ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କ୍ୟାନସର ର ପ୍ରାଥମିକ ଲକ୍ଷଣ ସମ୍ବନ୍ଧରେ କହିବାକୁ ଯାଉଅଛୁ । କ୍ୟାନସର ଏକ ମାରାତ୍ମକ ରୋଗ । ବିଶ୍ଵର ଅଧିକାଂଶ ଲୋକ ଏବେ ଏହି ରୋଗରେ ଆକ୍ରାନ୍ତ । ଆଧୁନିକ ସମାଜରେ ପରିବର୍ତ୍ତିତ ଜୀବନଶୈଳୀ ହିଁ ଏହି ରୋଗର ମୂଳ କାରଣ । ଏହି ରୋଗ ପାଇଁ ବର୍ତ୍ତମାନ ଅଧିକାଂଶ ଲୋକ ପ୍ରାଣ ହରାଉଛନ୍ତି । ଚିକିତ୍ସ୍ୟା କ୍ଷେତ୍ରରେ ଅଧିକ ପରିବର୍ତ୍ତନ ହୋଇଥିଲେ ମଧ୍ୟ କ୍ୟାନସର ପାଇଁ ଏ ପର୍ଯ୍ୟନ୍ତ ଔଷଧ ବାହାରି ନାହିଁ । କିନ୍ତୁ ପ୍ରାଥମିକ ଅବସ୍ଥାରୁ ଯଦି କ୍ୟାନସର ର ଲକ୍ଷଣ ଜାଣିପାରିବେ ତେବେ ଏଥିରୁ ରକ୍ଷା ପାଇ ପାରିବେ ।
୧;- ଅନ୍ତନାଡିରେ ସମସ୍ୟା, ଅନ୍ତନାଡି ଅଥବା ଖାଦ୍ୟନଳୀର ନିମ୍ନ ଭାଗରେ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ଅଟେ । କିନ୍ତୁ ବାରମ୍ବାର ଏଥିରେ ସମସ୍ୟା ଦେଖାଦେବା କ୍ୟାନସର ର ଏକ ପ୍ରମୁଖ ସୂଚନା ଅଟେ । ଅନେକ ସମୟରେ ଡାଇରିଆ ହେବା ଏହି ରୋଗର ଏକ ପ୍ରମୁଖ ଲକ୍ଷଣ । ଏହି କାରଣ ଯୋଗୁଁ ପେଟରେ ଗ୍ୟାସ ହେବା ହେତୁ ପେଟରେ ବେସୀ ଯନ୍ତ୍ରଣା ହୋଇଥାଏ ।
୨;- ଅତ୍ୟଧିକ ର-କ୍ତ ବୋହିବା, ଖଣ୍ଡିଆ ଖାବରା ଅଥବା ଆଘାତ ଲାଗିବା ପରେ ପ୍ରବଳ ର-କ୍ତ ବୋହିବା ଏବଂ ବନ୍ଦ ନ ହେବ କ୍ୟାନ୍ସର ର ଲକ୍ଷଣ ଅଟେ । ମଳତ୍ୟାଗ କରିବା ସମୟରେ ମଳାଶୟରୁ ରକ୍ତ ପଡିବା କର୍କଟ ରୋଗର ଆଉ ଏକ ଲକ୍ଷଣ । ଏହାଛଡା ମଳତ୍ୟାଗ କରିବା ସମୟରେ ଯଦି ଅତ୍ୟାଧିକ କଷ୍ଟ ହେବା ସହିତ ର-କ୍ତ ପଡିବା, କ୍ୟାନସର ର ଲକ୍ଷଣ କୁ ସୁଚାଇ ଥାଏ । ମହିଳାଙ୍କ କ୍ଷେତ୍ରରେ ଯଦି ମାସିକ ଧର୍ମ ପରେ ଯଦି ର-କ୍ତସ୍ରାବ ବନ୍ଦ ନ ହୁଏ ତେବେ ଏ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
୩;- ରାତିରେ ଶୋଇବା ବେଳେ ଅତ୍ୟଧିକ ଝାଳ ବାହାରିବା, ସମସ୍ତଙ୍କର ଝାଳ ବାହାରିବା ଏକ ସାଧାରଣ କଥା, ମାତ୍ର ଶରୀରରୁ ଝାଳ ନ ବାହାରିବ ମଧ୍ୟ ମାରାତ୍ମକ ହୋଇପାରେ । ତେବେ ରାତିରେ ଶୋଇବା ବେଳେ ଯଦି ଅତ୍ୟଧିକ ଝାଳ ବାହାରୁଛି ତେବେ ତାହା କୌଣସି ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ହୋଇଥାଇପାରେ, ଯଦି ଏହିଭଳି ସ୍ଥିତି କିଛି ସପ୍ତାହ ଧରି ଲାଗିରହେ, ଏବଂ ଯଦି ଝାଳ ବୋହିବା ବନ୍ଦ ନ ହୁଏ ତେବେ ଯଥା ସମ୍ଭବ ଡାକ୍ତର ଙ୍କ ସହିତ ସମ୍ପର୍କ କରିବା ଆବଶ୍ୟକ । କାରଣ ଏହା କ୍ୟାନସର ରୋଗର ଲକ୍ଷଣ ହୋଇପାରେ ।
୪;- ଲଗାତାର ପିଠିରେ ଯନ୍ତ୍ରଣା ଏବଂ ଶରୀର ଦୁର୍ବଳ ଲାଗିବା, କାମର ଚାପ ତଥା ଉଚିତ ଢଙ୍ଗରେ ନ ବସିବା ଦ୍ଵାରା ଶରୀରରେ ଯନ୍ତ୍ରଣା ହୋଇଥାଏ । ଏହା ସମସ୍ତଙ୍କ କ୍ଷେତ୍ରରେ ହୋଇଥାଏ କିନ୍ତୁ ନିୟମିତ ଭାବରେ ପିଠିରେ ଯନ୍ତ୍ରଣା ହେବା ଏକ ସାଧାରଣ ଲକ୍ଷଣ ନୁହେଁ, ଏହା କ୍ୟାନସର ର ମୁଖ୍ୟ ଲକ୍ଷଣ ଅଟେ । ଏହାଛଡା ଅଣ୍ଟା ର ମାଂସପେଶୀରେ ଯନ୍ତ୍ରଣା ହେବା, ବିନା କାରଣରେ ଶରୀର ଦୁର୍ବଳ ଲାଗିବା କ୍ୟାନସର ର ପ୍ରାଥମିକ ଲକ୍ଷଣ ହୋଇପାରେ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ