ଅପମାନ ର ଜବାବ କିପରି ଦେବେ ? ଜାଣି ରଖନ୍ତୁ ଏହି 3 ଟି ଉପାୟ (Motivational Tips)

ନମସ୍କାର ବନ୍ଧୁଗଣ , ଅନେକ ସମୟରେ ଆମେ କିଛି କରିନଥାଉ , କିନ୍ତୁ ଆମ ବିନା ଦୋଷରେ ସହିବାକୁ ପଡିଥାଏ ଅପମାନ । ଅନେକ ସମୟରେ ଆମେ ନିଜେ ନିଜ କୁ ପ୍ରଶ୍ନ କରିଥାଉ ଯେ ଏହା ଆମ ସହିତ ହିଁ କାହିଁକି ହୋଇଥାଏ ବୋଲି । କିନ୍ତୁ ଯଦି କୋଣସି ବ୍ୟକ୍ତି ଆପଣଙ୍କର ବାରମ୍ବାର ଥଟ୍ଟା ମଜାକ କରୁଛି ଏବଂ ଆପଣଙ୍କୁ ଅପମାନିତ କରୁଛି । ଏଭଳି ପରିସ୍ଥିତିରେ ଆପଣଙ୍କୁ କଣ କରିବା ଦରକାର , କଣ ସବୁ ବେଳେ ଚୁପ ଚାପ ତାହାକୁ ଶୁଣିବା ଉଚିତ୍ ।

ଯିଏ ଥରେ ଅପମାନ କୁ ସହିଥାଏ ସେ ମଣିଷ ଅଟେ କିନ୍ତୁ ଯିଏ ଦୁଇ ଥର ଅପମାନକୁ ସାହି ଥାଏ ସେ ମହାନ ଅଟେ । ଯଦି କୋଣସି ବ୍ୟକ୍ତି ଗୋଟେ ନୁହେଁ ଦୁଇ ନୁହେଁ ସବୁ ବେଳେ ଏହାକୁ ଶୁଣି ଥାଏ ସେ ମୂର୍ଖ ହୋଇଥାଏ ।ସମାଜ ତାହାକୁ ମୂର୍ଖ ହିସାବ ରେ ଦେଖିଥାଏ । ଯଦି ଆପଣ ଚାହିଥାନ୍ତି ଯେ ଆପଣଙ୍କୁ କିଏ ଅପମାନ ନ କରୁ ତେବେ ଆପଣଙ୍କୁ ନିଜର ଆତ୍ମାସମ୍ମାନ କୁ ରକ୍ଷା କରିବା ଉଚିତ୍ । ଆପଣଙ୍କୁ ଭୁଜିବାକୁ ପଡିଥାଏ ଯେ ସହନଶୀଳତା ଏବଂ ମୂର୍ଖତା ମଧ୍ୟରେ ପାର୍ଥକ୍ଯ ରହିଥାଏ ।

ଯଦି କୋଣସି ବ୍ୟକ୍ତି ଆପଣଙ୍କୁ ଘୋର ଅପମାନ , ହିଂସା , କଟୁ ବାକ୍ୟ ଆଦି କହିଥାଏ ସେ ଘୋର ଅପରାଧ କରିଥାଏ । କିନ୍ତୁ ଯଦି ଆପଣ ଏହାକୁ ଚୁପଚାପ ସହୁଛନ୍ତି ତେବେ ଆପଣ ମଧ୍ୟ ସମ୍ମାନ ବାଗୀଦାର ହୋଇଥାନ୍ତି । ଯଦି କୋଣସି ବ୍ୟକ୍ତି ପ୍ରଥମ ଥର ପାଇଁ  ଅନ୍ୟାୟ  ଅତ୍ୟାଚାର କରୁଛି  ଏବଂ ତାହା ବିରୁଦ୍ଧରେ କୋଣସି ପାଟି ପିଠାନ୍ତି ନାହିଁ । ତେବେ ସେ ବ୍ୟକ୍ତି ସେହି ଭୁଲ କୁ ଦ୍ଵିତୀୟ ଥର କରିବାକୁ ସାହସ କରିଥାଏ । ଏହି ପରିସ୍ଥିତିରେ ଆପଣଙ୍କୁ ନିଜର ସମ୍ମାନ ର ରକ୍ଷା କରିବାକୁ ପଡିଥାଏ ।

ସମ୍ମାନ ହେଉଛି ମଣିଷ ପାଇଁ ସର୍ବ ପ୍ରଥମ- କାରଣ ସେ ଜୀବନ ସାରା ପରିଶ୍ରମ କରି ଏହାକୁ ହାସଲ କରିଥାଏ ଏବଂ ଏହାକୁ କଣ କିଏ ଏତେ ସହଜରେ ନେବା କୁ ଦେଇଥାଉ । ତେଣୁ ତିନି ଉପାୟରେ ଅପମାନ ର ଜବାବ୍ ଦିଅନ୍ତୁ । ଏହା କରିବା ଦ୍ଵାରା କେହି ତୁମକୁ ଅପମାନ କରିବେ ନାହିଁ ଏବଂ କରିବା ପୂର୍ବରୁ ହଜାର ଥର ଭବିବେ । ପ୍ରଥମ ହେଉଛି ନିଜର ଜ୍ଞାନ କୁ ବୃଦ୍ଧି କରିବା ଦରକାର ଏହା ପାଇଁ ଅନେକ ପୁସ୍ତକ ବହି ଅଧୟନ କରନ୍ତୁ ।

ଯାହା ଫଳରେ ଆପଣ ଭିତରେ ସାହସିକତା ବଢିଥାଏ । ଆପଣ କାହାରି ଅନ୍ୟାୟ କୁ ସହି ପାରିବେ ନାହିଁ। ଦ୍ଵିତୀୟ – କଥା ହେବାର ଶୈଳୀ ଯାହା ଆପଣଙ୍କୁ ଶିଖିବାକୁ ପଡିଥାଏ । କଥା ଶୈଳୀ ଶିଖିବା ଦ୍ଵାରା ବିନା ଝଗଡାରେ କଥାକୁ କହି ଅପମାନ ର ଜବାବ୍ ଦେଇଥାଉ ।

ତୃତୀୟ – ହେଉଛି ମୂର୍ଖ ସାଙ୍ଗ ସାଥି ଠାରୁ ଦୂର ରେ ରୁହନ୍ତୁ । ଏହି ମାନଙ୍କ ଠାରୁ ଦୂର ରେ ରହିବା ଦ୍ଵାରା ଖରାପ ଅଭ୍ୟାସ , ଖରାପ କଥା ଆଦି ରୁ ଦୂର ରହିଲେ ଅପମାନ ମଧ୍ୟ ରହିନଥାଏ । ଆଶା କରୁଛି ଆପଣଙ୍କୁ ଏହି ପୋଷ୍ଟ ଭଲଲାଗିଛି ବୋଲି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *