ବଡ ଏକାଦଶୀ (4 ନଭେମ୍ବର 2022) ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି 1 ଜିନିଷ ବଦଳିଯିବ ଭାଗ୍ୟ

ହିନ୍ଦୁ ଧର୍ମ ଅନୁସାରେ କାର୍ତ୍ତିକ ମାସରେ ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀ ତିଥି କୁ ଦେବ ଉତ୍ଥାପନ ଏକାଦଶୀ ବୋଲି କୁହାଯିଥାଏ । ଶସ୍ତ୍ର ଅନୁସାରେ ଏହି ଏକାଦଶିର ଅନେକ ମହତ୍ଵ ରହିଅଛି । ଏହି ଦିନ ମାତା ତୁଳସୀ ଙ୍କର ଭଗବାନ କୃଷ୍ଣ ଙ୍କ ସହ ବିବାହ ହୋଇଥିଲା । ତେଣୁ ଏହି ଦିନ ତୁଆଳସୀ ବିବାହ ର ମଧ୍ୟ ପ୍ରଥା ରହିଅଛି । ଅନେକ ବୈଷ୍ଣବ ମାନେ ଏହି ଦିନ ମା ତୁଳସୀ ଙ୍କ ସହ ଭଗବାନ ଶ୍ରୀ ହଋ ବିଷ୍ଣୁ ଙ୍କର ବା ସାଲେଗ୍ରାମ ଭଗବାନ ଙ୍କର ସହ ସଂପୂର୍ଣ୍ଣ ରୀତି ନୀତିରେ ବିବାହ କରିଥାନ୍ତି ।

ଏହିଦିନ ରାତ୍ରି ଜାଗରଣ ର ମଧ୍ୟ ଅନେକ ମହତ୍ଵ ରହିଅଛି । ଯେଉଁ ବ୍ୟକ୍ତି ମାନେ ଏହି ଦିନ ଏକାଦଶୀ ବ୍ରତ ଧାରଣ କରି ଭଗବାନ ଶ୍ରୀ ହଋ ବିଷ୍ଣୁ ଙ୍କର ଉପାସନା ଅକରିଥାନ୍ତି ସେମାନନେ ଏହି ଧାରା ପୃଷ୍ଠରେ ଆଜୀବନ କାଳ ପର୍ଯ୍ୟନ୍ତ ତିନି ଲୋକ ର ସମସ୍ତ ସୁଖ ଭୋଗ କରି ମୃତ୍ୟୁ ପରେ ଭଗବାନ ବିଷ୍ଣୁ ଙ୍କର ଧାମ କୁ ସବୁଦିନ ପାଇଁ ଚାଲି ଯାଇଥାନ୍ତି ।

ଚଳିତ ବର୍ଷ ଏହି ପବିତ୍ର ଏକାଦଶୀ ପର୍ବ ଟି ନଭେମ୍ବର ମାସ 4 ତାରିଖ ଦିନ ପଡୁଅଛି । ଏହି ଦିନ ଭଗବାନ ବିଷ୍ଣୁ 4 ମାସ ରୁ ସୋଇଥିବା ଯୋଗ ନିଦ୍ରା ରୁ ଉଠିଥାନ୍ତି । ତେଣୁ ଏହି ଦିନ କୁ ଦେବ ଉତ୍ଥାପନି ଏକାଦଶୀ ବୋଲି କୁହାଯାଏ ।

ଭଗବାନ ବିଷ୍ଣୁ ଯୋଗ ନିଦ୍ରା ରେ ଯିବା ପୂର୍ବରୁ ନିଜର ସମସ୍ତ ଦାୟିତ୍ଵ ଭାର ଦେବ ଦେବ ମହାଦେବ ଙ୍କୁ ଦେଇ ଯାଇଥାନ୍ତି । ଏହି ଦିନ ଭଗବାନ ବିଷ୍ଣୁ ପୁନଃ ନିଦ୍ରା ରୁ ଉଠିଲା ପରେ ଦେବାଧିଦେବ ମହାଦେବ ଙ୍କ ଠାରୁ ନିଜର କାର୍ଯ୍ୟ ସବୁ ନେଇ ସମ୍ଭାଳି ଥାନ୍ତି । ଭଗବାନ ଯୋଗ ନିଦ୍ରା ରେ ଯିବା ଦିନ ଠାରୁ ସମସ୍ତ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ବନ୍ଦ ହୋଇ ଯାଇଥାଏ ।

ଏହି ଦିନ ଭଗବାନ ଙ୍କର ନିଦ୍ରା ରୁ ଉଠିବ ମାତ୍ରେ ହିଁ ପୁଣି ସମସ୍ତ ମାଙ୍ଗଳିକ କାର୍ଯ୍ୟ କରିବା ଆରମ୍ଭ ହୋଇଥାଏ । ଏହି ଦିନ ତୁଳସୀ ଗଛ ଓ ଭଗବାନ ବିଷ୍ଣୁ ଙ୍କର ବିଶେଷ ଭାବରେ ପୂଜା କରାଯାଇଥାଏ । ଏହି ଦିନ ଉପବାସ କରିବା ଦ୍ଵାରା ଭଗବାନ ବିଷ୍ଣୁ ଙ୍କ ସହ ମାତା ଲକ୍ଷ୍ମୀ ମଧ୍ୟ ଖୁବ ପ୍ରସନ୍ନ ହୋଇ ଯାଇଥାନ୍ତି । ଏହି ଦିନ ଶାସ୍ତ୍ର ଅନୁସାରେ କିଛି ଉପାୟ କରିବା ଦ୍ଵାରା ଜୀବନରେ ଥିବା ଧନ ଜନିତ ସମସ୍ଯା ଦୂର ହୋଇ ଯାଇଥାଏ ।

ଯେପରିକି ସକାଳେ ପୂଜା ସମୟରେ କିଛି ପଇସା କୁ ଭଗବାନ ଙ୍କ ଚରଣ ରେ ରଖି ଦେଇ ଏପରି କହିବା ଉଚିତ କି, ହେ ଭଗବାନ ଏହି ପଇସା ମୁଁ ଆପଣ ଙ୍କୁ ମୋର ଆର୍ଥିକ ସ୍ଥିତି ବଦଳାଇବାକୁ କାମନା କରି ଅର୍ପଣ କରୁଅଛି । ଆପଣ ଏହାକୁ ସ୍ଵୀକାର କରନ୍ତୁ ।

ଏହାପରେ ସନ୍ଧ୍ଯା ସମୟରେ ଏହାକୁ ଭଗବାନ ଙ୍କ ଚରଣ ରୁ କାଢି ଆଣି ନିଜ ଧନ ରଖିବା ସ୍ଥାନରେ ବା ନିଜ ପର୍ସ ରେ ରକହନ୍ତୁ । ଏହା ଦ୍ଵାରା ଆପଣ ଙ୍କ ଘରେ ଧନ ବୃଦ୍ଧି ହେବ । ଏହି ଦିନ ତୁଳସୀ ଗଛ ରେ ବସ୍ତ୍ର ଅଳଙ୍କାର ଓ ଦି ନିଶ୍ଚୟ ଦାନ କରନ୍ତୁ । ତୁଳସୀ ଗଛ ରେ ହଳଦିଆ କପଡା ବାନ୍ଧି ବିଶେଷ ଭାବରେ ପୂଜା କରିବା ଜୀବନରେ ସମସ୍ତ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହୋଇଥାଏ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *