଵ ଏହି ତେଲ ମଧ୍ୟରେ ଆସିଯିବ । ଆପଣ ୫ ରୁ ୭ ମିନିଟ ଫୁଟାଇ ସାରିବା ପରେ ଗ୍ୟାସ ବନ୍ଧ କରି ଏହାକୁ ଥଣ୍ଡା ହେବା ନିମନ୍ତେ ଛାଡି ଦିଅନ୍ତୁ । ଏହାପରେ ପୂଜା ଘରେ ଠାକୁର ଙ୍କ ନିକଟରେ ଆଳତି କରାଯାଉଥିବା କର୍ପୁର ନିଅନ୍ତୁ । ଆପଣ କିଛି କର୍ପୁର ନେଇ ଏହାକୁ ହାତ ମାଧ୍ୟମରେ ଗୁଣ୍ଡା କରି ଦିଅନ୍ତୁ । ଏହାପରେ ଆପଣ ପୂର୍ବ ରୁ ପ୍ରସ୍ତୁତ କରି ରଖିଥିବା ତେଲ କୁ ଏକ ପାତ୍ର କୁ ଛାଣି ସେଥିରେ କର୍ପୁର ଗୁଣ୍ଡା ମିଶାଇ ଦିଅନ୍ତୁ ।

ଏହାପରେ ଆପଣ କୌଣସି ଏକ ଛୋଟ କାଚ ବୋତଲ ନେଇ ତାହାର ଠିପି କୁ କଣା କରି ସେଥିରେ ବଳିତା ପୁରାଇ ଏହି ତେଲ କୁ ସେହି ବୋତଲ ରେ ଭର୍ତ୍ତି କରି ଦିଅନ୍ତୁ । ଏହାପରେ ଆପଣ ରାତିରେ ଶୋଇବା ସମୟରେ ଏହାକୁ ଜଳାଇ ଦିଅନ୍ତୁ । ଆପଣ ଦେଖିବେ ଧୀରେ ଧୀରେ ସାମସ୍ତ ମଶା ଆପଣଙ୍କ ଘରୁ ବାହାରକୁ ଚାଲିଯିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *