Health Tips- ଆଜି ହିଁ ଛାଡି ଦିଅନ୍ତୁ ଏହି ଅଭ୍ଯାସ ନ ହେଲେ ଆପଣଙ୍କ କେଶକୁ ଝଡିବାରୁ କେହି ବି ଅଟକେଇ ପାରିବେ ନାହିଁ

ନମସ୍କାର ବନ୍ଧୁଗଣ, କେଶ ଝଡିବା ସମୟ ଏକ ବହୁତ ବଡ ସମସ୍ୟା ଅଟେ । ଯଦି ଏହା ଉପରେ ଆପଣ ସମୟ ଥାଉ ଥାଉ କାବୁ ନକରନ୍ତି ବା କେଶ ଝାଡିବାର କାରଣକୁ ନ ଜାଣନ୍ତି ତେବେ ଆପଣଙ୍କ ମୁଣ୍ଡରେ ଗୋଟିଏ ବି କେଶ ରହିବ ନାହିଁ । ତେଣୁ ସବୁଠାରୁ ମୁଖ୍ୟ ହୋଇଥାଏ କେଶ ଝାଡିବାର କାରଣ ଜାଣିବା । ବେଳେ ବେଳେ ଆପଣଙ୍କର କିଛି ଖରାପ ଅଭ୍ୟାସ ପାଇଁ ହିଁ ଆପଣଙ୍କ କେଶ ଝଡିଥାଏ । ତେବେ ଆସନ୍ତୁ ଜାଣିବା ସେହିସବୁ ଅଭ୍ୟାସ ଏବଂ କାରଣ ସମ୍ପର୍କରେ ଯାହା ଆପଣଙ୍କ କେଶ ଝଡିବା ଅଟକାଇବ ପାରିବ ।

1- ଆପଣ ଗରମ ପାଣିରେ ଗାଧୋଇବା କିଛି ଅସୁବିଧା ନାହିଁ । କିନ୍ତୁ ଆପଣ ଗରମ ପାଣିରେ ଚୁଟି ସଫା କରିବା ଉଚିତ ନୁହେଁ । ଗରମ ପାଣି ଆପଣଙ୍କ ଚୁଟିରେ ଥିବା ପ୍ରକୃତିକ ତେଲିଆ ପଣକୁ ନଷ୍ଟ କରିଦେଇଥାଏ । ଯାହାଫଳରେ ଆପଣଙ୍କ ଚୁଟି ଡ୍ରାଏ ହୋଇଯାଏ । ଆପଣଙ୍କ ଚୁଟି ଡ୍ରାଏ ହେବା କାରଣରୁ ବହୁତ ଅଧିକ କେଶ ଝାଡିବାକୁ ଲାଗିଥାଏ । ମୁଣ୍ଡରେ ଆପଣ ବହୁତ ହାଲକା ଗରମ ପାଣି ଢାଳି ପାରିବେ ।

2- ଯଦି ଆପଣ ସବୁ କଥାରେ ବହୁତ ଅଧିକ ଚିନ୍ତିତ ହେଇ ଯାଉଛନ୍ତି ତେବେଏହା ଆପଣଙ୍କ ଚୁଟି ଝଡିବାର ଏକ ପ୍ରମୁଖ କାରଣ ଅଟେ । ଆପଣ ଯଦି ନିଜ ଜୀବନରୁ ଚିନ୍ତାକୁ ଦୂର କରିପାରୁନାହାନ୍ତି ତେବେ ସେଥିରୁ କିଛି ସମୟ ପାଇଁ ମୁକ୍ତି ପାଇବା ନିମନ୍ତେ ଯୋଗ କିମ୍ବା ଧ୍ୟାନ କରନ୍ତୁ । ତେଣୁ ଆପଣ ଯଦି ଅଯଥା ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ଏହି ଖରାପ ଅଭ୍ୟାସକୁ ନିଶ୍ଚୟ ଦୂର କରନ୍ତୁ ।

3-  ସପ୍ତାହକୁ ଦୁଇ ଥର ନିହାତି ଭାବରେ ଆପଣ ଚୁଟି ସଫା କରିବା ଆବଶ୍ୟକ । ବହୁତ ଅଧିକ ସମୟ ଧରି ଚୁଟି ସଫା ନକରିବା ଆପଣଙ୍କ କେଶ ଝଡିବାର ବି କାରଣ ହୋଇଥାଏ । ଆପଣ ଅଧିକ ଦିନ ହେବ ଆପଣଙ୍କ ମୁଣ୍ଡ ସଫା ନକରିବା ଫଳରେ ଆପଣଙ୍କ କେଶର ମୂଳରେ ରୂପୀ ହୋଇଯାଏ ।

ଯାହାଫଳରେ ଝାଡି ଯାଇଥିବା ଚୁଟି ଜାଗାରେ ନୂଆ ଚୁଟି ଉଠିପାରେ ନାହିଁ । 4-  ଝିଅମାନେ ପ୍ରାୟତଃ ଏବେ ଡ୍ରାୟରରେ ନିଜର ଚୁଟି ସୁଖାଉ ଛନ୍ତି । ଏହି ଡ୍ରାୟର ଗରମ ପବନ ବାହାର କରିଥାଏ । ଏହା ଆପଣଙ୍କ ଚୁଟି ପାଇଁ ବହୁତ ଅଧିକ କ୍ଷତିକାରକ ଅଟେ । ଏହା ଆପଣଙ୍କ କେଶରେ ଥିବା ପ୍ରୋଟିନକୁ ନଷ୍ଟ କରିଦେଇଥାଏ ।

ତେଣୁ ଆପଣ ନିଜ ଚୁଟି ସୁଖାଇବା ପାଇଁ ହେୟାର ଡ୍ରାୟର ବିଲକୁଲ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ । ଯଦି ଆପଣ ଏହି ସମସ୍ତ କଥାକୁ ଧ୍ୟାନରେ ରଖିବେ ତେବେ ଆପଣଙ୍କ କେଶ ଝଡିବା ଆରମ୍ଭ ମଧ୍ୟ ହେବ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *