ମୂଷାକୁ ଘରୁ ବାହାର କରିବାର ଜବରଦସ୍ତ ଉପାୟ ! ଥରେ ପ୍ରୟୋଗ କରି ଦେଖନ୍ତୁ, ଆପଣଙ୍କ ଘରେ ଗୋଟେ ବି ମୂଷା ରହିବେ ନାହିଁ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ମୂଷା ଘରୁ ବାହାର କରିବା ନିମନ୍ତେ ଆୟୁର୍ବେଦିକ ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯେଉଁ ଘରେ ମୂଷା ଥାଏ ସେହି ଘରର ଥିବା ଲୋକ ମାନଙ୍କର ଭୌତିକ ବିକାଶ ହୋଇପାରି ନଥାଏ । ମୂଷା ମାନେ ଘରେ ମଇଳା ତଥା ଦରିଦ୍ରତାକୁ ଜନ୍ମ ଦେଇଥାନ୍ତି । ଏହା କାରଣରୁ ଆପଣଙ୍କ ଘରେ ଅନେକ ପ୍ରକାରର ବିମାରୀ ମଧ୍ୟ ଆସିଥାଏ । ଏମାନେ ଆମ୍ଭ ଘରର ସମସ୍ତ ଖାଦ୍ୟପଦାର୍ଥ କୁ ନଷ୍ଟ କରିଦିଅନ୍ତି ।

ଏହା ବ୍ୟତୀତ ଘରେ ମୂଷା ରହିବା ଦ୍ଵାରା ପିଲା ମାନଙ୍କୁ ଅନେକ ବେମାରି ହୋଇଥାଏ । ପ୍ରାଏ ଲୋକ ମାନେ ମୂଷା କୁ ଘରୁ ବାହାର କରିବା ନିମନ୍ତେ ନାନା ପ୍ରକାରର ଉପାୟ କରିଥାନ୍ତି । ସାଧାରଣତ ବଜାରରେ ମଧ୍ୟ ମୂଷା କୁ ଘରୁ ବାହାର କରି ମାରିବା ନିମନ୍ତେ ନାନା ପ୍ରକାରର ଔଷଧ ମିଳିଥାଏ । ମାତ୍ର ମୂଷା ଆଦୌ କମନ୍ତି ନାହିଁ । ଆଜି ଆମ୍ଭେ ଆପଣ ମାନଙ୍କୁ ମୂଷା କମାଇବାର ଆୟୁର୍ବେଦିକ ଉପାୟ କହିବାକୁ ଯାଉଅଛୁ ।

ଏହା ସୁରକ୍ଷିତ ଅଟେ ଏବଂ ଏହି ଉପାୟଟି କରିବା ଦ୍ଵାରା ଆପଣଙ୍କ ଘରୁ ମୂଷା ସଂପୂର୍ଣ୍ଣ ଭାବରେ କମିଯିବେ । ଆମେ ଯେଉଁ ଉପାୟ ଟି କହିବାକୁ ଯାଉଅଛୁ ସେଥିରେ ଲାଗୁଥିବା ଜିନିଷ ଅତି ସହଜରେ ଆପଣଙ୍କ ରୋଷେଇ ଘରୁ ମିଳିଯିବ । ଆସନ୍ତୁ ଜାଣିବା ତେବେ ସେହି ଉପାୟ ସମ୍ବନ୍ଧରେ ।

୧- ପେପରମିଣ୍ଟ ତେଲ;- ଏହାକୁ ପ୍ରୟୋଗ କରି ଆମ୍ଭେ ସହଜରେ ଘରୁ ମୂଷା କୁ ବାହାର କରି ପାରିବା । କାରଣ ଏହି ତେଲ ର ଗନ୍ଧ ବହୁତ ହାର୍ଡ ହୋଇଥାଏ । ଏହାକୁ ମୂଷା ମାନେ ସହଜରେ ସହି ପାରନ୍ତି ନାହିଁ । ଆପଣ ତୁଳା କୁ ଛୋଟ ଛୋଟ ଗୋଳା କରି ସେଥିରେ ପେପରମିଣ୍ଟ ତେଲ ଲଗାଇ ଦିଅନ୍ତୁ । ଏବଂ ଏହାକୁ ସେହି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠାରେ ମୂଷା ମାନେ ରହୁଛନ୍ତି । ଏହାର ଗନ୍ଧ ଯିବା ମାତ୍ରେ ମୂଷାମାନେ ସେଠାରୁ ବାହାରି ଯିବେ । ବନ୍ଧୁଗଣ ଏହା ଏକ ଉତ୍ତମ ଉପାୟ ଅଟେ । ଆପଣ ଏହାକୁ ଅତି ସହଜରେ ପ୍ରୟୋଗ କରି ପାରିବେ ।

୨- ମୂଷା କୁ ଘରୁ ଦୂର କରିବା ନିମନ୍ତେ ଆଉ ଏକ ଉପାୟ ହେଉଛି ଲାଲ ମରିଚର ପାଉଡର । ଏହି ଉପାୟ ରେ ମୂଷା ଶୀଘ୍ର ଆପଣଙ୍କ ଘରୁ ବାହାରି ଯିବେ । ଆପଣ ମରୀଚ ଗୁଣ୍ଡା ନିଅନ୍ତୁ ଏବଂ ଶୁଖିଲା ଅଟା ରେ ତାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ଆପଣ ମୂଷା ରହୁଥିବା ଅଥବା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ମୂଷା ମାନେ ଏହାକୁ ଖାଇବାକୁ ଗଲେ ଏହି ଲାଲ ମରୀଚର ପାଉଡର ସେମାନଙ୍କୁ ବିତାଡିତ କରିବ । ମୂଷା ଆପଣଙ୍କ ଘରୁ ପଳାଇବେ ।

୩- ତେଜପତ୍ର କୁ ଆମ୍ଭେ ସମସ୍ତେ ଖାଇବାରେ ବ୍ୟବହାର କରିଥାଉ । ଆପଣ ୪ ରୁ ୫ ଟି ତେଜପତ୍ର ନିଅନ୍ତୁ ଏହାକୁ ଆପଣ ରାତିରେ ଜଳାଇ ଦିଅନ୍ତୁ ଏହାର ଗନ୍ଧ ରେ ମୂଷା ସହିତ ମଶା ମାନେ ମଧ୍ୟ ଘରୁ ବାହାରି ଯିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *