Akshay Trutiya: ଅକ୍ଷୟ ତୃତୀୟାର ମହା ଉପାୟ ! ଦୂର ହେବ ଅର୍ଥ ଅଭାବ, ଲକ୍ଷ୍ମୀ ପ୍ରାପ୍ତିର ମିଳିବ ସୁଯୋଗ…

ନମସ୍କାର ବନ୍ଧୁଗଣ ,  ଆମ ହିନ୍ଦୁ ଶାସ୍ତ୍ର ରେ ମାସ , ତିଥି , ବାର ର ବିଶେଷ ରହିଛି ଏବଂ ଏହି ଦିନ ଦିନ ଆମେ କରିଥିବା କାମ , ପୂଜା ଆମ ଜୀବନକୁ ପରିବର୍ତ୍ତନ କରେ ।  ଆଜି ଆମେ ଆପଣଙ୍କୁ ଅକ୍ଷୟ ତୃତୀୟା ଦିନ ଘରୁ ଧନ ର ଅଭାବ କୁ ଦୂର କରିବା ପାଇଁ ଅକ୍ଷୟ ତୃତୀୟ ଦିନ କଣ ରହିଛି ମହତ୍ଵ ତାହା ସମ୍ବନ୍ଧରେ କହିବୁ । ବୈଶାଖ ମାସ ଶୁକ୍ଳ ପକ୍ଷ  ତୃତୀୟ ତିଥି  ହେଉଛି ଅକ୍ଷୟ ତିଥି ।

ବର୍ଷକ ଭିତରେ ଏଭଳି ଦିନ ଆସେ ନାହିଁ  ଓ ଆମ ଦେଶ ରେ ଏହି ଦିନ ରେ ଚାଷ କାମର ଶୁଭାଆରମ୍ଭ ହୋଇଥାଏ । ଭଗବାନ ଜଗନ୍ନାଥଙ୍କ ରଥ ଯାତ୍ରା ଓ ଚରଣ ଯାତ୍ରା ଏହି   ଦିନରେ ଶୁଭାଆରମ୍ଭ କରାଯାଇଥାଏ । ଏହି ଅକ୍ଷୟ ତୃତୀୟା ଦିନ ଆପଣ ଏକ ମହାଉପାୟ କୁ କରିବେ ଯଦି ଆପଣଙ୍କ ଘରେ ପାରିବାରିକ ସମସ୍ୟା ରହିଥାଏ ତେବେ ଏହା ଯେପରି ସୁସମ୍ପକ ସ୍ଥାପନ ହେଇପାରିବ ।

ଅକ୍ଷୟ ତୃତୀୟା ଦିନ ଭଗବାନ ଶ୍ରୀ ହରି ବିଷ୍ଣୁ , ଭଗବାନ ଜଗନ୍ନାଥଙ୍କୁ ଚନ୍ଦ୍ରଲାଗି କରନ୍ତି ତେବେ ସେମାନେ ବୈକୁଣ୍ଠ ସମାନ ସୁଖ କୁ ପ୍ରାପ୍ତ  କରିଥାନ୍ତି । ଏବେ ଆସନ୍ତୁ ଜାଣିବା ଏହି ଅକ୍ଷୟ ତୃତୀୟା ଦିନ ଆମେ କଣ କରିବା ଉଚିତ୍ , ଯାହା ଫଳରେ ମା ‘ ଲକ୍ଷ୍ମୀ ଆମ ଘରେ ଆସିବେ ଓ ଧନ ର ଆଗମନ ହେବ ଓ ବର୍ଷ ସାରା ତାହା କ୍ଷୟ ହୁଏ ନାହିଁ  ।

ଗ୍ରନ୍ଥ  ରେ କୁହାଯାଏ ଯେ ହୋମ , ଜପ ,  ପିତୃ ଦର୍ପଣ ଓ ଦାନ  ଏହି ଅକ୍ଷୟ  ତୃତୀୟା ଦିନ କରନ୍ତି ତେବେ ଏହା ପୂଣ୍ୟଫଳ ଅକ୍ଷୟ ହୋଇ  ରହିଥାଏ । ଏହି ଦିନ ଆପଣ ସକାଳେ ଶୀଘ୍ର ଶର୍ଯ୍ୟା ତ୍ୟାଗ  କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ପରେ ପିତୃଦର୍ପଣ  ପ୍ରସ୍ତୁତ କରି ରଖନ୍ତୁ  । ଏକ ସ୍ଵଚ ପିତଳ ତାଳି ରେ ଓମ ଚିହ୍ନ କରି ଓମ ଚିହ୍ନ ର ଡାହାଣ ପାଖ ରେ ଶୁଭ ଓ ବାମ ରେ ଲାଭ ଓ ମଝି ରେ ଶ୍ରୀ ଲେଖନ୍ତୁ । ଏହା ପରେ ଆପଣା ତାଳି ର ଆଠ ଜାଗାରେ ଅକ୍ଷୟତ ରଖିବେ ।

 

ସ୍ତ୍ରୀ ଲେଖିଥିବା ସ୍ଥାନରେ ଅକ୍ଷୟତ ରଖି  ମା ‘ ଲକ୍ଷ୍ମୀ ରହିଥିବା ରୂପା ଟଙ୍କା କୁ ତାହା ଉପରେ ରଖିବେ । ଆପଣ ଆଠ ଟି ଗୋଲାପ ଫୁଲ କୁ ସଂଗ୍ରହ କରି ଫୁଲ କୁ ଅର୍ପଣ କରିବା ସମୟରେ ଓମ ଶ୍ରୀ ॰  ଲକ୍ଷ୍ମୀ ଦେବୈ ପୁଷ୍ପ ॰ ସମପରୟାମି ମନ୍ତ୍ରକୁ ଆଠ ଥର ଉଚ୍ଚାରଣ କରିବେ । ଧୂପ ଅର୍ଚନ ଓ ଦୀପ ଅର୍ଚନ କରି ମା ‘ ଲକ୍ଷ୍ମୀଙ୍କ ଅଷ୍ଟ ମନ୍ତ୍ର କୁ 108 ଥର ଜପ କରିବା ଉଚିତ୍ ।

ଏକ  ଲାଲ କନାରେ ଅକ୍ଷୟ , ଗୋଲାପ ଓ ଟଙ୍କା କୁ ପୁଟୁଳି ବାନ୍ଧିଲା ପରେ ଧୂପ ସମର୍ପଣ କରି ଆପଣ ଘରେ ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ଏହି ଉପାୟ କୁ ଅକ୍ଷୟ ତୃତୀୟା ଦିନ କରିବା ହେତୁ ଆପଣ ଘରେ ଧନ ର ସମସ୍ୟା ଦେଖାଯିବ ନାହିଁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ  ।

Leave a Reply

Your email address will not be published. Required fields are marked *