ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଏମିତି ଅଭିନେତ୍ରୀ ମାନଙ୍କର ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଫିଲ୍ମ୍ ସୁଟିଂ ସମୟରେ ହିଁ ହୋଇଥିଲେ ଗର୍ଭବତୀ । ବନ୍ଧୁଗଣ ବଲିଉଡ୍ ରେ ବହୁତ୍ ଏମିତି ଅଭିନେତ୍ରୀ ମାନେ ଅଛନ୍ତି ଯିଏ କି ନିଜ ଅଭିନୟ ବଳରେ ହିନ୍ଦୀ ଚଳଚିତ୍ର ଜଗତରେ ନିଜର ସ୍ଥାନ ପ୍ରତିଷ୍ଠିତ କରିଛନ୍ତି । ହିନ୍ଦୀ ଚଳଚିତ୍ର ଜଗତରେ ନିଜର ନାମ ବାନାଇବା ପାଇଁ ଏହି ଅଭିନେତ୍ରୀ ମାନେ ବହୁତ୍ କଷ୍ଟ କରିଥାନ୍ତି , ଏବଂ ଅନେକ ଅଭିନେତ୍ରୀ ମାନେ ଗର୍ଭବତୀ ଥିବା ସମୟରେ ନିଜ ଇଚ୍ଛାରେ ସୁଟିଂ କରିଥିଲେ , ଏବଂ ଅନେକ ଅଭିନେତ୍ରୀ ମାନଙ୍କୁ ଗର୍ଭବତୀ ସମୟରେ ନିଜ ଇଚ୍ଛା ବିରୁଦ୍ଧରେ ସୁଟିଂ କରିବାକୁ ପଡ଼ିଥିଲା ।
ଏବଂ ବନ୍ଧୁଗଣ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ କିଛି ଅଭିନେତ୍ରୀ ମାନଙ୍କୁ ଗର୍ଭବତୀ ହେବା ଯୋଗୁଁ , ତାଙ୍କୁ ଫିଲ୍ମ୍ ରୁ ବାହାର ମଧ୍ୟ କରାଯାଇଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ କିଛି ଏମିତି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁମାନେ ସୁଟିଂ ସମୟରେ ହିଁ ଗର୍ଭବତୀ ହୋଇଯାଇଥିଲେ ।
୧. କରୀନା କପୁର୍ – ବନ୍ଧୁଗଣ ବହୁତ୍ କମ୍ ଲୋକ ଏହା ଜାଣିଛନ୍ତି ଯେ , ଯେତେବେଳେ କରିନା ନିଜ ଫିଲ୍ମ୍ ” ଭିରେ ଦ ୱେଡିଂ ” ରେ କାମ କରୁଥିଲେ , ସେହି ସମୟରେ ସେ ଗର୍ଭବତୀ ହୋଇଯାଇଥିଲେ , ଏହି ପାଇଁ ତାଙ୍କୁ ଫିଲ୍ମ୍ ର ସୁଟିଂ ଅଧାରୁ ହିଁ ବନ୍ଦ କରିବାକୁ ପଡ଼ିଥିଲା । ଏବଂ ସେ ଏହି ଫିଲ୍ମ୍ ରୁ ବହୁତ୍ ଲମ୍ବା ବ୍ରେକ୍ ନେଇଥିଲେ , କିନ୍ତୁ ନିଜ ପୁତ୍ର ତେହେମୂର୍ କୁ ଜନ୍ମ ଦେବା ପରେ କରୀନା କପୁର ପୁନର୍ବାର ଆସି ବଳକା ସୁଟିଂ ସମାପ୍ତ କରିଥିଲେ ।
୨. ଐଶ୍ୱର୍ୟ୍ୟା ରାୟ ବଚ୍ଚନ – ବନ୍ଧୁଗଣ ମିସ୍ ଓ୍ୱାଲ୍ଡ ଐଶ୍ୱର୍ୟ୍ୟା , ଅଭିଷେକ ବଚ୍ଚନ ଙ୍କ ସହ ୨୦୦୭ ମସିହାରେ ବିବାହ କରିଥିଲେ । ତେବେ ବନ୍ଧୁଗଣ ଆମେ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ଯେତେବେଳେ ଐଶ୍ବରିଆ ୨୦୧୧ ମସିହାରେ ଗର୍ଭବତୀ ହୋଇଥିଲେ ସେହି ସମୟରେ ସେ ଚଳଚିତ୍ର ନିର୍ମାତା ମଧୂର୍ ଭଣ୍ଡାରକର୍ ଙ୍କର ଫିଲ୍ମ୍ ” ହିରୋଇନ୍ ” ରେ କାମ କରୁଥିଲେ , କିନ୍ତୁ ସେ ଗର୍ଭବତୀ ହେବା କଥା ମଧୂର୍ ଭାଣ୍ଡରକରଙ୍କୁ କହିନଥିଲେ ।
ଏଥି ମଧ୍ୟରେ ସେହି ଫିଲ୍ମର ଅଧା ସୁଟିଂ ମଧ୍ୟ ପୂରଣ ହୋଇଯାଇଥିଲା , ଯେତେବେଳେ ମଧୂର୍ ଭାଣ୍ଡରକର ଙ୍କୁ ଜଣା ପଡ଼ିଥିଲା ଯେ ଐଶ୍ୱରୀଆ ଗର୍ଭବତୀ ଅଛନ୍ତି , ସେହି ସମୟରେ ସେ ଐଶ୍ୱରୀଆଙ୍କୁ ତାଙ୍କ ଫିଲ୍ମ୍ ରୁ ବାହାର କରିଦେଇଥିଲେ । ଏହାର କାରଣ ହେଉଛି ଯେ ସେ ଚାହୁଁ ନଥିଲେ ଯେ ଐଶ୍ୱର୍ୟ୍ୟା ଙ୍କ ସହ କିଛି ଦୁର୍ଘଟଣା ହେଇଯାଉ , ତେଣୁ ସେ ଐଶ୍ୱର୍ୟ୍ୟା ଙ୍କୁ ତାଙ୍କ ଫିଲ୍ମ୍ ରୁ କାଢି ଦେଇଥିଲେ । ଏବଂ ଐଶ୍ୱର୍ୟ୍ୟା ଙ୍କ ସ୍ଥାନ କରୀନା କପୁର ନେଇଥିଲେ ।
୩. କାଜଲ୍ – ବନ୍ଧୁଗଣ ଆପଣ ମାନେ ଏହା ଜାଣିଥିବେ ଯେ କାଜଲ୍ ୧୯୯୯ ମସିହା ରେ ହିନ୍ଦୀ ଚଳଚିତ୍ର ଜଗତର ଜଣେ ନାମୀ ଦାମୀ ଅଭିନେତା ଭାବେ ନିଜକୁ ସାବ୍ୟସ୍ତ କରିଥିବା ଅଜୟ ଦେବ୍ ଗନ୍ ଙ୍କୁ ବିବାହ କରିଥିଲେ ଏବଂ ବିବାହ ପରେ ଫିଲ୍ମ୍ ଇଣ୍ଡଷ୍ଟ୍ରି ରୁ ସ୍ୱଳ୍ପ ଦୂରତା ବଜାଇ ରଖିଥିଲେ । ଯେଉଁ ସମୟରେ କାଜଲ୍ ପ୍ରଥମଥର ଗର୍ଭବତୀ ହୋଇଥିଲେ , ସେତେବେଳେ ସେ ଫିଲ୍ମ୍ ” ମାଇ ନେମ୍ ଇଜ୍ ଖାନ୍ ” ର ସୁଟିଂ କରୁଥିଲେ ।
କିନ୍ତୁ ୨୦୧୦ ମସିହାରେ ସେ ଫିଲ୍ମ୍ ” ଉଇ ଆର୍ ଫେମିଲି ” ର ସୁଟିଂ କରୁଥିବା ସମୟରେ ଦ୍ଵିତୀୟ ଥର ଗର୍ଭବତୀ ହୋଇଥିଲେ , ଏବଂ ସୁଟିଂ ସମୟରେ କରନ୍ ଯୋହର୍ ଏବଂ ଅଜୟ ଦେବ୍ ଗନ ତାଙ୍କର ବହୁତ୍ ଯତ୍ନ ନେଇଥିଲେ । ବନ୍ଧୁଗଣ ଆପଣଙ୍କୁ ଆମେ ଏହା ଜଣାଇବାକୁ ଚାହୁଁଛୁ ଯେ କାଜଲ୍ ଏହି ଫିଲ୍ମ୍ ପରେ ତାଙ୍କ ପୁତ୍ର ୟୁଗ୍ ଙ୍କୁ ଜନ୍ମ ଦେଇଥିଲେ ।
୪ . ମାଧୁରୀ ଦିକ୍ଷିତ୍ – ବନ୍ଧୁଗଣ ମାଧୁରୀ ଦିକ୍ଷିତ୍ ମଧ୍ୟ ଏହି ଲିଷ୍ଟ ରେ ସାମିଲ୍ ଅଛନ୍ତି । ବନ୍ଧୁଗଣ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ , ଫିଲ୍ମ୍ ” ଦେବ୍ ଦାସ୍ ” ସମୟରେ ମାଧୁରୀ ଦିକ୍ଷିତ୍ ଗର୍ଭବତୀ ଥିଲେ । ଏବଂ ବନ୍ଧୁଗଣ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ , ” ଦେବ୍ ଦାସ୍ ” ଫିଲ୍ମ୍ ରେ ଥିବା ଲୋକ ପ୍ରିୟ ” ହରା ରଂଗ୍ ” ଏବଂ ” ମନ୍ ଦୋଲା ରେ ” ଆଦି ଗୀତ ଗୁଡିକରେ ସେ ଗର୍ଭବତୀ ଥିବା ସମୟରେ ଚମତ୍କାର ଭାବେ ନୃତ୍ୟ କରିଥିଲେ , ଆଜ୍ଞା ହିଁ ବନ୍ଧୁଗଣ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ ।
୫ . ଶ୍ରୀଦେବୀ – ବନ୍ଧୁଗଣ ୧୯୯୭ ରେ ପ୍ରକାଶିତ ହେଉଥିବା ଫିଲ୍ମ୍ ” ଯୁଦାଇ ” ସମୟରେ ଶ୍ରୀଦେବୀ ଗର୍ଭବତୀ ଥିଲେ । ସେହି ସମୟରେ ତାଙ୍କ ଗର୍ଭାଶୟରେ ତାଙ୍କ ବଡ଼ ପୁତ୍ରି ଜାନଭି କପୁର ଥିଲେ । ଏହି ଫିଲ୍ମ୍ ର ନିର୍ମାତା ଯଥା ଶ୍ରୀଦେବୀ ଙ୍କ ସ୍ବାମୀ ବୋନି କପୁର ଥିଲେ । ବୋନୀ କପୁର ଏବଂ ଶ୍ରୀଦେବୀ ୧୯୯୬ ମସିହାରେ ପରସ୍ପରକୁ ବିବାହ କରିଥିଲେ । ସେହି ସମୟରେ ଏହା ଚର୍ଚ୍ଚା ରେ ଥିଲା ଯେ , ଯେଉଁ ସମୟରେ ଶ୍ରୀଦେବୀ ଗର୍ଭବତୀ ଥିଲେ । ସେହି ସମୟରେ ଵୋନି କପୁର ଏବଂ ଶ୍ରୀଦେବୀ ପରସ୍ପରକୁ ବିବାହ କରିନଥିଲେ । ଯେତେବେଳେ ଏହି କଥା ଜଣ ପଡ଼ିଥିଲା ଯେ ଶ୍ରୀଦେବୀ ଗର୍ଭବତୀ ଅଛନ୍ତି , ତାହାର ତୁରନ୍ତ ପରେ ଦୁହେଁ ପରସ୍ପରକୁ ବିବାହ ବନ୍ଧନରେ ବାନ୍ଧିଥିଲେ ।
ବଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ