ଯୋନିରେ ସଂକ୍ରମଣ ହେଲେ କେମିତି କରିବେ ଉପଚାର ? ଦେଖନ୍ତୁ ଏନେଇ କଣ କୁହନ୍ତି Dr Shilpa Mishra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯୋନୀ କିମ୍ବା ଭଯାଇନାଲ ଏରିଆ ମହିଳା ମାନଙ୍କର ଗୁପ୍ତାଙ୍ଗ ହୋଇଥାଏ । ଯଦି କୌଣସି କାରଣରୁ ସେଥିରେ ଇନଫେକସନ ହୋଇଯାଇଥାଏ । ସେଥିରେ ଅନେକ ପ୍ରକାରର ଲକ୍ଷଣମାନ ପ୍ରକାଶ ପାଇଥାଏ । ଯେପରି ସେଥିରୁ ଦୁର୍ଗନ୍ଧ ବାହାରିବା । କୁଣ୍ଡାଇ ହୋଇ ଫଳିଯିବା, ପରିସ୍ରା କରିବା ସମୟରେ ଅଧିକ ଜଳା ପୋଡା ହେବା । ଯଦି ଏପରି କିଛି ଲକ୍ଷଣ ଭଯାଇନାଲ ଏରିଆରେ ଅନୁଭୂତ କରନ୍ତି ।

ତେବେ ସେଥି ପ୍ରତି ଅବହେଳା ନକରି ଡାକ୍ତରଙ୍କ ସହିତ ପରାମର୍ଶ କରିନେବା ଆବଶ୍ଯକ ହୋଇଥାଏ । ଯେତେବେଳେ ମଧ୍ୟ ଡାକ୍ତରଙ୍କ ପାଖକୁ ଯାଇଥିବେ । ସେତେବେଳେ ମାନସିକ ଭାବେ ପ୍ରସ୍ତୁତ ହୋଇ ଯିବା ଆବଶ୍ୟକ ହୋଇଥାଏ । କାରଣ ଡାକ୍ତର ଆପଣଙ୍କ ପ୍ରପର ଚେକଅପ କରିବେ । କିଛି ଟେଷ୍ଟ କରିବାକୁ ମଧ୍ୟ କହିପାରିବେ । ଯେଉଁ ମାନେ ଡାଇବେଟିସ ରୋଗୀ ହୋଇଥିବେ ।

ସେମାନଙ୍କ କ୍ଷେତ୍ରରେ ଭଯାଇନାଲ ଏରିଆ ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଥାଏ । ସେଥିପାଇଁ ସେମାନଙ୍କ କ୍ଷେତ୍ରରେ ସୁଗାର ଟେଷ୍ଟ କରିବା ପାଇଁ କୁହାଯାଇଥାଏ । ଯେଉଁ ମାନଙ୍କର  ଭଯାଇନାଲ ଏରିଆ ସଂକ୍ରମଣ ହୋଇଥାଏ । ସେମାନଙ୍କର ଠିକ ଡାଇଗ୍ନୋସିସ କରାଗଲା ପରେ କେଉଁ ପ୍ରକାର ମେଡିସିନ ଖାଇବାକୁ କିମ୍ବା କେଉଁ ଅଏଲମେଣ୍ଟ ଲଗାଇବାକୁ ଦିଆଜୀବ ସ୍ତିର କରାଯାଇଥାଏ ।

ସାଧରଣତଃ କ୍ଲିଣ୍ଡାମାଇସିନ ଜେଲ ଲଗାଇବାକୁ ଦିଆଯାଇଥାଏ । ମେଟ୍ରୋନିଡେଜଲ୍ଟ ଟାବ୍ଲେଟ୍ସ ଖାଇବା ପାଇଁ ଦିଆଯାଇଥାଏ । ଭଯାଇନାଲ ଏରିଆ ଗୁଡିକ ମୁଖ୍ଯତଃ ସଠିକ  ଭାବରେ ପରିଷ୍କାର କରି ରଖାନଗଲେ । ଏଥିରେ ସଂକ୍ରମଣ ହୋଇଥାଏ । ତେଣୁ ପ୍ରପର ଭାବରେ ସେହି ଏରିଆକୁ ସଫା କରି ରଖିବା ଉଚିତ ।

ଏହା ସହିତ ବ୍ୟବହାର କରୁଥିବା ଅଣ୍ଡରଗାରମେନ୍ଟ ଗୁଡିକୁ ଭଲ ଭାରେ ସଫା କରି ସାରିବା ପରେ ଗରମ ପାଣିରେ ଧୋଇ ସୁଖାଇବା ଉଚିତ । ଭଯାଇନାଲ ଏରିଆକୁ କୌଣସି ପ୍ରକାର କେମିକାଲ୍ ଦ୍ଵାରା ସାବୁନରେ ସଫା କରିବା ଉଚିତ ନୁହେଁ । ସାଧାରଣ ପାଣିରେ ଭଯାଇନାଲ ଏରିଆକୁ ପରିଷ୍କାର କରି ରଖିବା ସହିତ ସେହି ଏରିଆକୁ ଶୁଖିଲା କରିବା ଉଚିତ ।

ବିନା ଡାକ୍ତରଙ୍କର ପରାମର୍ଶରେ କୌଣସି ପ୍ରକାର ମାର୍କେଟରେ ଉପଲବ୍ଧ ମଲମ ଭଯାଇନାଲ ଏରିଆରେ ବ୍ୟବହାର କରିବେ ନାହିଁ । ଭଯାଇନାଲ ଏରିଆରେ ସଂକ୍ରମଣ ନହୋଇବା ପାଇଁ ପ୍ରଚୁର ପାଣି ପିଇବା ଆବଶ୍ଯକ ହୋଇଥାଏ । ଏହା ସହିତ ବଟର ମିଲ୍କ କିମ୍ବା ଦହି ଖାଇବା ଦ୍ଵାରା ଲାକ୍ଟୋବାସିଲର ବୃଦ୍ଧି ହୋଇଥାଏ । ଯାହାକି ସେହି ଗୁପ୍ତାଙ୍ଗ ଏରିଆର ସୁରକ୍ଷା ପାଇଁ ସାହାଜ୍ଯ କରିଥାଏ ।

ବିଶେଷ କରି ମହିଳା ମାନଙ୍କର ପିରିଅଡ୍ ସମୟରେ ଗୁପ୍ତାଙ୍ଗ ଏରିଆକୁ ଠିକ ଭାବରେ ହାଇଜିନ ମେଣ୍ଟେନ କରି ରଖିବା ଆବଶ୍ୟକ ହୋଇଥାଏ । ଫିଜିକାଲ ରିଲେସନ ପରେ ମହିଳା ମାନେ ସଙ୍ଗେ ସଙ୍ଗେ ଭଯାଇନାଲ ଏରିଆକୁ ଭଲ ଭାବରେ ଧୋଇ ପରିଷ୍କାର କରି ଦେବା ଉଚିତ । ସଠିକ ଭାବରେ ଗୁପ୍ତାଙ୍ଗର ଯତ୍ନ ନେବା ଦ୍ଵାରା ଯୋନୀ ସଂକ୍ରମଣ ହୋଇନଥାଏ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *