କଣ ରସୁଣ Liver କୁ ସଫା କରିଥାଏ ? ଜାଣନ୍ତୁ କିପରି ନେବେ Liver ର ଯତ୍ନ Dr V. K. Mishra ଙ୍କ ଠାରୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲିଭର ଶରୀରର ଅନ୍ୟ ସମସ୍ତ ଭଳି ଏକ ପ୍ରମୁଖ ଅଙ୍ଗ ହୋଇଥାଏ । ଲିଭରକୁ ସୁସ୍ଥ ରଖିବା ଦ୍ଵାରା ଶରୀର ମଧ୍ୟ ସୁସ୍ଥ ରହିଥାଏ । ଲିଭରକୁ ସଫା କରି ହେଲଦି ରଖିବା ପାଇଁ ଓ ଲିଭର ଡାମେଜ ନହେବା ପାଇଁ ଲୋକ ମାନେ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରୁଛନ୍ତି।  ମାର୍କେଟରେ ମଧ୍ୟ ଲିଭରକୁ ଫ୍ଲଶଆଉଟ କରିବା ପାଇଁ ଅନେକ ପ୍ରକାର ସପ୍ଲିମେଣ୍ଟର ବିକ୍ରି କରାଯାଉଛି ।

ଆଜି ଆପଣ ଏପରି କିଛି ଭଲ ଉପାୟ ଦ୍ଵାରା ଲିଭରକୁ ସଫା କରିବାର ଉପାୟ ଜାଣିବାକୁ ପାଇବେ । ପ୍ରଥମେ ଲିଭରକୁ ସଫା କରିବା ସହିତ ସମସ୍ତ ଶରୀର ପାଇଁ ଉପଯୋଗୀ ଜିନିଷଟି ହେଉଛି ପାଣି । ଶରୀରକୁ ଆବଶ୍ୟକ ହେଉଥିବା ଯଥେଷ୍ଟ ପାଣି ପିଇବା ଦ୍ଵାରା ଲିଭର ସଂପୂର୍ଣ୍ଣ ଭାବରେ ସଫା ହୋଇଯାଇଥାଏ ।

ପ୍ରତିଦିନ ୮ ରୁ ୧୦ ଗ୍ଳାସ ପାଣି ପିଇବା ଦ୍ଵାରା ଲିଭର ପ୍ରତିଦିନ କିଛି କିଛି ମାତ୍ରାରେ ସଫା ହୋଇ କରି ଯାଇଥାଏ । ଲିଭରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଏକ୍ସରସାଇଜ କରିବା ଦରକାର । କାରଣ ଏକସରସାଇଜ କରିବା ଦ୍ଵାରା ଶରୀରରେ ବଢୁଥିବା ଅଯଥା ଚର୍ବି ଘଟିଥାଏ । ଯାହା ଦ୍ଵାରା ଲିଭରରେ ଫାଟ ଜମା ହୋଇ ଫାଟି ଲିଭର ସମସ୍ଯା ହେବାର ସମ୍ଭାବନା ମଧ୍ୟ ରହିନଥାଏ ।

ଏହା ସହିତ ଏକସରସାଇଜ କରିବା ଦ୍ଵାରା ଶରୀରକୁ ବହୁ ବିଧ ଉପକାର ମିଳିଥାଏ । ତୃତୀୟରେ ଆଲକୋହଲ ଭଳି ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ । କାରଣ ଯେଉଁ ବ୍ୟକ୍ତି ପ୍ରତିଦିନ ନିଶା ଦ୍ରବ୍ୟ ସେବନ କରିବା ଦ୍ଵାରା ଲିଭରରେ ବିଷାକ୍ତ ପଦାର୍ଥ ଜମା ହୋଇଥାଏ । ଏହା ଛଡା ଲିଭରକୁ ବିଷାକ୍ତ ମୁକ୍ତ ନକରିବା ଦ୍ଵାରା ଲିଭର ଧୀରେ ଧୀରେ କରି ଡାମେଜ ହୋଇଯାଇଥାଏ ।

ଲିଭରକୁ ପ୍ରତିଦିନ ସଫା କରିବା ସହିତ ହେଲଦି ରଖିବା ପାଇଁ ଚାହୁଁଥିଲେ । କେତେକ ପୌଷ୍ଟିକ ଖାଦ୍ୟର ସେବନ କରିବା ନିହାତି ଉଚିତ । ଯେପରି ବିଟ୍, ଗାଜର, ଗ୍ରୀନ ଟି, କଫି, ସେଓ, ଲେମ୍ବୁ ଏପରି କିଛି ଖାଦ୍ୟ ପଦାର୍ଥକୁ କିଛି ପରିମାଣରେ ନିଜ ଖାଦ୍ୟରେ ଆଡ୍ କରି ଖାଇବା ଦ୍ଵାରା ଲିଭର ସୁସ୍ଥ ରହିଥାଏ ।

ପ୍ରତିଦିନ ରଶୁଣକୁ ନିଜ ଖାଦ୍ୟ ରୋଷେଇରେ ବ୍ୟବହାର କରି ଖାଇବା ସହିତ କଞ୍ଚା ରଶୁଣକୁ ଚୋବାଇ ଖାଇବା ଦ୍ଵାରା ଲିଭର ପ୍ରାକୃତିକ ଭାବରେ ପରିଷ୍କାର ରହିବା ସହିତ ହେଲଦି ମଧ୍ୟ ରହିଥାଏ । ଯେଉଁଥି ପାଇଁ ଆପଣଙ୍କୁ କୌଣସି ପ୍ରକାର ମାର୍କେଟ ସପ୍ଲିମେଣ୍ଟ କିଣି ବ୍ୟବହାର କରିବାର କୌଣସି ଆବଶ୍ୟକତା ନାହିଁ ।

ବ୍ୟକ୍ତି ନିଜର ଷ୍ଟ୍ରେସ ଲେବଲ କମାଇବା ଦ୍ଵାରା ମଧ୍ୟ ଲିଭର ସୁସ୍ଥ ରହିଥାଏ । ଏହି ସବୁ ନିୟମର ପାଳନ ଦ୍ଵାରା ଲିଭର ହେଲଦି ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *