ଆଜିକାଲି ଲୋକମାନେ ଡାଏଟ ଫଲୋ କରୁଛନ୍ତି । କିନ୍ତୁ କାହା ସହିତ କଣ ଖାଇବା ଉଚିତ ଏହା ବିଷୟରେ ଜାଣି ନ ଥାନ୍ତି । ଫଳ, ଦହି, କ୍ଷୀର, ସାଲାଡ, ଡାଲି, ମାଂସ, ଅଣ୍ଡା ଏହି ସବୁ ପ୍ରୋଟିନ ଖାଦ୍ୟ ଅଟେ । କିନ୍ତୁ ଆପଣଙ୍କୁ ସେତେବେଳେ ଏହି ସବୁ ଖାଦ୍ୟରୁ ପୋଷଣ ମିଳିବ ଯେତେବେଳେ ଆପଣ ଏହି ସବୁକୁ ସଠିକ ସମୟରେ ଓ ସଠିକ ଉପାୟରେ ଖାଇବେ । ଆମେ ବେଳେ ବେଳେ ବହୁତ ପୋଷାକ ତତ୍ଵ ଖାଦ୍ୟ ଏକା ସହିତ ସେବନ କରିଥାଉ ।
କିନ୍ତୁ ଏହି ସବୁ ଖାଦ୍ୟ ଏକା ସହିତ ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ ଲାଭ ଜାଗାରେ କ୍ଷତି ପହଞ୍ଚିଥାଏ । ଆୟୁର୍ବେଦରେ ସଠିକ ଉପାୟରେ ଖାଦ୍ୟ ସେବନ କରିବା ଉପରେ ଜୋର ଦିଆଯାଏ । ଆୟୁର୍ବେଦ ଅନୁସାରେ ଅଲଗା ଅଲଗା ପୋଷାକ ତତ୍ଵ ଖାଦ୍ୟକୁ ଏକତ୍ରିତ ଖାଇବା ଉଚିତ ନୁହେଁ ।
ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଖାଦ୍ୟ ବିଷୟରେ କହିବୁ ଯାହାକୁ ଏକତ୍ରିତ ଖାଇବା ଉଚିତ ନୁହେଁ । କହିଦେଉଛୁ ଦହି ସହିତ କେବେ ବି ଖଟା ଫଳ ଖାଇବା ଉଚିତ ନୁହେଁ । ଦହି ଥଣ୍ଡା ଥାଏ ସେଥିପାଇଁ ତାକୁ କୌଣସି ବି ଗରମ ଖାଦ୍ୟ ସହ ସେବନ କରିବା ଉଚିତ ନୁହେଁ । ଦହି ସହିତ ମାଛ ବି ସେବନ କରିବା ଉଚିତ ନୁହେଁ । ଆୟୁର୍ବେଦ ଅନୁସାରେ ଖଜୁରୀ ଓ ଚିକେନ ଏକତ୍ରିତ ଖାଇବା ଉଚିତ ନୁହେଁ । କ୍ଷୀର ସହ ତେଲ ଦ୍ଵାରା ତିଆରି ଖାଦ୍ୟ ସେବନ କରିବା ଦ୍ଵାରା ଆପଣଙ୍କ ପେଟ ଖରାପ ହୋଇପାରେ ।
କ୍ଷୀର ସହ ଲୁଣିଆ ଖାଦ୍ୟ ସେବନ କରିବା ଉଚିତ ନୁହେଁ । କ୍ଷୀର ବାଲା ଚା ସହ କୌଣସି ବି ଲୁଣିଆ ଖାଦ୍ୟ ସେବନ କରନ୍ତୁ ନାହିଁ । ଲୁଣ ଖାଇବା ଦ୍ଵାରା କ୍ଷୀରର ପ୍ରୋଟିନ କମ ହୋଇଯାଏ । କ୍ଷୀର ସେବନ କରିବା ସମୟରେ ଫଳ ବି ସେବନ କରିବା ଉଚିତ ନୁହେଁ । ସବୁଜ ପନିପରିବା ଓ ମୂଳା ଖାଇବା ପରେ ବି କ୍ଷୀର ସେବନ କରିବା ଉଚିତ ନୁହେଁ । ଅଣ୍ଡା, ମାଂ-ସ ଓ ପନୀର ଖାଇବା ପରେ ବି କ୍ଷୀର ସେବନ କରନ୍ତୁ ନାହିଁ । ଏହି ସବୁ ଖାଦ୍ୟକୁ ଏକତ୍ରିତ ଖାଇବା ଦ୍ଵାରା ହଜମ ଶକ୍ତିରେ ପ୍ରଭାବ ପଡିଥାଏ ।
ସିଝା ଅଣ୍ଡା ସହ କେବେ ବି ଲେମ୍ବୁ ଖାଇବେ ନାହିଁ । ଏହା ଆମ ଶରୀରକୁ ବହୁତ କ୍ଷତି କରିଥାନ୍ତି । ଏହି ଦୁଇଟି ଜିନିଷକୁ ଏକତ୍ରିତ ସେବନ କରିବା ଦ୍ଵାରା ହୃଦ ଘାତ ବି ହୋଇପାରେ । ଅଣ୍ଡା ସହ କଦଳୀ ବି ସେବନ କରନ୍ତୁ ନାହିଁ । ସିଝା ଅଣ୍ଡା ଖାଇବା ପରେ କେବେ ବି ମାଛ ଖାଇବେ ନାହିଁ । ଏହା ଦ୍ଵାରା ଶରୀରରେ ଚର୍ମ ରୋଗ ଦେଖା ଯାଇ ପରେ ।