ଆପଣଙ୍କ ବିବାହ ରେଖା କଣ କହୁଛି ଜାଣନ୍ତୁ- Odia Palm Astrology

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯଦି ମନୁଷ୍ୟ ହାତ ର ଶୁକ୍ର ପର୍ବତ ଏବଂ ଗୁରୁ ପର୍ବତ ବଢ଼ିଥାଏ ତେବେ ବିବାହ ଯୋଗ ହୋଇଥାଏ । କିନ୍ତୁ ବିଦ୍ୱାନ ମାନେ ଏହାଛଡା ଅନ୍ୟ କେତେକ ତତ୍ତ୍ୱ ମଧ୍ୟ ଦେଇଛନ୍ତି । ଯାହାକୁ ନେଇ ବିବାହ ବିଷୟ ରେ ଜାଣିବାକୁ ମିଳିଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ବିଭିନ୍ନ ବିବାହ ଯୋଗ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ସର୍ବ ପ୍ରଥମେ ସୁଖୀନ ବିବାହ ଯୋଗ ବିଷୟରେ ଜାଣିବା । ଯଦି ପାପୁଲି ର ଭାଗ୍ୟ ରେଖା ଉତ୍ତମ ପର୍ବତ ରେଖା ଠାରୁ ବାହାରି ହୃଦୟ ରେଖା ଠାରେ ଶେଷ ହୋଇଥାଏ ଅଥବା ଗୁରୁ ପର୍ବତ ଠାରେ କ୍ରସ ଚିନ୍ହ ହୋଇଥାଏ ତେବେ ଏହା ସୁଖୀନ ବିବାହ ର ଯୋଗ ହୋଇଥାଏ ।

ଯଦି ଶୁକ୍ର ପର୍ବତ ଅଧିକ ବଢ଼ି ନଥାଏ କିମ୍ବା ତାରା ଚିନ୍ହ ହୋଇଥାଏ ତେବେ ଏହା ମଧ୍ୟ ସୁଖୀନ ବିବାହ ର ଯୋଗ ହୋଇଥାଏ । ଏହି ବ୍ୟକ୍ତି ମାନଙ୍କ ବିବାହ ହଠାତ ହୋଇଥାଏ ଏବଂ ଏମାନଙ୍କ ପ୍ରାୟତଃ ଲଭ୍ ମ୍ୟାରେଜ ହୋଇଥାଏ । ଏମାନେ କିଛି ବି ଭାବି ନଥାନ୍ତି, କିନ୍ତୁ ଏମାନଙ୍କ ବିବାହ ହଠାତ ହୋଇଯାଏ । ବିବାହ ପରେ ଏମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥାଏ ଏବଂ ଏମାନଙ୍କ ଦୁଇ ରୁ ଅଧିକ ସନ୍ତାନ ହେବାର ଆଶଙ୍କା ରହିଥାଏ ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଅନମେଳ ବିବାହ ଯୋଗ ବିଷୟ ରେ । ଯଦି ସୂର୍ଯ୍ୟ ରେଖା ଏବଂ ବିବାହ ରେଖା ପରସ୍ପର ସହିତ ଯୋଡ଼ି ହୋଇ ରହିଥାନ୍ତି ଏବଂ ସୂର୍ଯ୍ୟ ପର୍ବତ ଅଧିକ ଛୋଟ ହୋଇଥାଏ ତେବେ ଏହା ଅନମେଳ ବିବାହ ର ଯୋଗ ହୋଇଥାଏ । ଏହି ବ୍ୟକ୍ତି ମାନଙ୍କ ବିବାହ ସମସ୍ତ ପରିବାର ସଦସ୍ୟ ଙ୍କ ଉପସ୍ଥିତି ରେ ହୋଇଥାଏ । ବିବାହ ପରେ ଏମାନଙ୍କ ଗୋଟିଏ ବା ଦୁଇଟି ସନ୍ତାନ ଜନ୍ମ ହେବାର ସମ୍ଭାବନା ରହିଥାଏ ।

୩. ବନ୍ଧୁଗଣ ବର୍ତ୍ତମାନ ଜାଣିବା ବ୍ୟାପାରିକ ବିବାହ ଯୋଗ ବିଷୟ ରେ । ଯଦି ମଣି ପର୍ବତ ର ରେଖା ବୁଧ ରେଖା ପର୍ଯ୍ୟନ୍ତ ଯାଇଥାଏ ଏବଂ ସୂର୍ଯ୍ୟ ରେଖା ଓ ଶୁକ୍ର ରେଖା ପରସ୍ପର ଯୋଡ଼ି ହୋଇ ଥାଆନ୍ତି । ତେବେ ଏଭଳି ରେଖା ଥିବା ଝିଅ ମାନେ ଶୀଘ୍ର ବିବାହ କରି ପାରନ୍ତି ନାହିଁ ଏବଂ ଜଣେ ବ୍ୟବସାୟୀ ଙ୍କୁ ବିବାହ କରିଥାନ୍ତି । ଏମାନଙ୍କ ସ୍ୱାମୀ ଅଳ୍ପ କଁଯୁସ ସ୍ଵଭାବ ର ମଧ୍ୟ ହୋଇଥାନ୍ତି ।

୪. ବନ୍ଧୁଗଣ ବର୍ତ୍ତମାନ ବୁଧ ବିବାହ ଯୋଗ ବିଷୟ ରେ ଜାଣିବା । ଯଦି କୌଣସି ବ୍ୟକ୍ତି ଙ୍କ ହାତ ଅଧିକ ସଂକୀର୍ଣ୍ଣ ହୋଇଥାଏ କିମ୍ବା ଚନ୍ଦ୍ର ପର୍ବତ ପାଖରେ ଅନେକ ଛୋଟ ରେଖା ଖଣ୍ଡ ବିଖଣ୍ଡ ହୋଇ ରହିଥାଏ ତେବେ ଏଭଳି ବ୍ୟକ୍ତି ନିଜର ପାଖାପାଖି ବୟସ ର ବ୍ୟକ୍ତି ଙ୍କ ସହିତ ବିବାହ କରିଥାନ୍ତି । ଏମାନଙ୍କ ସନ୍ତାନ ପ୍ରାପ୍ତି କ୍ଷେତ୍ରରେ ଅସୁବିଧା ଦେଖା ଯାଇଥାଏ । କିନ୍ତୁ ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

୫. ବନ୍ଧୁଗଣ ଶେଷରେ ଜାଣିବା ଛାଡ଼ପତ୍ର ବିବାହ ଯୋଗ ବିଷୟ ରେ । ଯଦି ଶୁକ୍ର ପର୍ବତ ର ରେଖା ହୃଦୟ ରେଖା ପର୍ଯ୍ୟନ୍ତ ସିଧା ଯାଇଥାଏ କିମ୍ବା ବିବାହ ରେଖା ର ଶେଷରେ ଅନେକ ରେଖା ହୋଇଥାଏ ତେବେ ଏହା ଛାଡ଼ପତ୍ର ବିବାହ ଯୋଗ ହୋଇଥାଏ । ଏଭଳି ବିବାହ ରେ ଦମ୍ପତ୍ତି ଙ୍କ ମଧ୍ୟରେ ପ୍ରାୟ ସମୟ କଥା ମେଳ ଖାଇ ନଥାଏ ଏବଂ ପ୍ରାୟ ସମୟ ଝଗଡ଼ା ଲାଗି ରହିଥାଏ । ତେଣୁ ଏମାନଙ୍କ ମଧ୍ୟରେ ଛାଡ଼ପତ୍ର ହେବାର ସମ୍ଭାବନା ରହିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *