କମ ବୟସରୁ କେଶ କାହିଁକି ହୋଇଯାଏ ଧଳା ? ଜାଣନ୍ତୁ ଏହାର କାରଣ ଓ ପ୍ରତିକାର…

ବନ୍ଧୁଗଣ କମ ବୟସରୁ ଆଜିକାଲି କେଶ ଧଳା ହୋଇଯାଉଛି । ଏହାର ବିଭିନ୍ନ କାରଣ ମଧ୍ୟ ରହିଛି । ଆଜି ଆମେ ଆପଣଙ୍କୁ କହିବୁ କେମିତି ଆପଣ ନିଜର କେଶ କୁ କିପରି ପ୍ରାକୃତିକ ଉପାୟରେ କଳା କରି ପାରିବେ । ଏହା ବୈଜ୍ଞାନିକ ଭାବେ ପ୍ରମାଣ ହୋଇଛି । ବୈଜ୍ଞାନିକ ମାନେ କିଛି ପରୀକ୍ଷାରୁ ଜାଣିବାକୁ ପାଇଛନ୍ତି ଯେ କେଉଁ କେଉଁ କାରଣ ପାଇଁ କେଶ ଧଳା ହୋଇଯାଉଛି । ତେବେ ଏହାର ମୁଖ୍ୟତଃ 3ଟି କାରଣ ରହିଛି ।

ପ୍ରଥମ କାରଣ ହେଉଛି ଶରୀରରେ ନ୍ୟୁଟ୍ରସନର କମି ହେଲେ କେଶ ଧଳା ହୋଇଥାଏ । ଶରୀରରେ ଆଇରନ, କପର ଭଳି ନ୍ୟୁଟ୍ରସନ ଅଭାବ ହେଲେ କେଶ ଧଳା ହୋଇଥାଏ । ଦ୍ଵିତୀୟ କାରଣ ହେଉଛି ଯଦି ଆପଣଙ୍କୁ ଥାଇରଏଡ ବା ଅନ୍ୟ କୌଣସି ରୋଗ ଅଛି ତେବେ କେଶ ଧଳା ହୋଇପାରେ କମ ବୟସରୁ ।

ଶେଷରେ ହେଉଛି ବଂଶାନୁକ୍ରମରେ ଯଦି କାହାର କେଶ କମ ବୟସରେ ଧଳା ହୋଇଥାଏ ତେବେ ତାଙ୍କର ଆଗାମୀ ପିଢୀରେ ମଧ୍ୟ ସେମିତି ଦେଖିବାକୁ ମିଳିଥାଏ । ନ୍ଯାଚୁରାଲ ଭାବେ କେଶକୁ କଳା କରିବା ପାଇଁ ଭିଟାମିନ-ବି12 ଓ ଜିଙ୍କ ଥିବା ଖାଦ୍ଯ ଖାଇବା ଉଚିତ । ଭିଟାମିନ-ବି 12 ଓ ଜିଙ୍କ କ୍ଷୀର, ଦହି ରେ ପ୍ରଚୁର ପରିମାଣରେ ରହିଥାଏ ।

ଏହା ସହ ରାଜମା, ଚଣା, ଛୋଲେ, ମୁଗ ମଧ୍ୟ ଖାଇବା ଉଚିତ । ଏହା ଦ୍ଵାରା କେଶ ଜନିତ ସମସ୍ଯା ଦୂର ହୋଇଥାଏ । ଏହା ଛଡା ଆମଲା ଜୁସ ପ୍ରତିଦିନ ସେବନ କରିପାରିବେ । ଏହା ସହ ଚୱନପ୍ରାସ ମଧ୍ୟ ଖାଇପାରିବେ । ଏଥିରେ ମଲ୍ଟି ଭିଟାମିନ ଭଳି ଶରୀରରେ କାମ କରିବ । ପ୍ରୋଟିନ ପାଇଁ ଡାଲି ଜାତୀୟ ଖାଦ୍ଯର ଅଧିକରୁ ଅଧିକ ସେବନ କରନ୍ତୁ ।

ସାବୁ, ଗଜା ମୁଗ, ବୁଟ ଆଦି ସେବନ କରିଲେ ପ୍ରୋଟିନ ର ଅଭାବ ଦୂର ହୋଇଥାଏ । ଡାଏତ କରିଆବା ସହ ଯୋଗାସନ କରିବା ନିହାତି ଜରୁରୀ ଅଟେ । ଯେମିତିକି ସିର୍ସା ଆସନ, ସର୍ବାଙ୍ଗ ଆସନ କରିବା ଦ୍ଵାରା ଆପଣଙ୍କ ମୁଣ୍ଡ କୁ ଅଧିକ ବ୍ଲଡ଼ ସପ୍ଲାଏ ହେବ । ଯାହା ଦ୍ଵାରା କେଶ ମଜବୁତ ହେବ ଓ ନୂଆ କେଶ ଉଠିବାରେ ଲାଗିବ ।

ପ୍ରତେକ ଦିନ ତେଲ କେଶରେ ଲଗାଇବା ଉଚିତ । ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ଯା ବା ବଂଶଗତ ସମସ୍ଯା ଅଛି ତେବେ ଏଥିପାଇଁ କିଛି ଉପାୟ କରନ୍ତୁ । ଯଦି ଆପଣଙ୍କୁ ଥାଇରଏଡ ସମସ୍ଯା ଅଛି ତେବେ ମେଡ଼ିସିନ ନେବା ସହ ଚିକିତ୍ସା ଜାରି କରନ୍ତୁ । ଯଦି ଏଲୋପାସିଆ ରୋଗରେ ପୀଡିତ ଅଛନ୍ତି ତେବେ ଚିକିତ୍ସା ଜାରି କରନ୍ତୁ ।

ଯଦି କମ ବୟସରୁ କେଶ ଧଳା ହେଉଛି ଯାହାକି ବଂଶାନୁଗତ କାରଣରୁ ହେଉଛି ତେବେ ଏହାର କୌଣସି ସମାଧାନ ନାହି । କାରଣ ଆପଣଙ୍କ ଡିଏନଏ କୁ କେବେ ପରିବର୍ତ୍ତନ କରାଯାଇ ପାରିବ ନାହି । ତେଲ ମଶାଚ ଦ୍ଵାରା କେଶ ସାଇନିଙ୍ଗ ହେବ କିନ୍ତୁ କଳା ହେବ ନାହି । ତେଣୁ ଏହି ସବୁ ଉପାୟ ନିଶ୍ଚୟ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *