ମହିଳାଙ୍କ ଠାରେ ହ୍ୱାଇଟ୍‌ ଡିସ୍‌ଚାର୍ଜ ସମସ୍ଯା ! ଜାଣନ୍ତୁ ଏହାର କାରଣ ଓ ନିରାକରଣ (Dr Alakta Das)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେମହିଳାଙ୍କ ଠାରେ ଧଳାସ୍ରାବ ବା ୱ୍ହାଇଟ୍ ଡିଶ୍ଚାର୍ଜ ହୋଇଥାଏ । ତାହାକୁ ମେଡିକାଲ୍ ଟର୍ମରେ ଲ୍ୟୁକେରିଆ କୁହାଯାଇଥାଏ । ୟୁଟ୍ରସ ତଳ ଭାଗକୁ ସର୍ଭିକ୍ଷ କୁହାଯାଇଥାଏ । ତାପରେ ଭଜାଇନଲ୍ ଓ ତାପରେ ବାହାରେ ଜେନାଇଟାଲ୍ ପାର୍ଟ ରହିଥାଏ । ସର୍ଭିକ୍ଷରେ ବହୁତ ଗୁଡିଏ ଗ୍ଲ୍ଯାନ୍ଡ ରହିଥାଏ । ସେଥିରୁ କ୍ଷରଣ ହୋଇ ହିଁ ଧଳାସ୍ରାବ ହୋଇଥାଏ ।

ଯେହେତୁ ତାର ରଙ୍ଗ ଧଳା ରହିଥାଏ । ତାହାକୁ ଧଳାସ୍ରାବ ବୋଲି କୁହାଯାଇଥାଏ । ଏହା ବେଳେ ବେଳେ ୟୁଟ୍ରସ ରୁ କିମ୍ବା ଫାଲୋପେନିଆଲ ଟ୍ଯୂବରୁ ବି ଆସିପରେ । ପିରିଅଡ୍ ହେବାର କିଛି ଦିନ ପୂର୍ବରୁ,  ପିରିଅଡ୍ ହେବା ସମୟରେ ଓ ପିରିଅଡ୍ ସରିବାର କିଛି ଦିନ ପର ଯାକେ ଧଳାସ୍ରାବ ହୋଇଥାଏ ।

ଏହି ସବୁ ସମୟରେ ଧଳାସ୍ରାବ ହେବା ସାଧାରଣ କଥା ହୋଇଥାଏ । ଧଳାସ୍ରାବ ଭଜାଇନଲ୍ ଏରିଆରେ ରହିବା ଦ୍ଵାରା ଏହା ଏକ ପ୍ରକାର ସେହି ପାର୍ଟ ମାନଙ୍କୁ ସୁରକ୍ଷା ଦେଇଥାଏ । ଏହା ସବୁ କ୍ଷେତ୍ରରେ ଖରାପ ହୋଇନଥାଏ । ଏହା ଲୁବ୍ରିକେସନକୁ ଓଦା କରି ରଖିଥାଏ ।

ମହିଳାଙ୍କର ମେନୋପୋଜ ପରେ ବା ଋତୁସ୍ରାବ ସଂପୂର୍ଣ୍ଣ ବନ୍ଦ ହୋଇସାରିବା ପରେ ଭଜାଇନଲ୍ ପାର୍ଟ ମାନଙ୍କରେ ଆଦ୍ରତା କମିଯାଇଥାଏ ଓ ସେଠାରେ ସୁସ୍ଖତା କାରଣରୁ ଧୀରେ ଧୀରେ ସେହି ଜାଗା ମାନଙ୍କରେ ଇନଫେକସନ ହେବାର ସମ୍ଭାବନା ରହିଥାଏ । ଯେଉଁ ମାନଙ୍କର ନୂଆ ନୂଆ କରି ପିରିଅଡ୍ ଆରମ୍ଭ ହେବାର ଲାଗିଥାଏ । ସେମାନଙ୍କ ପିରିଅଡ୍ ହେବାର କିଛି ଦିନ ପୂର୍ବରୁ ଧଳାସ୍ରାବ ହୋଇଥାଏ ।

ପିରିଅଡ୍ ଆରମ୍ଭ ହେବାର ପୂର୍ବରୁ ଏହି ସୂଚନା ଦ୍ଵାରା ପିରିଅଡ୍ ହେବ ବୋଲି ଜଣା ପଡିଯାଇଥାଏ । ଗର୍ଭବତୀ ଅବସ୍ତାରେ ଧଳାସ୍ରାବ ମହିଳାଙ୍କ ଠାରେ ହେବା ଏହା ମଧ୍ୟ ଏକ ନର୍ମାଲ୍ କଥା ହୋଇଥାଏ । ଯଦି ମହିଳାର ଅତ୍ୟଧିକ ମାତ୍ରାରେ ଧଳାସ୍ରାବ ହେଉଛି, ଧଳା କଲର ଅପେକ୍ଷା କଲରରେ ପରିବର୍ତ୍ତନ ଆସୁଛି ଓ ଅତ୍ୟଧିକ ସେଥିରୁ ଦୁର୍ଗନ୍ଧ ବାହାରୁଥାଏ ।

ତେବେ ଏହାକୁ ସାଧାରଣ ଅର୍ଥରେ ନେବା ଉଚିତ ନୁହେଁ । ଲକ୍ଷଣରେ ଭଜାଇନଲ୍ ଏରିଆରେ କୁଣ୍ଡାଇ ହେବା, ଦୁର୍ଗନ୍ଧ ହେବା ସହିତ ୟୁରିନାରୀ ଟ୍ରାକ ଇନଫେକସନ ହୋଇଯିବା ମଧ୍ୟ ଏଥିରେ ଦେଖାଯାଇଥାଏ । ଧଳାସ୍ରାବ ହେବାର କାରଣ ମଧ୍ୟରୁ ଯଦି କାଣ୍ଡିଆଡ ଇନଫେକସନ ହୋଇଥାଏ, ମହିଳାର ଡାଇବେଟିସ ରହିଥାଏ, ମହିଳାର କିଛି ସେକ୍ଷୁଆଲ୍ ଡିଜିଜ ଥାଏ । ଏହା ସହିତ କିଛି ମହିଳାଙ୍କ ଶରୀରରେ ସରଭାଇକାଲ୍ କ୍ୟାନ୍ସରର ଲକ୍ଷଣରେ ବି ଧଳାସ୍ରାବ ହୋଇଥାଏ। ସାଧାରଣ ଭାବରେ ଧଳାସ୍ରାବ ହେଉଥିଲେ । ସେହି ଜାଗାରେ ସ୍ବଚ୍ଛତା ଉପରେ ଅଧିକ ଧ୍ୟାନ ଦେଲେ ତାହା ଠିକ ହୋଇଯାଏ ।

ଯଦି ଧଳାସ୍ରାବ ଅଧିକ ମାତ୍ରାରେ ଅସାଧାରଣ ଭାବରେ ହେଉଥିବ । ତେବେ ନିହାତି ଭାବେ ଡାକ୍ତରଙ୍କର ପରାମର୍ଶ ନେଇ ନିଜର ଚିକିତ୍ସା ପ୍ରତି ଗୁରୁତ୍ଵ ଦେବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *