Garuda Puran- ମୃତ୍ୟୁ ପରେ 47 ଦିନ ପର୍ଯ୍ୟନ୍ତ ଆତ୍ମା ସହିତ କ’ ଣ ହୋଇଥାଏ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହିନ୍ଦୁ ଧର୍ମର କଥାକୁ ନେଇ କେତେକ ଗ୍ରନ୍ଥ ଶାସ୍ତ୍ରରେ ଲିଖିତ ହୋଇ ରହିଅଛି । ଗରୁଡ ପୁରାଣରେ ମନୁଷ୍ୟର ଅନେକ କାର୍ଯ୍ୟ ଉପରେ ସବିଶେଷ ଟିପଣି ଲିପିବଦ୍ଧ ହୋଇରହିଛି । ଏଠାରେ ଆଜି ମୃତ୍ୟୁ ପରେ ବ୍ୟକ୍ତି ସହିତ ୪୭ ଦିନ ପର୍ଯ୍ୟନ୍ତ କଣ ହୋଇଥାଏ ତାହା ଜାଣିବାକୁ ପାଇବେ । ବ୍ୟକ୍ତିର ବୟସ ହୋଇଗଲା ପରେ ତା’ ର ମୃତ୍ୟୁ ହେବା ଏକ ସ୍ଵାଭାବିକ କଥା ଅଟେ ।

ଯେତେବେଳେ ବ୍ୟକ୍ତି ମୃତ୍ୟୁ ଶଯ୍ୟାରେ ପଡିଥାଏ । ସେତେବେଳେ ତା’ ର ଇନ୍ଦ୍ରିୟ ଗୁଡିକ କ୍ଷୀଣ ହୋଇଯାଇଥାନ୍ତି । ତାପରେ ଯେତେବେଳେ ସେହି ବ୍ୟକ୍ତିର ଅନ୍ତିମ ସମୟ ଆସି ନିକଟବର୍ତ୍ତୀ ହୋଇଯାଇଥାଏ । ସେତେବେଳେ ୨ ଯମଦୁତ ଆସି ବ୍ୟକ୍ତି ପାଖରେ ପହଞ୍ଚି ଯାଇଥାନ୍ତି । ଯାହାକୁ ଦେଖି ବ୍ୟକ୍ତି ଜଣଙ୍କ ବିଚଳିତ ହୋଇ ତା’ ର ଶରୀରରୁ ତା’ ଆତ୍ମାଟି ବାହାରି ଯାଇଥାଏ ।

ତାପରେ ବ୍ୟକ୍ତିର ଆତ୍ମାକୁ ନେଇ ଯମଦୁତ ଯମରାଜାଙ୍କ ପାଖକୁ ନେଇଯାଇଥାନ୍ତି । ଯେତେବେଳେ ବ୍ୟକ୍ତିର ଆତ୍ମା ଶରୀରରୁ ବାହାରି ଯାଇଥାଏ । ସେତେବେଳେ ବ୍ୟକ୍ତିର ମୃତ୍ୟୁ ହୋଇଗଲା ବୋଲି ସବୁ ଜାଣିଥାନ୍ତି । ମୃତ ବ୍ୟକ୍ତିର ଆତ୍ମା ଯେତେବେଳେ ଯମରାଜାଙ୍କ ପାଖରେ ପହଞ୍ଚି ଦେଖା କରିଥାଏ। ତାପରେ ଯମରାଜା ପୁନଶ୍ଚ ୧୩ ଦିନ ପର୍ଯ୍ୟନ୍ତ ମୃତ ବ୍ୟକ୍ତିକୁ ମର୍ତ୍ତ୍ୟଲୋକଙ୍କୁ ପଠାଇଥାନ୍ତି ।

ତା’ ପରେ ବ୍ୟକ୍ତିର ଆତ୍ମା ଶରୀରରେ ମୃତ ଶରୀରରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥାଏ । ଯେହେତୁ ତା’ ର ଶରୀରକୁ ପୋଡି ଦିଆଯାଇଥାଏ । ସେ ଆଉ ଶରୀରରେ ପ୍ରବେଶ କରିପାରିନଥାଏ । ତାପରେ ଆତ୍ମା ସେହିପରି ନିଜ ଘରପରିବାର ସଦସ୍ୟଙ୍କ ଗ୍ରହଣରେ ବାୟୁ ସଦୃଶ ଘୁରି ବୁଲୁଥାଏ । ଯେଉଁ ସବୁ କର୍ମ ମୃତ ବ୍ୟକ୍ତିଙ୍କ ଉଦ୍ଧେଶ୍ୟରେ କରାଯାଇଥାଏ ।

ସେହି ସବୁ ସେଠାରେ ଥିବା ଆତ୍ମା ପ୍ରାପ୍ତ କରିଥାଏ । ତାପରେ ୧୩ ଦିନ କର୍ମ ପରେ ଯମଦୁତ ଆସି ପୁଣି ଠାରେ ଆତ୍ମାକୁ ଯମଲୋକକୁ ନେଇ ଚାଲିଯାଇଥାନ୍ତି । ଯମଲୋକକୁ ଯିବା ବାଟରେ ପୂଣ୍ୟ ଆତ୍ମା ମାନେ ବେଶି କିଛି କଷ୍ଟର ସାମ୍ନା କରିନଥାନ୍ତି କିନ୍ତୁ ପାପୀ ଆତ୍ମା ମାନେ ବହୁତ କଷ୍ଟ ଯନ୍ତ୍ରଣା ରାସ୍ତା ପାର କରି ଯମଲୋକରେ ପହଞ୍ଚିଥାନ୍ତି । ବୈତରଣୀ ନଦୀକୁ ପାର କରିବା ପାଇଁ ବ୍ୟକ୍ତି ୩୪ ଦିନ ସମୟ ଲାଗିଯାଇଥାଏ ।

ବୈତରଣୀ ନଦୀ ପାର କରିସାରିବା ପରେ ଆତ୍ମା ଯମଲୋକ ଯାଇ ଯମରାଜାଙ୍କ ନିକଟରେ ପହଞ୍ଚିଥାଏ । ତାପରେ ସେଠି ଚିତ୍ରଗୁପ୍ତଙ୍କ ଟିପଣି ଅନୁସାରେ ବ୍ୟକ୍ତିରେ କର୍ମ ଅନୁସାରେ ସେହି ବ୍ୟକ୍ତି ସ୍ଵର୍ଗ କିମ୍ବା ନର୍କକୁ ଯିବ ତାହା ନିର୍ଧାରଣ କରିଥାଏ । ଗରୁଡ ପୁରାଣରେ ୩୬ ପ୍ରକାର ନର୍କ ରହିଥାଏ । ବ୍ୟକ୍ତି ଯେଉଁ ପ୍ରକାର ପାପ କର୍ମ କରିଥିବ ସେହି ପ୍ରକାର ନର୍କ ଯାଇ ଯନ୍ତ୍ରଣା ଭୋଗ କରିବ ।

ଯେଉଁ ଲୋକ ଭଲ କାର୍ଯ୍ୟ କରିଥିବ । ସେହି ଲୋକ ବିନା କୌଣସି ବାଧାବିଘ୍ନରେ ସିଧା ଯାଇ ସ୍ଵର୍ଗପୁରରେ ପହଞ୍ଚିଥାଏ ଓ ନିଜ ଇଛା ଅନୁସାରେ ପୁଣି ଏକ ଜନ୍ମ ପ୍ରାପ୍ତ କରିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜୁକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *