Health Tips- ୟୁରିକ ଏସିଡ ଏବେ ମୂଳରୁ ହେବ ଶେଷ, ଖାଆନ୍ତୁ ଏହି ଚମତ୍କାରୀ ଶସ୍ଯ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ଦ୍ଵାରା ବିଭିନ୍ନ ପ୍ରକାର ପୋଷକ ତତ୍ଵ ମିଳିଥାଏ । ଏପରି କିଛି ଖାଦ୍ୟ ପଦାର୍ଥ ଅଛି ଯାହାକୁ ଖାଇବା ଦ୍ଵାରା ପ୍ୟୁରିନ୍ ନାମକ ପୋଷକ ତତ୍ଵ ମିଳିଥାଏ । ପ୍ୟୁରିନ ଯେତେବେଳେ ଶରୀରକୁ ଆସି ହଜମ ହୋଇଯାଇଥାଏ । ସେତେବେଳେ ପ୍ୟୁରିନ ୟୁରିକ ଏସିଡରେ ପରିଣତ ହୋଇଯାଇଥାଏ । ଶରୀରରେ ପ୍ରତିଦିନ କିଛି କିଛି ପରିମାଣର ୟୁରିକ ଏସିଡ ସୃଷ୍ଟି ହୋଇଥାଏ ।

ଯାହାକି ଶରୀରରେ ୟୁରିନ ବାଟେ ନିଷ୍କାସିତ ହୋଇଯାଇଥାଏ । ଯଦି ଶରୀରରେ ୟୁରିକ ଏସିଡର ମାତ୍ରା ବଢିଯାଇଥାଏ । ତେବେ ତାହା ଶରୀରରୁ ନିଷ୍କାସିତ ହୋଇ ନପାରି ଗଣ୍ଠି ସ୍ଥାନ ମାନଙ୍କରେ ରହିଜାଇଥାଏ । ଯାହା ଫଳରେ ଆଣ୍ଠୁ ଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହା ସହିତ ଆଣ୍ଠୁ ଫୁଲି ଯାଇ ନାଲି ହୋଇଯାଇଥାଏ ।

ଏହା ଛଡା ଚାଲିବା ବୁଲିବା ସମୟରେ କଷ୍ଟ ଅନୁଭୂତ ହୋଇଥାଏ । ଶରୀରରେ ଦୁର୍ବଳତା ଅନୁଭବ ହୋଇଥାଏ । କିଡ୍ନୀରେ ଷ୍ଟୋନ ହେବା ମଧ୍ୟ ଶରୀରରେ ଅତ୍ୟଧିକ ୟୁରିକ ଏସିଡ ଗଚ୍ଛିତ ହେବାର ପ୍ରମାଣ ଦେଇଥାଏ । ଯଦି ଶରୀରରେ ୟୁରିକ ଏସିଡର ମାତ୍ରା କମାଇବାକୁ ଚାହୁଁଥାନ୍ତି । ତେବେ ବ୍ୟକ୍ତିର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ପଡିବ ।

ବ୍ୟକ୍ତି ସ୍ମୋକିଂ ଠାରୁ ଯେତେ ସମ୍ଭବ ନିଜକୁ ଦୂରେଇ ରଖିବ । ସେତେ ହିଁ ତା’ ଶରୀରରେ ୟୁରିକ ଏସିଡର ମାତ୍ରା କମିବାକୁ ଲାଗିବ । ଏହା ସହିତ ଯେଉଁ ବ୍ୟକ୍ତିର ଶରୀରରେ ୟୁରିକ ଏସିଡ ବଢିକି ଅଛି । ତା’ ସହିତ ବ୍ୟକ୍ତି ମଦ୍ୟପାନ କରୁଛି । ତେବେ ବ୍ୟକ୍ତି ଯଥା ସମ୍ଭବ ମଦ୍ୟପାନ କରିବା ବନ୍ଦ କରିଦେବା ଉଚିତ । ଯେଉଁ ସବୁ ଖାଦ୍ୟରେ ପ୍ୟୁରିନ ଅଧିକ ମାତ୍ରାରେ ରହୁଛି ।

ସେହି ସବୁ ଖାଦ୍ୟ ଖାଇବାର ପରିମାଣ ବ୍ୟକ୍ତି କମାଇଦେବାକୁ ପଡିବ । ପ୍ୟୁରିନ ଯୁକ୍ତ ଖାଦ୍ୟ ପଦାର୍ଥ ହେଉଛି ବିରି ଡାଲି, ହରଡ ଡାଲି, ପାଳଙ୍ଗ, କୋବି, ଅଣ୍ଡା, ମାଂସ, ବଡ ବୁଟ, ଚାଉଳ ଓ ରାଜମା ଏହି ସବୁ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ୟୁରିକ ଏସିଡର ମାତ୍ରା ବଢିଯାଇଥାଏ । ତେଣୁ ଯେଉଁ ବ୍ୟକ୍ତିଙ୍କର ଶରୀରରେ ୟୁରିକ ଏସିଡ ବଢିକି ରହୁଛି ।

ସେହି ବ୍ୟକ୍ତିକୁ ଏହି ସବୁ ଖାଦ୍ୟ ପଦାର୍ଥ ଖାଇବା ବନ୍ଦ କରିଦେବା ଉଚିତ । ନଚେତ ଅଳ୍ପ ପରିମାଣରେ ସେବନ କରିବା ଉଚିତ । ଏହା ସହିତ ଯଦି ୟୁରିକ ଏସିଡର ମାତ୍ରା କମାଇବାକୁ ଚାହୁଁଥାନ୍ତି । ତେବେ ବାଜରା ଦାନାରୁ ଅଟା ପ୍ରସ୍ତୁତ କରି ଖାଇବା ଦ୍ଵାରା ଶରୀରରେ ୟୁରିକ ଏସିଡର ମାତ୍ରା ଆମିବାକୁ ଆରମ୍ଭ କରିଥାଏ ।

୧ ମାସ ପର୍ଯ୍ୟନ୍ତ ଗହମ ଅଟା ପରିବର୍ତ୍ତେ ବାଜରାରୁ ପ୍ରସ୍ତୁତ ଅଟାରୁ ରୁଟି ତିଆରି କରି ଖାଇବେ । ତେବେ ନିହାତି ଭାବେ ୟୁରିକ ଏସିଡ ଶରୀରରୁ କମିବାକୁ ଲାଗିବା ସହିତ ଅନେକ ଫାଇଦା ମଧ୍ୟ ଶରୀରକୁ ମିଳିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *