B ଅକ୍ଷରରରୁ ଆରମ୍ଭ ହୋଇଥିବା ଲୋକ ମାନଙ୍କ ଭବିଷ୍ୟ ଓ ଚରିତ୍ର କିପରି ହୋଇଥାଏ…

ଆଜି ଆମେ ଜାଣିବା ସେହି ପୁଅ ଓ ଝିଅ ଝିଅଙ୍କ ବିଷୟରେ ଯେଉଁମାନଙ୍କର ପ୍ରଥମ ଅକ୍ଷର ‘B’ ରୁ ଆରମ୍ଭ ହୋଇଥାଏ । ସମସ୍ତଙ୍କ ଜୀବନରେ ତାଙ୍କ ନାମର ମହତ୍ୱ ଅଧିକ ରହିଥାଏ । ଜଣେ ବ୍ୟକ୍ତି ନାମର ପ୍ରଥମ ଅକ୍ଷର ତାହାର ଜୀବନରେ ବହୁତ ପ୍ରଭାବ ପକେଇଥାଏ । ଜଣେ ବ୍ୟକ୍ତି ନାମର ପ୍ରଥମ ଅକ୍ଷରରୁ ତାର ଭାଗ୍ୟ ଓ ଚରିତ୍ର ଜଣାପଡ଼ିଥାଏ ।

ପ୍ରାୟତଃ ସବୁ ବ୍ୟକ୍ତି ନିଜ ନାମର ପ୍ରଥମ ଅକ୍ଷରରୁ ନିଜର ଭବିଷ୍ୟ ଜାଣିବାକୁ ଚେଷ୍ଟା କରିଥାନ୍ତି । ଆଜି ଆମେ ଜାଣିବା ‘B’ ଅକ୍ଷରର ବ୍ୟକ୍ତି ମାନଙ୍କ ବିଷୟରେ । ଏମାନଙ୍କ ବହୁତ ସୁନ୍ଦର ଓ ଆକର୍ଷକ ହୋଇଥାଆନ୍ତି । ଏମାଙ୍କ ଆଖି ଛୁଞ୍ଚି ଭଳି ହୋଇଥାଏ । ଏମାନେ ସର୍ବଦା କିଛି ନା କିଛି ନୂଆ ରାସ୍ତା ଖୋଜିବାରେ  ଲାଗିଥାନ୍ତି ।

ଏମାନେ କୌଣସି ଗୋଟିଏ କାମରେ ସନ୍ତୁଷ୍ଟ ହୋଇନଥାନ୍ତି । ଏମାଙ୍କୁ ନୂଆ ନୂଆ କାର୍ଯ୍ୟ କରିବାକୁ ପସନ୍ଦ ଲାଗିଥାଏ । ଏମାନେ ନିଜ ରାସ୍ତା ନିଜେ ହିଁ ପ୍ରସ୍ତୁତ କରିଥାନ୍ତି । ଏମାନେ ସହଜରେ କାହା ଉପରେ ବିଶ୍ୱାସ କରନ୍ତି ନାହିଁ । ଏଥିପାଇଁ ଏମାନଙ୍କ ସାଙ୍ଗ ବି ବହୁତ କମ ରହିଥାଏ । ଏମାନେ ବହୁତ କମ ଲୋକଙ୍କ ଉପରେ ବିଶ୍ୱାସ କରିଥାନ୍ତି । ଏମାନେ ଯାହାକୁ ବି ବିଶ୍ୱାସ କରିଥାନ୍ତି ସେମାନଙ୍କ ସହ ସାଥି ହୋଇ ରହିଥାନ୍ତି ।

‘B’ ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତି, ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୋଇଥାନ୍ତି । ଏମାନଙ୍କୁ ପ୍ରକୃତି ସହିତ ରହିବାକୁ ବହୁତ ଭଲ ଲାଗିଥାଏ । ଏମାନେ ସବୁବଳେ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବା ଜାଗାରେ ବୁଲିବାକୁ ଭଲ ଲାଗିଥାଏ । ଏମାନେ ସବୁବଳେ ନିଜ କଥାକୁ ନିଜ ଭିତରେ ଚାପିକି ରଖିଥାନ୍ତି । ସେଥିପାଇଁ କାହା ସହିତ ଅଯଥା ବିବାଦରୁ ଦୁରେଇ ରହିବାପାଇଁ ପସନ୍ଦ କରିଥାନ୍ତି ।

ଏମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି । କିନ୍ତୁ, ଯେତେବେଳେ ଏମାନଙ୍କୁ କ୍ରୋଧ ଆସିଥାଏ ଏମାନେ କାହାରି କଥା ଶୁଣନ୍ତି ନାହିଁ । ପ୍ରାୟତଃ ଏମାନେ ନିଜର କ୍ରୋଧକୁ ଲୁଚେଇ ରଖିଥାନ୍ତି । ଏମାନଙ୍କଠୁ କୌଣସି ତର୍କରେ ଜିତିବା ବହୁତ କଷ୍ଟ ହୋଇଥାଏ ।

ଏମାନେ ନିଜର କ୍ୟାରିୟର ଚିନ୍ତା ବହୁତ କରିଥାନ୍ତି । ଏମାନେ ନିଜର ସିକ୍ରେଟକୁ କୌଣସି ବ୍ୟକ୍ତିଙ୍କ ସହ ସେୟାର କରନ୍ତି ନାହିଁ । ଏପରି ଲୋକ ନିଜର ପ୍ରତ୍ୟକ କାର୍ଯ୍ୟ ଚୁପ ଚାପ ହିଁ କରିଥାନ୍ତି । ଏମାନେ ନିଜ କାମ ବିଷୟରେ କାହାକୁ ଜାଣିବାକୁ ଦିଆନ୍ତି ନାହିଁ । ଏମାନଙ୍କ ଏହି ଗୁଣ ଏମାନଙ୍କୁ ସଫଳତା ଆଡ଼କୁ ନେଇଯାଏ । ଏମାନେ ନିଜର ପ୍ରତ୍ୟକ କାର୍ଯ୍ୟ ସମ୍ପୂର୍ଣ୍ଣ ମନ ଲଗେଇ କରିଥାନ୍ତି । ସେଥିପାଇଁ ଏମାନେ ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ ପଦରେ ରହିଥାନ୍ତି ।

ଏପରି ଲୋକମାନେ ବହୁତ ଭାବୁକ ସ୍ୱଭାବର ହୋଇଥାନ୍ତି । ଏଥିପାଇଁ ଏମାନେ ଶୀଘ୍ର ଭଲପାଇ ବସନ୍ତି । କନ୍ତୁ, ଏମାନେ ଭଲପାଇବା ପୂର୍ବରୁ ନିଜ ସାଥୀର ବ୍ୟବହାର ଓ ସ୍ୱଭାବ ଭଲଭାବେ ପରୀକ୍ଷା କରିଥାନ୍ତି । ଏମାନେ ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଇଥାନ୍ତି ।

ଏଥିପାଇଁ ଏମାନେ କେବଳ ଜଣଙ୍କୁ ହିଁ ଭଲ ପାଇଥାନ୍ତି ଏବଂ ତାଙ୍କୁ ଜୀବନ ସାଥି ରୂପେ ପାଇବା ପାଇଁ ଚାହିଁଥାନ୍ତି । ଭଲପାଇବା କ୍ଷେତ୍ରରେ ଏମାନେ ଉଚ୍ଚ କୋଟିର ହୋଇଥାଆନ୍ତି କନ୍ତୁ ଭଲପାଇବା କ୍ଷେତ୍ରରେ ଏମାନେ ଧୋକା ମଧ୍ୟ ଅଧିକ ପାଇଥାନ୍ତି । ଆମ ପେଜକୁ ଲାଇକ କରି ଦିଅନ୍ତୁ ।

ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *