Vastu Shastra- ସୋମବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି 1 ଜିନିଷ, ଲାଗିଥାଏ ମହାପାପ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଯେ, ସୌର ମଣ୍ଡଳ ର ସମସ୍ତ ଗ୍ରହ ନିଜର ଉର୍ଜା ସୂର୍ଯ୍ୟ ଦେବ ଙ୍କ ଠାରୁ ହିଁ ଗ୍ରହଣ କରିଥାନ୍ତି । ଆମେ ଏହା ମଧ୍ୟ ଜାଣିଛୁ ଯେ ଆମ କୁଣ୍ଡଳୀ ରେ କୌଣସି ନା କୌଣସି ଗ୍ରହ ର ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ଆମ କାର୍ଯ୍ୟ ସଫଳ ବା ଅସଫଳ ହୋଇଥାଏ । ଏଥିପାଇଁ ଆମେ ସର୍ବଦା ପ୍ରୟାସ କରିଥାଉ ଯେପରି ଆମ ଗ୍ରହ ସର୍ବଦା ଶାନ୍ତ ରହୁ ବୋଲି ।

ଏଥିପାଇଁ ଆମେ ବୁଧବାର ଦିନ ବୁଧ ଗ୍ରହ, ଗୁରୁବାର ଦିନ ବୃହସ୍ପତି ଗ୍ରହ, ଶୁକ୍ରବାର ଦିନ ଶୁକ୍ର ଗ୍ରହ ଏବଂ ଶନିବାର ଦିନ ଭଗବାନ ଶନିଦେବ ଙ୍କ ଆରାଧନା କରିଥାଉ । କିନ୍ତୁ ଯେତେବେଳେ ସୋମବାର ଦିନ କଥା ଆସେ ସେତେବେଳେ ଆମ ସମସ୍ତଙ୍କ ମନରେ କେବଳ ଦେବଙ୍କ ର ଦେବ ମହାଦେବ ଙ୍କ କଥା ମନ ପଡ଼ିଥାଏ ।

ସୋମବାର ଦିନ ମହାଦେବ ଙ୍କ ର ପୂଜା କରିବା ଦ୍ୱାରା ମହାଦେବ ବହୁତ ପ୍ରସନ୍ନ ହୋଇ ଥାଆନ୍ତି । ଏହି ଦିନ ନିଷ୍ଠା ର ସହିତ ମହାଦେବ ଙ୍କ ନୀତି ନିୟମ ଅନୁଯାୟୀ ପୂଜା ଅର୍ଚ୍ଚନା କରିବା ଦ୍ୱାରା ଆମର ସମସ୍ତ ଦୁଃଖ କଷ୍ଟ ସବୁ ଦୁର ହୋଇଥାଏ ଏବଂ ମହାଦେବଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ତେବେ ଏହି ସୋମବାର ଦିନ କିଛି ଏପରି ଜିନିଷ ଅଛି ଯାହା କୁ ଆଦୋୖ ଖାଇବା କିମ୍ବା କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିନେବା କେଉଁ ଜିନିଷ ଖାଇବା ଉଚିତ ନୁହେଁ ।

ସୋମବାର ଦିନ ସୌମ୍ୟ ଅର୍ଥାତ ଚନ୍ଦ୍ର ଙ୍କ ର ମଧ୍ୟ ଦିନ ତେଣୁ ଚନ୍ଦ୍ର ଏବଂ ମହାଦେବ ଙ୍କ ଉଭୟ ଙ୍କ ଦିନ ହୋଇଥାଏ । ତେଣୁ ଏହି ଦିନ ମହାଦେବ ଙ୍କ ର ବ୍ରତ ରଖିବା ଦ୍ୱାରା ଆମକୁ ଶୀଘ୍ର ଫଳ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ମନୋକାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । ଖାସ୍ କରି ଶ୍ରାବଣ ମାସ ର ସୋମବାର ଦିନ ମହାଦେବଙ୍କ ର ଭଲ ଭାବରେ ପୂଜା ଅର୍ଚ୍ଚନା କରିବା ଦ୍ୱାରା ମହାଦେବ ବହୁତ ପ୍ରସନ୍ନ ହୋଇ ଥାଆନ୍ତି ଏବଂ ନିଜ ମନ ଇଛା ବର ପ୍ରାପ୍ତ ମଧ୍ୟ କରିଥାନ୍ତି ।

ଏହି ଦିନ ନିଷ୍ଠା ଏବଂ ଶୁଦ୍ଧ ମନୋଭାବ କୁ ରଖି ମହାଦେବଙ୍କ ର ପୂଜା କରିବା ଦ୍ୱାରା ଆମର ସମସ୍ତ ଦୁଃଖ ଦୂର ହୋଇଥାଏ ଏବଂ ସୁଖ ସମୃଦ୍ଧି ଆସିଥାଏ । କୁମାରୀ ଝିଅ ମାନେ ବୈବାହିକ ଜୀଵନ ସୁଖମୟ ହେଉ ଏବଂ ଭଲ ବର ମିଳୁ ସେଥିପାଇଁ ଏହି ସୋମବାର ବ୍ରତ ରଖିଥାନ୍ତି । ଏହି ସୋମବାର ଦିନ ମନ୍ଦିର ଯାଇକି ସେଠାରେ ମହାଦେବ ଙ୍କୁ ଗଙ୍ଗାଜଳ ଅର୍ପଣ କରିବା ଅତ୍ୟନ୍ତ ଶୁଭ ଅଟେ ।

ଏହା ଛଡା ବେଲପତ୍ର, ଚନ୍ଦନ, ଏବଂ ଅଟାରେ ପ୍ରସ୍ତୁତ ଭୋଗ ଲଗାଇବା ମଧ୍ୟ ଶୁଭ ଅଟେ । ରାତ୍ରି ରେ ଚନ୍ଦ୍ର ଙ୍କୁ ପୂଜା କରିବା ମଧ୍ୟ ଶୁଭ ହୋଇଥାଏ । କିନ୍ତୁ ସୋମବାର ଦିନ କିଛି ଏପରି ଜିନିଷ ରହିଛି ଯାହା କରିବା ଉଚିତ ନୁହେଁ । ଯେପରି ଏହି ଦିନ ଆ-ମି-ଷ ମାଂ-ସ, ମାଛ ଆଦି ସେଵନ କରିବା ନି-ଷେ-ଧ, ଏହା ଛଡା କଳା ବସ୍ତ୍ର ପରିଧାନ କରିବା ମଧ୍ୟ ଅଶୁଭ ଅଟେ । ତାସହ ଏହି ସୋମବାର ଦିନ ଶାମ୍ପୂ କରିବା ମଧ୍ୟ ଉଚିତ ନୁହେଁ କିମ୍ବା କାହାକୁ ଅ-ପ-ମାନ ଦେବା କିମ୍ବା ଅ-ପ-ଶ-ବ୍ଦ କହିବା ମଧ୍ୟ ଅନୁଚିତ ଅଟେ । ତେଣୁ ଏହି ସବୁ କଥାର ଧ୍ୟାନ ଦେବା ଆବଶ୍ୟକ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *