ପାକିସ୍ତାନରେ ଆଳୁ ପିଆଜ ଏବଂ ଚିକେନ୍ ଦାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ! ମୁଣ୍ଡ ଟିଣ ହୋଇଯିବ

ଭାରତରେ ତ ଦରଦାମ ଅସ୍ତିର ରହୁଛି । ଆସନ୍ତୁ ପାକିସ୍ତାନର ମାର୍କେଟ ଉପରେ ଟିକିଏ ନଜର ପକେଇବା । ଆର୍ଥିକ ଏବଂ ଖାଦ୍ୟ ସଙ୍କଟ ରେ ଫସିଲା ପାକିସ୍ତାନ, ପାକିସ୍ତାନରେ ପନିପରିବା ସବୁର କିଲୋ ପ୍ରତି ଦାମ କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ । ପଡୋଶୀ ପାକିସ୍ତାନରେ ଆର୍ଥିକ କୋଳାହଳ ବୃଦ୍ଧି ପାଉଛି ।

ପରିସ୍ଥିତି ହେଉଛି ବର୍ତ୍ତମାନ ପାକିସ୍ତାନ ରେ ଗହମର ମୂଲ୍ୟ ଆକାଶକୁ ଛୁଇଁଛି ଏବଂ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି । ମୂଲ୍ୟ ବୃଦ୍ଧି ପରେ ପାକିସ୍ତାନର ଶସ୍ୟ ଆସୋସିଏସନ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଫସଲ ଠିକ୍ ସମୟରେ ଉତ୍ପାଦନ ହୋଇପାରିବ ଏବଂ ମୂଲ୍ୟ ହ୍ରାସ ହୋଇପାରିବ ।

ତେବେ କେନ୍ଦ୍ର ସରକାର କିମ୍ବା କୌଣସି ପ୍ରଦେଶର ସରକାରଙ୍କୁ ଅର୍ଥ ପ୍ରଦାନ ନିଶ୍ଚିତ କରାଯାଇ ନାହିଁ । ବର୍ତ୍ତମାନ ପାକିସ୍ତାନ କୁ ରୁଷ ଠାରୁ ଗହମ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଆସୁଛି । ରୁଷରୁ ଆସୁଥିବା ଶସ୍ୟ ଏହି ମାସରେ ପ୍ରାୟ ୨ ଲକ୍ଷ ମେଟ୍ରିକ୍ ଟନ୍ ପହଞ୍ଚିବ ।

ପାକିସ୍ତାନରେ ବର୍ତ୍ତମାନ ଚାଉଳ, ଗହମ, ଚିନି ଏବଂ ଚିକେନ୍‌ର ମୂଲ୍ୟ ସ୍ଥିର କରିବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଯିବ ।

ପାକିସ୍ତାନ ରେ ଟମାଟୋ ୧୨୦ ଟଙ୍କା, ଆଳୁ ୯୦, ପିଆଜ ୧୧୦, ଡାଲି ୧୪୦ ଟଙ୍କା, ଚାଉଳ ୫୦ ଟଙ୍କା ରହିଛି ଏବଂ ଚିକେନ୍ କେଜି ୩୦୦ ଟଙ୍କା, ମଟନ୍ ୨୦୦ ଟଙ୍କା ରହିଛି ।

ପାକିସ୍ତାନରେ ଗହମର ମୂଲ୍ୟ ୬୦ ଟଙ୍କା କିଲୋଗ୍ରାମରେ ପହଞ୍ଚିଛି । ଯାହା ଏପର୍ଯ୍ୟନ୍ତ ସର୍ବାଧିକ ହାର ଅଟେ । ସମସ୍ତ ଚେଷ୍ଟା ସତ୍ତ୍ୱେ ପାକିସ୍ତାନ ସରକାର ଗହମ କୁଇଣ୍ଟାଲ ୬୦୦୦ ଟଙ୍କା ତଳେ ରଖି ପାରିନାହାଁନ୍ତି ।

ଗତ ବର୍ଷ ଡିସେମ୍ବରରେ ଗହମ ପାଇଁ ଅସୁବିଧା ଉପୁଜିଥିବା ବେଳେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ବର୍ତ୍ତମାନ ପୁଣିଥରେ ଚଳିତ ବର୍ଷ ଅକ୍ଟୋବରରେ ପରିସ୍ଥିତି ଖରାପ ରହିଛି ବୋଲି ଡିସେମ୍ବର ସୁଦ୍ଧା ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଅନ୍ୟପକ୍ଷରେ ପାକିସ୍ତାନରେ ମଧ୍ୟ ବିହନ ପାଇଁ ସମସ୍ୟାର ସମ୍ମୁଖୀନ ହୋଇଛି । କୃଷକ ଏବଂ ବିହନ ନିଗମ 24 ଘଣ୍ଟା ମଧ୍ୟରେ ମୂଲ୍ୟ ସ୍ଥିର କରିବାକୁ ସରକାରଙ୍କୁ ଦାବି କରିଛନ୍ତି ।

ତେବେ ଯଦି ଗତ ବର୍ଷ ତୁଳନାରେ ପାକିସ୍ତାନରେ ମୁଦ୍ରାସ୍ଫୀତି ହାର କମ୍ କିନ୍ତୁ ବିଶେଷଜ୍ଞମାନେ ଏହା ବୃଦ୍ଧି କରିବ ବୋଲି ପୂର୍ବାନୁମାନ କରିଛନ୍ତି । ପାକିସ୍ତାନ ରେ ସାଧାରଣ ଜନତା ଙ୍କ ମଧ୍ୟରେ, ବଢୁଥିବା ଦର ଦାମ ନେଇ, ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *