ଅନ୍ତିମ ସଂସ୍କାର ସମୟରେ ଶବକୁ କାନ୍ଧରେ ନେଇ ଶ୍ମଶାନ ଯାଉଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତିଦିନ ଯେପରି ଦିନ ରାତି ହେବା ସ୍ତିର ନିଧାର୍ଯ୍ୟ । ସେହିପରି ଜନ୍ମ ହୋଇଥିବା ପ୍ରତ୍ଯେକଟି ବ୍ୟକ୍ତି ଦିନେ ନା ଦିନେ ମୃତ୍ୟୁବରଣ କରିବା ତାହା ମଧ୍ୟ ସୁନିଶ୍ଚିତ କଥା ଅଟେ । ବ୍ୟକ୍ତିର ଯେତେବେଳେ ମୃତ୍ୟୁ ହୋଇଥାଏ । ସେତେବେଳେ ମୃତ  ବ୍ୟକ୍ତିକୁ ଦେଖା କରିବା ତଥା ତା’ ର ଅନ୍ତିମ ଦର୍ଶନ କରିବା ସହିତ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ କେତେ ଲୋକ ଆସିଥାନ୍ତି ।

ସେହି ମୃତ ବ୍ୟକ୍ତିର ସାଙ୍ଗସାଥି ତଥା ବନ୍ଧୁପରିଜନ ସମସ୍ତେ ଅନ୍ତିମ ସଂସ୍କାରରେ ଯୋଗ ଦେବା ସହିତ କିଛି ନିୟମର ପାଳନ କରିବା ମଧ୍ୟ ନିତାନ୍ତ ଜରୁରୀ ଅଟେ । ମୃତ ବ୍ୟକ୍ତିର ଶବକୁ କାନ୍ଧାଉଥିବା ଥିବା ଲୋକମାନେ ବହୁତ ପୂଣ୍ୟ ଅର୍ଜନ କରିଥାନ୍ତି ବୋଲି ମାନ୍ୟତା ରହିଅଛି । ଏହା ସହିତ ସେହି ବ୍ୟକ୍ତି ମାନଙ୍କର ପୂର୍ବରୁ କରିଥିବା ପାପ ମଧ୍ୟ କିଛି ମାତ୍ରାରେ ଲାଘବ ହୋଇଯାଏ ବୋଲି କୁହାଯାଇଥାଏ ।

କାରଣ ଯେଉଁ ଲୋକର ମୃତ୍ୟୁ ହୋଇଥାଏ । ତା’ ର ମୃତ୍ୟୁ ପରେ ତା’ ସହିତ ଯିଏ ଭଲ ମନ୍ଦ ଯାହା କରିଥାଏ । ସେ ସବୁକିଛି ଭୁଲି ସମସ୍ତଙ୍କ ଦୋଷ କ୍ଷମା କରି ଏହି ଧରାପୃଷ୍ଟ ରୁ ଛାଡି ଚାଲିଯାଇଥାଏ । ମୃତ ବ୍ୟକ୍ତିର ଘର ଠାରୁ ୧୦୦ ମିଟର ଦୂର ପର୍ଯ୍ୟନ୍ତ ଥିବା ଘରର ଲୋକମାନେ ଅନ୍ତିମ ଯାତ୍ରା ଭାଗ ଦେବା ନିହାତି ଉଚିତ ।

ଯେଉଁ ଜାଗାରେ ଶବ ପଡିରହିଥାଏ । ସେହି ଆଖ ପାଖ ପରିବେଶରେ ନକରାତ୍ମକ ଊର୍ଜାରେ ଭରି ହୋଇ ରହିଥାଏ । ସେଥିପାଇଁ ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର ନହେବା ପର୍ଯ୍ୟନ୍ତ ଘରେ କୌଣସି ପ୍ରକାର ରୋଷେଇ କାର୍ଯ୍ୟ ବା ଧର୍ମ କାର୍ଯ୍ୟ କରାଯାଇନଥାଏ । ଯଦି ବ୍ରାହ୍ମଣ ବ୍ୟକ୍ତିର ମୃତ ଶରୀରକୁ କୌଣସି ବ୍ୟକ୍ତି କାନ୍ଧେଇଥାଏ ।

ତେବେ ସେହି ବ୍ୟକ୍ତିର ଗୋଟିଏ ପାଦ ଚାଲିବା ଗୋଟିଏ ଯଜ୍ଞର ପୂଣ୍ୟଫଳ ସହିତ ସମାନ ହୋଇଥାଏ । ବ୍ରହ୍ମଚର୍ଯ୍ୟପାଳନ କରୁଥିବା ବ୍ୟକ୍ତି କୌଣସି ଅନ୍ୟ ସବକୁ କାନ୍ଧେଇବା ଅନୁଚିତ । ସେ କେବଳଇ ନିଜର ପିତାମାତା ଓ ଗୁରୁଙ୍କର ହିଁ ଶବ କାନ୍ଧେଇପାରିବ । ଅନ୍ତିମ ଯାତ୍ରାରେ ଯାଉଥିବା ଲୋକମାନେ ସଭ୍ୟ ଭାବରେ କାର୍ଯ୍ୟ ତୁଲାଇବା ସହିତ ସେଠାରୁ କାମ ସାରି ପଛକୁ ଚାହିଁବା ଜମାରୁ ଉଚିତ ନୁହେଁ ।

ସେଠାରୁ କୌଣସି ଜଳାଶୟରେ ବସ୍ତ୍ର ସହିତ ସମ୍ପୂର୍ଣ ଗାଧୋଇବା ଉଚିତ । ଦାହ ସଂସ୍କାର କରିବାକୁ ଯାଇଥିବା ଲୋକ ନୀମପାଣି ପିଇବା, ପଥର, ଲୁହା ଓ ଜଳକୁ ଛୁଇଁବା ଉଚିତ । ଏହି ବସ୍ତୁ ଗୁଡିକ ଛୁଇଁବା ଦ୍ଵାରା ଦାହ ସଂସ୍କାର କରି ଆସିଥିବା ଲୋକମାନଙ୍କର ଶରୀର ଶୁଦ୍ଧି ହୋଇଥାଏ ।

ଅଣଶୁଧିଆ କାର୍ଯ୍ୟକୁ ସଠିକ ନୀତି ନିୟମ ମାନ ପାଳନ କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *