ଆଖି ଡେଇଁବା ଶୁଭ ନା ଅଶୁଭ ! ଆଖି ଡ଼େଇଂବାର ଅର୍ଥ କଣ ?

ନମସ୍କାର ବନ୍ଧୁଗଣ , ଆଜି କାଲି ଦୁନିଆରେ ଆଖି ଡେଇଁବାକୁ ଅନ୍ଧବିଶ୍ଵାସ ମାନିଥାଉ । ମାତ୍ର ଶାସ୍ତ୍ର ଅନୁସାରେ ଦେଖିଲେ  ଏହାର ବିଶେଷ ମହତ୍ଵ ରହିଛି ।  ଆମ ପ୍ରାଚୀନ ଗ୍ରନ୍ଥ ସାମୁଦ୍ରିକ ଶାସ୍ତ୍ରରେ ଆଖି ଡେଇଁବା ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଆଖି ଡେଇଁବା ଜୀବନର ଶୁଭ ଏବଂ ଅଶୁଭ ସଂକେତମାନ ଦେଇଥାଏ , ଯାହାକୁ ମଣିଷ ଜାଣିପାରିନଥାଏ । ଆଜି ଆମେ ଆପଣଙ୍କୁ ଆଖି ଡେଇଁବାର ଅର୍ଥ ସମ୍ପର୍କରେ କହିବାକୁ ଚାହୁଛୁ ।

ଶାସ୍ତ୍ର ରେ ପୁରୁଷ ଏବଂ ମହିଳାମାନଙ୍କ ଆଖି ଡେଇଁବାକୁ ଏନି ଅଲଗା ଅଲଗା ଅର୍ଥ କୁହାଯାଇଅଛି । ଏହା ସମୟ ସମୟରେ ଭବିଷ୍ୟତରେ ହେବାକୁ ଯାଉଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଅବଗତ ମଧ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଆଖି ଡେଇଁବାର ଅର୍ଥ କଣ ହୋଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପୁରୁଷମାନଙ୍କ ବାମ ଆଖି ଡେଇଁବା ଅତ୍ୟନ୍ତ ଅଶୁଭ ହୋଇଥାଏ ।

ଯଦି ଆପଣଙ୍କର ବାରମ୍ବାର ବାମ ଆଖି ଡେଉଁଛି ତେବେ ଆପଣଙ୍କୁ ଭବିଷ୍ୟତରେ ଶତ୍ରୁ ସହ ଆମନା ସାମନା ହେବାକୁ ପଡିଥାଏ । ଆପଣଙ୍କ  ଜୀବନରେ ଆପଣଙ୍କ  ସହିତ ଥିବା  ଲୋକମାନଙ୍କ ସହ ଆପଣଙ୍କୁ ଲଢିବାକୁ ପଡିଥାଏ । ଏଭଳି ବି ଘଟିପାରେ କି ଆପଣଙ୍କ ପୁରୁଣା ଶତ୍ରୁ ଆପଣଙ୍କ ଉପରକୁ ପୂର୍ବ ଠାରୁ ଅଧିକ ଶକ୍ତିଯୁକ୍ତ ହେଇ ଆସିପାରିବ ।

ଯଦି ପୁରୁଷମାନଙ୍କ ବାମ ଆଖିର ତଳ ଅଂଶ ଡେଇଁ ଥାଏ ତେବେ ଏହା ମଧ୍ୟ ଅଶୁଭ ସଂକେତ ହୋଇଥାଏ ଓ ଏମିତି ମାନା ଯାଇଥାଏ କି ଆପଣଙ୍କୁ ଅନ୍ୟ ଆଗରେ ଅପମାନିତ ହେବାକୁ ପଡିଥାଏ । ଆପଣଙ୍କ ବାମ ଆଖି ର ଉପର ଅଂଶ ଡେଇଁଥାଏ ତେବେ ଆପଣଙ୍କୁ ଶାରୀରିକ ସମସ୍ୟା ର ସମୁଖୀନ ହୋଇଥାଏ । ତେଣୁ ପୁରୁଷମାନଙ୍କ ବାମ ଆଖି ଡେଇଁବା ଅଶୁଭ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ମହିଳାମାନଙ୍କର ଡାହାଣ ଆଖି ଡେଇଁଲେ ତାହା ଅଶୁଭ ମାନା ଯାଇଥାଏ ।

ମହିଳାମାନଙ୍କର ଡାହାଣ ଆଖି ଲଗାନ୍ତର ଡେଇଁଥାଏ ତେବେ ଆପଣଙ୍କୁ ଆଗାମୀ ଭବିଷ୍ୟତ ରେ ଶାରୀରିକ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ । ଏହା ଛଡା ଆପଣନଅକା ର ଭବିଷ୍ୟତ ରେ ହେବାକୁ ଯାଉଥିବା କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଇ ତାହା ହେଇବି ନ ପାରେ । ବିଜ୍ଞାନ ଅନୁସାରେ ଲୋକମାନେ କୋଣସି ବିଷୟ କି ଅଧିକ ସମୟ ଦେଖିଥାନ୍ତି ବା ପିଲାମାନେ ରାତି ଅନିଦ୍ରା ହୋଇ ପାଠ ପଢନ୍ତି ତେବେ ଆମ ଆଖି ର ମାଂସ ପେଶୀ ଥକିଯାଇ ଆଖି ଡେଇଁଥାଏ ।

ମାତ୍ର ଶାସ୍ତ୍ର ଅନୁସାରେ ଏହାର ଅର୍ଥ ଅଲଗା ହୋଇଥାଏ ଯଥା ଆମ ଶରୀର ସମ୍ବଧନଶୀଳ ହୋଇଥାଏ ଏହା ଭବିଷ୍ୟତ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥାଏ । ମହିଳାମାନଙ୍କ ବାମ ଆଖି ଡେଇଁବାକୁ ବହୁତ ଶୁଭ ମାନାଯାଇଥାଏ ଓ ନିକଟ ଭବିଷ୍ୟତ ରେ ତାହାଙ୍କୁ ଶୁଭ ସମାଚାର ମିଳିଥାଏ ।

ଏହାକୁ ସନ୍ତାନ ସୁଖ ର ସଂକେତ ମଧ୍ୟ ମାନା ଯାଇଥାଏ । ପୁରୁଷ ମାନଙ୍କର ଡାହାଣ ଆଖି ଡେଇଁବା ବହୁତ ଶୁଭ ସଂକେତ ହୋଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *