Vastu Tips- ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ତୁଳସୀ ଗଛ ପାଖରେ ରଖନ୍ତୁ ଏହି 1 ଜିନିଷ, ନାଶ ହୋଇଥାଏ ଦରିଦ୍ରତା

ବନ୍ଧୁଗଣ, ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ଵ ରହିଅଛି । ଏଥି ନିମନ୍ତେ ପ୍ରତ୍ୟକ ହିନ୍ଦୁ ଘରେ ତୁଳସୀ ଗଛ ରହିଥାଏ । ତୁଳସୀ ର ଆଧ୍ୟାତ୍ମିକ ତଥା ବଜ୍ଞାନିକ ୨ ପ୍ରକାରର ମହତ୍ଵ ରହିଅଛି । ଆପଣ ମାନେ ବିଶେଷ କରି ତୁଳସୀ ର ଔଷଧୀୟ ଗୁଣ ସମ୍ବନ୍ଧରେ ଜାଣିଥିବେ । ସେଥି ମଧ୍ୟରୁ ଅଧିକାଂଶ ଲୋକଙ୍କୁ ତୁଳସୀ ଗଛ ସମ୍ବନ୍ଧରେ ବିଶେଷ କିଛି ଜଣାଥିବ । ମାତ୍ର ତୁଳସୀ ଗଛ ସହିତ ଜଡିତ ଏହି ମହତ୍ଵପୂର୍ଣ୍ଣ ନିୟମ ସମ୍ବନ୍ଧରେ ଆପଣ ଜାଣି ନଥିବେ ।

ଆଜି ଆମ୍ଭେ ଆପଣ ମାନଙ୍କ ଗହଣରେ ତୁଳସୀ ଗଛର ମହତ୍ଵ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ୧- ଯେଉଁ ଭକ୍ତ ଭକ୍ତି ଭାବରେ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଗୋଟିଏ ଆଞ୍ଜୁଳିରେ ଜଳ ଏବଂ ତୁଳସୀ ଜଳ ଅର୍ପଣ କରେ, ଭଗବାନ ସେହି ଭକ୍ତ ଙ୍କୁ ଧନଧାନ୍ୟ ରେ ଭରି ଦେଇଥାନ୍ତି । କାରଣ ସୃଷ୍ଟି ରେ ତୁଳସୀ ଗଛ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ।

୨- ତୁଳସୀ ସର୍ବଦା ଭଗବାନ ବିଷ୍ଣୁ ଙ୍କ ଚରଣ ପାଖରେ ରହିଥାନ୍ତି । ତୁଳସୀ ଙ୍କୁ ବୈଷ୍ଣବୀ ବୋଲି କୁହାଯାଏ । ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁ କୌଣସି ମଧ୍ୟ ପ୍ରସାଦ ସ୍ଵୀକାର କରନ୍ତି ନାହିଁ ।

୩- ଯେଉଁ ଘରେ ତୁଳସୀ ଥାଏ ଅଥବା ଯେଉଁ ଘରେ ଭକ୍ତି ଭାବରେ ତୁଳସୀ ଙ୍କ ପୂଜା ହୋଇଥାଏ ସେହି ଘରକୁ ଭଗବାନ କେବେ ମଧ୍ୟ ଭୁଲନ୍ତି ନାହିଁ । ଏହା ସହିତ ତୁଳସୀ ଙ୍କ ସେବା କରିଲେ ଭଗବାନ ଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ୪- ତୁଳସୀ ଗଛ ଆପଣଙ୍କ ଘରେ ରହିବା ଦ୍ଵାରା ଆଖପାଖର ବାତାବରଣ ସର୍ବଦା ଶୁଦ୍ଧ ତଥା ପବିତ୍ର ରହିଥାଏ । ମାନ୍ୟତା ରହିଅଛି ଯେ ତୁଳସୀ ଙ୍କ ଆଖପାଖରେ ଦେବତା ଙ୍କ ବାସ ରହିଥାଏ ।

୫- ତୁଳସୀ ର ପ୍ରତିଦିନ ପୂଜା କରିବା ଆବଶ୍ୟକ । ସ୍ନାନ ସାରି ସବୁଦିନେ ଶୁଦ୍ଧ ଜଳ ଅର୍ପଣ କରିବା ଉଚିତ । ଏହାସହିତ ସକାଳେ ଏବଂ ସନ୍ଧ୍ୟାରେ ଦୀପ ଜଳାଇ ତୁଳସୀ ଙ୍କୁ ପ୍ରଣାମ କରିବା ଉଚିତ ।

୬- ଆପଣଙ୍କ ଘରେ ତୁଳସୀ ଗଛ ଯଦି ବଢିଚାଲେ ତେବେ ଆପଣଙ୍କ ଘରେ ସୁଖ ସମୃଦ୍ଧି ମଧ୍ୟ ବଢିଥାଏ । ସେହି ଘରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଙ୍କର କୃପା ପ୍ରାପ୍ତ ହୋଇଥାଏ । ଏହାର ବିପରୀତ ଯଦି ଆପଣଙ୍କ ଘରେ ଥିବା ତୁଳସୀ ଗଛ ଶୁଖିବାକୁ ଲାଗିଥାଏ, ତେବେ ଏହାର ଅର୍ଥ ଯେ ଆପଣଙ୍କ ଘରକୁ ସଙ୍କଟ ଆସିବାର ଅଛି ।

ମାତ୍ର ଶୁଖିଲା ତୁଳସୀ ପତ୍ର କୁ ଜଳରେ ମିଶାଇ ଆପଣ ଆପଣଙ୍କ ଘର ଚାରିପଟେ ଛିଞ୍ଚିଲେ ଆପଣଙ୍କ ଘରୁ ସମସ୍ତ ନକାରତ୍ମକତା ଦୂର ହୋଇଯାଏ । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *