Chanakya Niti- କେବଳ ମୂର୍ଖ ବ୍ୟକ୍ତି ହିଁ କରନ୍ତି ଏହି 4 ଟି କାମ, ଜୀବନରେ ସଫଳତା ପାଇବା ପାଇଁ ନିଶ୍ଚୟ ଜାଣି ରଖନ୍ତୁ…

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନର ଭଣ୍ଡାର ଅଟନ୍ତି । ସେ ଜଣେ ଭଲ ନୀତିକାର ମଧ୍ୟ ଥିଲେ । ସେ ତାଙ୍କ ନୀତି ରେ ବହୁତ ଭଲ ଭଲ କଥା କହିଛନ୍ତି । ଯେ କୌଣସି ମଣିଷ ତାଙ୍କ ନୀତି କୁ ପାଳନ କରିଥାଏ ସେ କଠିନ ରୁ କଠିନ ସ୍ଥିତିକି ସାମ୍ନା କରିଥାଏ ଓ ନିଜକୁ ରକ୍ଷା କରିଥାଏ । ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟ କହିଥିବା ଏମିତି ୪ଟି କଥା କହିବାକୁ ଯାଉଛୁ ଯାହା ମୂର୍ଖ ବ୍ୟକ୍ତି ମାନେ କରିଥାନ୍ତି ।

ଯାହା ପାଇଁ ସେମାନଙ୍କୁ ପରେ ଅନୁତାପ ମଧ୍ୟ କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ୧- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ସମୁଦ୍ର ରେ ବର୍ଷା ହେବା ବ୍ୟର୍ଥ ଅଟେ ।କାରଣ ତାହାର ଫଳ କୌଣସି ମନୁଷ୍ୟ ବା ଜୀବ ଉପରେ କିଛି ବି ପ୍ରଭାବ ପକାଏ ନାହି । କାରଣ ସମୁଦ୍ର ଲୁଣିଆ ପଣି ରେ ପୂର୍ଣ୍ଣ ଅଟେ । ସମୁଦ୍ର ରେ ଯେତେ ବି ମିଠା ପାଣି ଢାଳି ଦିଅ ସାଗର କୁ କେବେ ବି ମିଠା ପାଣିର ଜଳାଶୟ କରାଯାଇ ପାରିବ ନାହି । ସେଥିପାଇଁ ସମୁଦ୍ର ରେ ଯେତେ ବି ବର୍ଷା ହେଲେ କିଛି ଲାଭ ହେବ ନାହି ।

ସେହିପାରୁ ମୂର୍ଖ ବ୍ୟକ୍ତି କୁ ଯେତେ ବି ମିଠା କଥା କହି ବୁଝାଇବେ ସେ ସାରା ଜୀବନ ମୂର୍ଖ ହୋଇକି ରହିବେ । ତେଣୁ ମୂର୍ଖ ବ୍ୟକ୍ତିଙ୍କୁ ମିଠା କଥା କହି ସମୟ ନଷ୍ଟ କରନ୍ତୁ ନାହି । ୨- ଏମିତିରେ ଦେଖାଯାଏ କେହି ବ୍ୟକ୍ତି ଭୋକରେ ନ ଥିଲେ ବି ଜବରସ୍ତି ତାକୁ ଖାଇବାକୁ ଦିଆଯାଏ । ଚାଣକ୍ୟଙ୍କ ଅନୁଯାୟୀ ଏପରି କରିବା ବ୍ୟର୍ଥ ଅଟେ ।

ଏହାର କିଛି ବି ଫଳ ମିଳେ ନାହି । କୌଣସି ତୃପ୍ତ ବ୍ୟକ୍ତି କୁ ଭୋଜନ ଦେବା ବଦଳରେ ଅସହାୟ ବା ଗରିବ ବ୍ୟକ୍ତିକୁ ଭୋଜନ କରାଇବା ଉଚିତ । ଏହା ଦ୍ଵାରା ପୂଣ୍ୟ ଲାଭ ହୁଏ । ଯିଏ ଖାଇବାକୁ ମନା କରୁଥିବ ବା ପେଟ ପୁରା ଥିବା ତାକୁ ଖାଇବାକୁ ଦେବେ ନାହି ।

୩- କିଛି ଲୋକ ମନରେ ଅଧିକ କଠୋର ହୋଇଥାନ୍ତି । ସେମାନେ ଯାହାର ଅଧିକ ଆବଶ୍ୟକ ଥିବ ସେମାନଙ୍କୁ ଦାନ ନ କରି ନିଜର ମାନ ସମାନ ଓ ମିଛ ପ୍ରତିଷ୍ଠାକୁ ବଢାଇବାକୁ ଦାନ କରନ୍ତି । ସମସ୍ତଙ୍କ ଆଗରେ ଦେଖାଇ ହୋଇଥାନ୍ତି । ଚାଣକ୍ୟ କୁହନ୍ତି ଯଦି ଦାନ କରିବାର ଅଛି ତାକୁ ଦାନ କରନ୍ତୁ ଯାହାର ଆବଶ୍ୟକ ଅଛି । ତେବେ ଯାଇ ପୂଣ୍ୟ ଫଳ ମିଳିଥାଏ । ଧନୀ ଲୋକକୁ ଦାନ କରିଲେ କିଛି ଲାଭ ନାହି ।

୪- ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଦିନରେ ଦୀପ ଜଳାଉଥିବା ଲୋକକୁ ମୂର୍ଖ କୁହାଯାଏ । ଆଜିର ସମୟରେ ଘର ମାନଙ୍କରେ ଲାଇଟ ଜଳା ଯାଉଛି କିନ୍ତୁ କିଛି ଆବଶ୍ୟକ ନାହି । ଚାଣକ୍ୟ କୁହନ୍ତି ଯେଉଁଠି ଊର୍ଜାର ସଠିକ ବ୍ୟବହାର ହେଉ ନାହି ସେଠାରେ ଊର୍ଜାର ଅଭାବ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *