ଫିଲ୍ମ ‘Bahubali’ ରୁ ଫେମସ ହୋଇଥିବା ଅଭିନେତ୍ରୀ Anuska Setty ଙ୍କ ରିଅଲ ଲାଇଫ Family & Biography

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଙ୍କ ସମ୍ବନ୍ଧରେ କହିବାକୁ ଯାଉଛୁ । ବନ୍ଧୁଗଣ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତ୍ରୀ ଅଛନ୍ତି ଯିଏ ନିଜ ଅଭିନୟ ଜରିଆ ରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି।କିନ୍ତୁ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର କୁଇନ ଭାବରେ ପରିଚିତ। ଅନୁଷ୍କା ସେଟ୍ଟୀଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲେଡି ଡନ ବୋଲି କୁହାଯାଏ। ସେ ନିଜର ଅଭିନୟ ମାଧ୍ୟମରେ ତ ଦର୍ଶକ ମାନଙ୍କୁ ମୋହିତ କରି ଦେଇଛନ୍ତି ।

ଏହା ସହିତ ସେ ନିଜର ସୁନ୍ଦରତା ପାଇଁ ମଧ୍ୟ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଦେଇଛନ୍ତି।ଏହି ଅଭିନେତ୍ରୀ ଜଣକ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଅନେକ ବ୍ଲକ ବଷ୍ଟର ଫିଲ୍ମ ପ୍ରଦାନ କରିଛନ୍ତି। ଏହି ଅଭିନେତ୍ରୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସବୁଠାରୁ ସଫଳ ଅଭିନେତ୍ରୀ ଭାବେ ପରିଚିତ। ଯଦି ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିବେ ତେବେ ବଲିଉଡ ର ସମସ୍ତ ଅଭିନେତ୍ରୀ ଙ୍କୁ ପଛରେ ପକାଇ ଦେବେ।

ବନ୍ଧୁଗଣ ଆପଣ ମାନେ ତ ଅନସ୍କ୍ରିନ ଫିଲ୍ମ ରେ ଅନୁଷ୍କା ଙ୍କୁ ଦେଖିଛନ୍ତି କିନ୍ତୁ ହୁଏ ତ ଆପଣ ତାଙ୍କ ରିଅଲ ଲାଇଫ ସମ୍ବନ୍ଧରେ ଖୁବ କମ କଥା ଜାଣିଥିବେ। ଆଜି ଆମେ ଆପଣଙ୍କୁ ରିଅଲ ଲାଇଫ ରେ ଅନୁଷ୍କା କିପରି ଅଟନ୍ତି ଏବଂ ତାଙ୍କ ପରିବାର ର ସମସ୍ତ ସଦସ୍ୟ କିପରି ଅଟନ୍ତି ଏବଂ କଣ କରନ୍ତି ସେହି ସମ୍ବନ୍ଧରେ ଅବଗତ କରାଇବୁ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଅନୁଷ୍କା ଏବଂ ତାଙ୍କ ପରିବାର ର ସମସ୍ତ ସଦସ୍ୟ ଙ୍କ ସମ୍ବନ୍ଧରେ।

ଅନୁଷ୍କା ସେଟ୍ଟୀ ହିନ୍ଦୁ ପରିବାର ର ଅଟନ୍ତି। ତାଙ୍କ ସମେତ ପରିବାର ରେ ୪ ଜଣ ସଦସ୍ୟ ଅଛନ୍ତି। ଅନୁଷ୍କା ଙ୍କ ସହ ତାଙ୍କ ବାପା, ମାଆ ଏବଂ ୨ଭାଇ ରୁହନ୍ତି । ବନ୍ଧୁଗଣ ଆସନ୍ତୁ ପ୍ରଥମେ ଜାଣିବା ଅନୁଷ୍କା ଙ୍କ ପିତା ଙ୍କ ସମ୍ବନ୍ଧରେ। ଅନୁଷ୍କା ଙ୍କ ପିତା ଙ୍କ ନାଁ ଏ.ଏନ ବିଟ୍ଟଲ ସେଟ୍ଟୀ ଅଟେ । ଅନୁଷ୍କା ଙ୍କ ପିତା ପେସା ରେ ଜଣେ ଡାକ୍ତର ଅଟନ୍ତି । ଅନୁଷ୍କା ଙ୍କ ପିତା ୫୭ ବର୍ଷ ବୟସ୍କ ଅଟନ୍ତି । ବନ୍ଧୁଗଣ ଅନୁଷ୍କା ଙ୍କ ମାଆ ଙ୍କ ନାଁ ପ୍ରଫୁଲ୍ଲା ସେଟ୍ଟୀ ଅଟେ।

ଅନୁଷ୍କା ଙ୍କ ମାଆ ପ୍ରଫୁଲ୍ଲା ୫୦ ବର୍ଷ ବୟସର ଅଟନ୍ତି । ତାଙ୍କ ମାଆ ଜଣେ ଗୃହିଣୀ ଅଟନ୍ତି ଏବଂ ଘରେ ରହି ପରିବାର ର ସମସ୍ତ ସଦସ୍ୟ ଙ୍କ ଧ୍ୟାନ ରଖନ୍ତି। ଅନୁଷ୍କା ଙ୍କ ମାତା ପିତା ଉଭୟ ଲାଇମ ଲାଇଟ ରୁ ଦୁରେଇ ରହିବା କୁ ପସନ୍ଦ କରନ୍ତି । ଅନୁଷ୍କା ତାଙ୍କ ମାତା ପିତା ଙ୍କ ସହ ନିଜ ଫଟୋ କୁ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ତଥା ଇଂଷ୍ଟାଗ୍ରାମ ରେ ସେୟାର କରିବାର ଦେଖିବାକୁ ମିଳେ ଏବଂ ସେଥିରୁ ହିଁ ଅନୁଷ୍କା ଙ୍କ ର ନିଜ ମାତା ପିତା ଙ୍କ ସହ ଥିବା ଘନିଷ୍ଠ ସମ୍ପର୍କ ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ।ଏହି କାରଣ ରୁ ତାଙ୍କ ଫଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ ମଧ୍ୟ ହୋଇଥାଏ।

.ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଅନୁଷ୍କା ଙ୍କ ୨ ଭାଇଙ୍କ ସମ୍ବନ୍ଧରେ। ଅନୁଷ୍କା ଙ୍କ ବଡ଼ ଭାଇ ଙ୍କ ନାଁ ଗୁନର୍ଜନ ସେଟ୍ଟୀ ଏବଂ ସାନ ଭାଇ ସାଇ ରମେଶ ଅଟେ। ଅନୁଷ୍କା ଙ୍କ ବଡ଼ ଭାଇ ଜଣେ ସଫଳ ବିଜନେସ ମ୍ୟାନ ଅଟନ୍ତି ଏବଂ ଯଦି ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବାକୁ ଯିବା ତେବେ ସେ ବିବାହିତ ଅଟନ୍ତି ଏବଂ ନିଜ ଜୀବନ ରେ ସେ ବହୁତ ଖୁସି ରେ ଅଛନ୍ତି। ଅନୁଷ୍କା ଙ୍କ ସାନ ଭାଇ ଜଣେ ସଫଳ କସମେଟିକ ସର୍ଜନ ଅଟନ୍ତି । ସେ ନିଜ ଗାର୍ଲଫ୍ରେଣ୍ଡ ଙ୍କୁ ବିବାହ କରି ବର୍ତ୍ତମାନ ବହୁତ ଖୁସି ରେ ଅଛନ୍ତି ଏବଂ ତାଙ୍କ ବାହାଘର ର ଫଟୋ ସୋସିଆଲ ମିଡିଆ ରେ ଭାଇରାଲ ମଧ୍ୟ ହୋଇଥିଲା।ଯେଉଁଥିରେ ଅନୁଷ୍କା ଙ୍କ ସମ୍ପୂର୍ଣ୍ଣ ପରିବାର କୁ ଦେଖିବାକୁ ମିଳିଥିଲା।

ବନ୍ଧୁଗଣ ଯଦି ଅନୁଷ୍କା ଙ୍କ ସମ୍ବନ୍ଧରେ କହିବାକୁ ଯିବା ତେବେ ଅନୁଷ୍କା ବର୍ତ୍ତମାନ ନିଜ କ୍ୟାରିଅର ରେ ଧ୍ୟାନ ଦେବାରେ ଲାଗିଛନ୍ତି। ଶୁଣିବାକୁ ମିଳେ ଯେ ପ୍ରଥମେ ଅନୁଷ୍କା ନିର୍ଦେଶକ କ୍ରୀସ ଙ୍କ ସହ ରିଲେସନ ରେ ଥିଲେ ଏବଂ ୨୦୧୧ ରେ ସେ ତାଙ୍କ ସହ ଏକ ତାମିଲ ଫିଲ୍ମ ରେ ମଧ୍ୟ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ବ୍ରେକଅପ ହୋଇ ଯାଇଥିଲା। ଫିଲ୍ମ ବାହୁବାଲୀ ରେ ଅନୁଷ୍କାଅଭିନୟ କରିବା ପରେ ଏହା ଶୁଣିବାକୁ ମିଳିଥିଲା ଯେ ଅନୁଷ୍କା ଏବଂ ଅଭିନେତା ପ୍ରଭାସ ଙ୍କ ପ୍ରେମ ସମ୍ପର୍କ ରହିଛି ଏବଂ ଏହି ଯୋଡି ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ଏହି ଯୋଡି ନିଜ ସମ୍ପର୍କକୁ ମିଡିଆ ଆଗରେ ବନ୍ଧୁତା ର ଆଖ୍ୟା ଦେଇଥିଲେ।

ବର୍ତ୍ତମାନ ଏହା ଶୁଣିବାକୁ ମିଳୁଛି ଯେ ଅନୁଷ୍କା ଫିଲ୍ମ ‘ଜଜ ମେଣ୍ଟାଲ ହେ କ୍ୟା’ ର ନିର୍ଦେଶକ ପ୍ରକାଶ କୋବିଲ ମୁଡି ଙ୍କ ସହ ବିବାହ କରିଛନ୍ତି । ତେବେ ବନ୍ଧୁଗଣ ଏହି କଥା ରେ କେତେ ସତ୍ୟତା ରହିଛି ତାହା କେବଳ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ହିଁ କହିପାରିବେ।

ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଟଲିଉଡ ର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *