ବନ୍ଧୁଗଣ, ଶୀତଦିନ ଆରମ୍ଭ ହେବା ମାତ୍ରେ ଅନେକ ଲୋକଙ୍କୁ ଛିଙ୍କ, ଥଣ୍ଡା, କାଶ ଭଳି ସମସ୍ୟା ଉତ୍ପନ୍ନ ହୋଇଥାଏ । ସେଥିରୁ ବଞ୍ଚିବା ପାଇଁ ଆପଣ ଗରମ ଗରମ ଜିନିଷର ସେବନ କରିଥାନ୍ତି । ଫଳରେ ଆପଣଙ୍କୁ ଗ୍ୟାସ, ଏସିଡିଟି, କବଚ ଭଳି ସମସ୍ୟା ଉତ୍ପନ୍ନ ହୋଇ ଯାଇଥାଏ । ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଅଛୁ, ଯାହାର ସେବନ କରିବା ଦ୍ଵାରା ଥଣ୍ଡା, କଫ, କାଶ ଭଳି ସମସ୍ୟା ଦୂର ହେବା ସହ ଆପଣଙ୍କ ପେଟ ଗରମ ମଧ୍ୟ ଭଲ କରିଥାଏ ।
ଏହି ଘରୋଇ ଉପଚାର ପାଇଁ ଆପଣଙ୍କୁ ପିଜୁଳି ପତ୍ର ଆବଶ୍ୟକ । ଏହା ଆପଣଙ୍କୁ ନିଜ ବାଡି ଘରୁ ବା ସହଜରେ କେଉଁଠାରୁ ବି ମିଳିଯିବ । ପିଜୁଳି ଖାଇବା ଶ୍ଵାସ୍ଥ୍ୟ ପାଇଁ କେତେ ଲାଭଦାୟକ ଏହା ଆପଣମାନେ ସମସ୍ତେ ଜାଣିଥିବେ । ଏହାର ପତ୍ର ମଧ୍ୟ ବହୁତ ଚମତ୍କାର ଅଟେ । ପିଜୁଳି ପତ୍ରରେ ଭରପୁର ମାତ୍ରାରେ ଭିଟାମିନ-ସି ଏବଂ ଆଇରନ ମିଳିଥାଏ । ଯଦି ଆପଣ ଥଣ୍ଡା, କାଶ ଆଦିରେ ଏହି ପତ୍ରକୁ ଚାହା କରି ପିଇବେ ତେବେ ଆପଣଙ୍କୁ ତୁରନ୍ତ ଲାଭ ମିଳିବ ।
ଯେତେବି କଫ ଛାତିରେ ଓ ଗଳାରେ ଜମା ହୋଇ ରହିଅଛି ଏବଂ କାଶ ହେଉଅଛି ବା ଥଣ୍ଡା ଯୋଗୁଁ ଆପଣଙ୍କ ମୁଣ୍ଡ ବିନ୍ଧା ହେଉଅଛି, ତେବେ ଏହିଥିରୁ ଆପଣଙ୍କୁ ସମ୍ପୂର୍ଣ୍ଣ ଲାଭ ମିଳିବ । ପିଜୁଳି ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଏମ୍ପ୍ଲାମେଣ୍ଟରି ଗୁଣ ମିଳିଥାଏ । ଫାଇବର ରେ ଭରପୁର ହୋଇଥାଏ ପିଜୁଳି ପତ୍ର । ଏହା ଆପଣଙ୍କୁ ବିଭିନ୍ନ ପ୍ରକାରର ଇନଫେକ୍ସନ ରୁ ବଞ୍ଚାଇ ଥାଏ ।
ଯଦି ଆପଣଙ୍କ ପେଟ ଖରାପ ଅଧିକ ହେଉଅଛି ଏବଂ କେଶ ଝଡୁଅଛି ଓ ଆଖି ଜନିତ କିଛି ସମସ୍ୟା ହୋଇଅଛି ଏହି ସମସ୍ତ ସମସ୍ୟା ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ ହୋଇଥାଏ । ଏହି ଚାହା ବନେଇବା ପାଇଁ ଆପଣ ୫ ରୁ ୭ ଟି ପିଜୁଳି ପତ୍ର ନିଅନ୍ତୁ । ବ୍ୟବହାର କରିବା ପୂର୍ବରୁ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଗୋଟେ ପାତ୍ର ନେଇ ଗ୍ୟାସ ଲଗାଇ ତାହା ଉପରେ ବସାନ୍ତୁ । ଏବଂ ଏଥିରେ ୧.୫ ଗିଲାସ ପାଣି ଦିଅନ୍ତୁ । ପାଣିକୁ ଗରମ ହେବାପାଇଁ ଛାଡ଼ି ଦିଅନ୍ତୁ ।
ପାଣି ଗରମ ହୋଇଗଲେ ଏଥିରେ ପିଜୁଳି ପତ୍ରକୁ ପକାନ୍ତୁ । ସମ୍ପୂର୍ଣ୍ଣ କଞ୍ଚା ପିଜୁଳି ପତ୍ର ର ପ୍ରୟୋଗ କରନ୍ତୁ ଏହାର ସ୍ଵାଦ ଭଲ ହୋଇଥାଏ । ପାଣିରେ ପତ୍ର ପକାଇବା ପରେ ଏହାକୁ ୮ ରୁ ୧୦ ମିନିଟ ପର୍ଯ୍ୟନ୍ତ କମ ଆଞ୍ଚରେ ଫୁଟାନ୍ତୁ । ଯଦି ଆପଣଙ୍କ ଗଳାରେ ଭୟଙ୍କର କଫ ଜମାହୋଇ ରହିଅଛି ତେବେ ଏହି ଫୁଟନ୍ତା ପାଣିରେ ୫ଟି ଗୋଲୋମରିଚ ପକାଇ ଦିଅନ୍ତୁ । ତାହାପରେ ଆପଣ ଏଥିରେ ୩ ରୁ ୪ ଟି ଲବଙ୍ଗ ପକାନ୍ତୁ ।
ଏହି ପାଣିକୁ ଆପଣ ସେତେବେଳ ଯାଏ ଫୁଟାନ୍ତୁ ଯେତେବେଳ ଯାଏଁ ପାଣି ଫୁଟି ଅଧା ନ ହୋଇଛି । ଏହି ପାଣିକୁ ଛାଣି ଆପଣ ଦିନକୁ ଦୁଇ ଥର କରି ତିନି ଦିନ ପିଅନ୍ତୁ । ଏହା ଆପଣଙ୍କ କଫ, କାଶ, ଛିଙ୍କ ଆଦି କୁ ଭଲ କରିଦେଇଥାଏ । ପିଜୁଳି ପତ୍ରର ଚାହା ଆପଣଙ୍କ ଡ଼ାଇବେଟିସ କୁ ନିୟନ୍ତ୍ରଣ ରେ ରଖିଥାଏ । କଲେଷ୍ଟ୍ରୋଲ ର ମାତ୍ରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଆପଣଙ୍କ କେଶ ଝଡ଼ିବା ସମସ୍ୟାକୁ ଦୂର କରିଥାଏ ଏବଂ ଏହା ସହ ଡାଇରିଆ ରୋଗ କୁ ମଧ୍ୟ ଭଲ କରିଥାଏ ।
ଏହି ଚାହା ର ସ୍ଵାଦ ବଢ଼ାଇବା ପାଇଁ ଆପଣ ଏଥିରେ ଲେମ୍ବୁରସ କିମ୍ବା ମହୁ ମିଶେଇ ପାରିବେ । ଏହି ଚାହା କୁ ଆପଣ ଗରମ ଗରମ ସେବନ କରନ୍ତୁ । ଗଳା ସଂକ୍ରମଣ କୁ ଦୂର କରିବା ପାଇଁ ଆପଣ ଲୁଣ ପାଣିରେ ଗାର୍ଗିଲିଂ କରନ୍ତୁ । ଏହି ଚାହା ଆପଣଙ୍କ ସବୁ ଜିନିଷ ପାଇଁ ଲାଭଦାୟକ ଅଟେ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ