ଜୀବନରେ ସଫଳ ହେବାକୁ ହେଲେ ଅସ୍ଥିର ଓ ସବୁବେଳେ ଚିନ୍ତିତ ରହୁଥିବା ମନକୁ ଶାନ୍ତ କରିବା ଶିଖ… (Best Motivational Tips)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚିନ୍ତା ଏକ ଏପରି ଶବ୍ଦ । ଯାହା ମାତ୍ରା ୨  ଟି ଅକ୍ଷରକୁ ନେଇ ହୋଇଥାଏ କିନ୍ତୁ ଏହି ଚିନ୍ତା ମଣିଷକୁ ତା’ ର ସଂପୂର୍ଣ୍ଣ ଅଧୀନରେ କରିଦେଇଥାଏ। ଯେଉଁ ଲୋକ ସବୁବେଳେ ନିଜକୁ କିଛି ନା କିଛି କଥା ପାଇଁ ଭାରପ୍ରାପ୍ତ କରିରଖିଥାଏ । ସେ ବ୍ୟକ୍ତି ତା’ ମନ ଓ ମସ୍ତିସ୍କରେ ଥିବା ସେହି ଚିନ୍ତାକୁ ବାହାର ନକରିବା ପର୍ଯ୍ଯନ୍ତ କିଛି ମଧ୍ୟ ଠିକ ନିସ୍ପତି ନେବା ପାଇଁ ସକ୍ଷମ ହୋଇପାରିନଥାଏ ।

ଯେଉଁ ବ୍ୟକ୍ତି ନିଜକୁ ଅଯଥା ଚିନ୍ତାରୁ ଦୂରେଇ ରଖିପାରିଥାଏ । ସେ ନିଜ ଜୀବନରେ ବହୁତ ଆଗକୁ ଯାଇ ସଫଳତାର ଶିଖର ଛୁଇଁପାରିଥାଏ । ଆଜି ଆପଣ ଏପରି କେତେ ଗୁଡିଏ ବାକ୍ୟ ଆମ ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇବେ । ଯାହା ଆପଣଙ୍କ ଜୀବନରେ ପ୍ରୟୋଗ ଦ୍ଵାରା ଜୀବନର ଚଲାପଥକୁ କୁସୁମିତ କରିପାରିବ । ଯେଉଁ ଲୋକ ମାନେ ଆମ ନିଜର ଓ ଆପଣାର ଲୋକ ସେ ସବୁବେଳେ ଆମ ଦୁଃଖ ଓ ସୁଖରେ ଆମର ସହଭାଗୀ ହୋଇପାରିଥାନ୍ତି ।

ଯେଉଁ ବ୍ୟକ୍ତି ଆମଠୁ କିଛି ନା କିଛି କାରଣ ପାଇଁ ଅଲଗା ହୋଇଯାଉଛି ସେ କେବେ ମଧ୍ୟ ଆମର ନିଜର ଥିଲା ହିଁ ନାହିଁ । ପରିସ୍ଥିତି ଯାହାବି ହେଇଥାଉ, କାହାକୁ ଦୋଷାରପ କରିବା ଠାରୁ କାହାର ଭଲ ଚିନ୍ତା କରିବା । ଏହି ଜୀବନରେ ଯେତେ ମଧ୍ୟ କଷ୍ଟ ଯନ୍ତ୍ରଣା ଦାୟକ ସମୟ ଆସିଥାଉ । ସବୁବେଳେ ସମୟ ସହିତ ଲଢିକି ଜିତିବା ଶିଖ ।

କାରଣ କିଛି ଲୋକମାନେ ସବୁବେଳେ ପଛକୁ ଟାଣିକି ହରାଇବା ପାଇଁ ଚେଷ୍ଟା କରିଥାନ୍ତି । ସେହି ଲୋକଙ୍କ ଠାରୁ ସବୁବେଳେ ଆଗକୁ ଯିବା ଚେଷ୍ଟା କର । ଯେଉଁ ମାନେ ଠିକ ସମୟରେ ଆପଣଙ୍କ ହାତ ଛାଡି ତାଙ୍କ ନିଜ ରାସ୍ତାରେ ଆଗକୁ ବଢି ଚାଲିଲେ । ପୂର୍ବରୁ ଯିଏ ସାବଧାନ ଓ ସତର୍କତାର କାମ କରୁଥିଲା । ସେତେବେଳେ ଦୁନିଆକୁ ବଦଳାଇବାକୁ ଚେଷ୍ଟା କରୁଥିଲା ।

କିନ୍ତୁ ଦୁନିଆକୁ ବଦଳାଇବାକୁ ଚେଷ୍ଟା ନକରି ନିଜକୁ ଚାଲାକ କରି ନିଜକୁ ନିଜେ ବଦଳାଇ ଦିଅ । ଯଦି ସବୁ ଲୋକ ନିଜ ନିଜ ପାଇଁ ଏକ ସୁରକ୍ଷା ପ୍ରହରୀ ହୋଇଯିବେ । ତେବେ ଅନ୍ୟର ସହାୟତା ଲୋଡାର ଆବଶ୍ୟକତା ପଡିବ ନାହିଁ । କେବେ ହେଲେ ନିଜେ ପାଇଥିବା ସ୍ଥାନକୁ ହାତ ଛଡା କରନ୍ତୁ ନାହିଁ । ତାହା ଆପଣଙ୍କ କାର୍ଯ୍ୟ ହେଉ ଅବା ସମ୍ପର୍କ କ୍ଷେତ୍ର ଯଦି ଥରେ ନିଜ ସ୍ଥାନକୁ ଛାଡି ଦେବ ।

ତେବେ ସେହି ଜାଗାକୁ ପୂରଣ କରିବାକୁ ବହୁତ ଲୋକ ଚାତକ ଭଳି ଅନାଇ ବସିଛନ୍ତି । ଯେଉଁ ଲୋକ ଆପଣଙ୍କର ଶବ୍ଦର ମୂଲ୍ୟ ବୁଝୁନଥିବ । ସେହି ଲୋକ ପାଖରେ ଚୁପ୍ ରହିବା ହିଁ ବହୁତ ଭଲ । ଆଲୋଚ୍ୟ କରୁଥିବା ବାକ୍ୟ ଗୁଡିକର ଆମ ଜୀବରେ ବହୁତ ମୂଲ୍ୟ ରହିଅଛି । ଯେଉଁ ମାନେ କାର୍ଯ୍ୟକାରୀ କରିପାରିବେ ସେହି ଜୀବନକୁ ଉପଭୋଗ କରିପାରିବେ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *