Chanakya Niti- ଶରୀରର ଏହି ଜାଗାରେ ଆଜି ହିଁ ବାନ୍ଧନ୍ତୁ କଳା ଧାଗା, ସାରା ଦୁନିଆ ରହିବ ଆପଣଙ୍କ ପାସ ତଳେ

ଆମେ ସମୟ ସହିତ ଆଗକୁ ବଢିବା ସହ ପୁରୁଣା ରୀତିନୀତି, ଧର୍ମ କାର୍ଯ୍ୟ ଓ ମାନ୍ୟତା ସବୁ ଭୁଲିବାକୁ ଲାଗିଛୁ । ଆଜିର ମଣିଷ ମଧ୍ୟରେ ଛଳ କପଟ, ଇର୍ଷା, ଲୋଭ ଆଦି ବଢ଼ିବାରେ ଲାଗିଛି ।

ଏପରି ସ୍ଥିତିରେ ଆମ ପୂର୍ବ ପୁରୁଷଙ୍କ ଦ୍ବାରା ପ୍ରଚଳିତ କିଛି ଉପାୟ ହିଁ ଆମର କାର୍ଯ୍ୟରେ ଆସେ । ଏହି ସବୁକୁ ଆଖିରେ ରଖି ଆମେ ଆପଣଙ୍କୁ କଳା ସୂତାର କିଛି ଉପାୟ ବତେଇବୁ ଯାହା ଆପଣଙ୍କ ଜୀବନରୁ ନକାରାତ୍ମକତା ଦୂର କରିବାରେ ସହାୟକ ହେବ । କଳା ରଙ୍ଗ ନକାରାତ୍ମକ ଉର୍ଜାକୁ ନଷ୍ଟ କରି ଦେଇଥାଏ । ସେଥିପାଇଁ ଖରାପ ନଜରରୁ ବଞ୍ଚିବା ପାଇଁ କଳା ଟିକା, କଳା କପଡା ଆଦି କଳା ରଙ୍ଗର ଜିନିଷ ବ୍ୟବହାର କରାଯାଏ ।

ସେଥିମଧ୍ୟରୁ କଳା ସୂତା ସବୁଠୁ ଅଧିକ ପ୍ରଭାବଶାଳୀ ଅଟେ । ଯଦି ଆପଣଙ୍କ ଘରେ କ୍ଲେଶ ବଢୁଛି, ଅକାରଣରେ ଝଗଡା ଓ ପରସ୍ପର ମଧ୍ୟରେ ମନୋମାଳିନ୍ୟ ବଢୁଛି ତେବେ ଏହାକୁ ରୋକିବା ପାଇଁ ଶନିବାର ଦିନ ଏକ ମିଟର କଳା ସୂତା ନେଇ ଶନି ମନ୍ଦିର ଯାଇ ବା ଘରେ ମଧ୍ୟ, ସେଥିରେ ୧୦୮ଟି ଗଣ୍ଠି ବାନ୍ଧି ଦିଅନ୍ତୁ ଓ ପ୍ରତ୍ୟେକ ଗଣ୍ଠି ସହ “ଓଁ ଶନିଶ୍ଚରାୟ ନମଃ” ଜପ କରନ୍ତୁ । ତା ପରେ ସେହି ସୂତାକୁ ଘରର ମୁଖ୍ୟ ଦ୍ବାରରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଘରେ ନକାରାତ୍ମକ ଉର୍ଜା ପ୍ରବେଶ କରି ପାରିବେ ନାହିଁ ।

ପରିବାରର କୌଣସି ବ୍ୟକ୍ତି ଯଦି ବାରମ୍ବାର ରୋଗରେ ପଡ଼ୁଛନ୍ତି କିମ୍ବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏଥିପାଇଁ ଏକ କଳା ସୂତାରେ ସିନ୍ଦୂର ଲଗାଇ ତାକୁ ଗୋଟିଏ ଦିନ ମନ୍ଦିରରେ ରଖନ୍ତୁ ଓ ତା ପର ଦିନ ସ୍ୱଚ୍ଛ ହୋଇ କଳା ସୂତା ଆଣି ସେହି ସଦସ୍ୟଙ୍କ ଗୋଡ଼ରେ ବାନ୍ଧି ଦିଅନ୍ତୁ । ଏହା ଦ୍ବାରା ତାଙ୍କ ଆଖପାଖରେ ରହୁଥିବା ନକାରାତ୍ମକ ଉର୍ଜା ଦୂର ହେବାକୁ ଲାଗିବ ଓ କାହାର ଖରାପ ନଜର ଛୁଇଁ ମଧ୍ୟ ପାରିବନି ।

 

ଗର୍ଭବତୀ ମହିଳାଙ୍କୁ ଶୀଘ୍ର ନଜର ଲାଗି ଯାଇଥାଏ ଓ ତାଙ୍କ ଶିଶୁକୁ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ଏଥିପାଇଁ ଏକ କଳା ସୂତା ନେଇ ଗର୍ଭବତୀ ମହିଳାଙ୍କ ଉଚ୍ଚତା ଅନୁସାରେ ମାପି ନିଅନ୍ତୁ ଓ ତାକୁ ତିନି ଥର ତାଙ୍କ ମୁଣ୍ଡ ପାଖେ ଘୁମାଇ ଦିଅନ୍ତୁ । ତା ପରେ ସେହି ସୂତାକୁ ପିପ୍ପଳ ବୃକ୍ଷରେ ବାନ୍ଧି ଦିଅନ୍ତୁ ନଚେତ୍ ନଦୀରେ ବିସର୍ଜନ କରି ଦିଅନ୍ତୁ । ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ଏହି ଉପାୟ କରନ୍ତୁ । ଏହାଦ୍ବାରା ମନ୍ଦ ନଜରରୁ ଉଭୟ ମା ଓ ଶିଶୁ ବଞ୍ଚିତ ରହିବେ ।

କଳା ସୂତାରେ ରୁଦ୍ରାକ୍ଷ ପୁରାଇ ତାକୁ ବାହୁରେ ପିନ୍ଧିଲେ ଅଧିକ ଲାଭଦାୟକ ହୋଇଥାଏ । ପୁରୁଣା କଳା ସୂତାକୁ ସର୍ବଦା ପିପ୍ପଳ ବୃକ୍ଷ ତଳେ ମାଟି ତଳେ ପୋତି ଦିଅନ୍ତୁ ବା ନଦୀରେ ବିସର୍ଜନ କରି ଦିଅନ୍ତୁ । ଅନ୍ୟଥା ଅନ୍ୟ କିଛି ଲୋକ ଏଥିରୁ କଳା ଯାଦୁ କରିବାରେ ବ୍ୟବହାର କରି ପାରନ୍ତି । ପାଦର ଆଙ୍ଗୁଠିରେ ମଧ୍ୟ କଳା ସୂତା ବାନ୍ଧିଲେ କଳା ଯାଦୁରୁ ରକ୍ଷା ପାଇ ପାରିବେ । କଳା ସୂତା ସବୁବେଳେ ମନ୍ଦିରର ପୂଜାରୀଙ୍କ ଠାରୁ ନେଇ କିମ୍ବା ନିଜେ ହିଁ କିଣି ବାନ୍ଧନ୍ତୁ । ଅନ୍ୟ କେହି ଦେଇଥିବା କଳା ସୂତା କେବେ ବାନ୍ଧନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *