Vastu Tips- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ତୁଳସୀ ଗଛ ମୂଳରେ ଏହି 1 ଜିନିଷ ରଖିବା ଦ୍ଵାରା ସବୁ ଦିନ ପାଇଁ ଦୂର ହେଇଯାଏ ଦରିଦ୍ରତା

ହିନ୍ଦୁ ଧର୍ମରେ ତୁଳସୀ ଗଛର ଅସାଧାରଣ ମହତ୍ତ୍ଵ ରହିଛି । ସେଥିପାଇଁ ପ୍ରାୟ ପ୍ରତ୍ୟେକ ଘରେ ପବିତ୍ର ତୁଳସୀ ଚଉରା ରହିଥାଏ । ତୁଳସୀ ଗଛର ଉଭୟ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ମହତ୍ତ୍ଵ ମଧ୍ୟ ରହିଛି ।

ତୁଳସୀର ସମସ୍ତ ଔଷଧୀୟ ଗୁଣ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । ମାତ୍ର ଶ୍ରୀକୃଷ୍ଣ କହିଥିବା ତୁଳସୀ ସହ ଜଡ଼ିତ କେତେକ ମହତ୍ୱପୂର୍ଣ୍ଣ ନିୟମ ଆପଣ ଜାଣି ନ ଥିବେ । ତେବେ ଆସନ୍ତୁ ଜାଣିବା ସେ ନିୟମ ଗୁଡିକ କଣ ଅଟେ ।

“ତୁଳସୀ ଦଳ ମାତ୍ରେଣ

ଜଳସ୍ଯ ଚୁଳୁକେନ ବା

ବିକ୍ରିଣୀତେ ସ୍ୱମାତ୍ମାନ

ଭକ୍ତେଭ୍ଯୋ ଭକ୍ତବତ୍ସଳଃ”

ଏହାର ଅର୍ଥ ହେଉଛି ଯେଉଁ ଭକ୍ତ, ଭକ୍ତି ଭାବରେ ଶ୍ରୀକୃଷ୍ଣଙ୍କୁ ଏକ ଆଞ୍ଜୁଳା ଜଳ ଓ ତୁଳସୀ ଅର୍ପଣ କରନ୍ତି, ଭଗବାନ ସ୍ଵୟଂ ସେହି ଭକ୍ତକୁ ବରଦାନ ଦିଅନ୍ତି । ଏଥିରୁ ଜଣାପଡେ ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ । ଭଗବାନ ବିଷ୍ଣୁଙ୍କୁ ମଧ୍ୟ ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ । ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁ କୌଣସି ପ୍ରସାଦ ସ୍ବୀକାର କରନ୍ତି ନାହିଁ । ଯେଉଁ ଘରେ ଭକ୍ତି ଭାବରେ ତୁଳସୀଙ୍କ ପୂଜା କରାଯାଏ ସେହି ଘରକୁ ଭଗବାନ କେବେ ଭୂଳନ୍ତି ନାହିଁ ।

ତୁଳସୀ ଚଉରା ଆଖପାଖର ବାତାବରଣ ସର୍ବଦା ଶୁଦ୍ଧ ଓ ପବିତ୍ର ରହିଥାଏ । କାରଣ ତୁଳସୀ ଚଉରା ଆଖପାଖରେ ଦେବତାଙ୍କ ନିବାସ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତୁଳସୀଙ୍କ ପ୍ରତିଦିନ ପୂଜା ଓ ସେବା କରିବା ଉଚିତ୍ । ତୁଳସୀଙ୍କୁ ପ୍ରତିଦିନ ଶୁଦ୍ଧ ଜଳ ଅର୍ପଣ କରିବା ସହ ସକାଳ ଓ ସଞ୍ଜରେ ତାଙ୍କ ନିକଟରେ ଦୀପ ଜାଳି ନମସ୍କାର କରିବା ଉଚିତ୍ । ଘରେ ତୁଳସୀ ଗଛ ବଢିବା ସହ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ପାଏ ଓ ଭଗବାନ ବିଷ୍ଣୁ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତି ହୁଏ ।

ଏହାର ବିପରୀତ ଯଦି ତୁଳସୀ ଗଛ ଶୁଖି ଯାଉଛି ତେବେ ଏହା ଘରକୁ ସ-ଙ୍କ-ଟ ଆସିବାର ସଙ୍କେତ ଅଟେ । ତୁଳସୀ ପତ୍ରକୁ ଶୁଦ୍ଧ ଜଳରେ ମିଶାଇ ସେହି ଜଳକୁ ଘରେ ଛିଞ୍ଚିବା ଦ୍ବାରା ଘରୁ ସମସ୍ତ ନ-କ-ରା-ତ୍ମ-କ-ତା ଦୂର ହୋଇଯାଏ । ଶିବ ପୁରାଣରେ ସମସ୍ତ ପ୍ରକାର ଫୁଲ ଓ ପତ୍ରମାନଙ୍କ ମଧ୍ୟରେ ତୁଳସୀ ପତ୍ରକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଛି । ମଞ୍ଜି ଥିବା ତୁଳସୀ ପତ୍ରରେ ପ୍ରତିଦିନ ଭଗବାନ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କ ପୂଜା କରିବା ଦ୍ୱାରା ଜପ, ତପ, ଯଜ୍ଞ ଓ ଦାନର ପୁଣ୍ୟ ପ୍ରାପ୍ତ ହୋଇଥାଏ ।

ଯେଉଁ ପ୍ରକାର ନଦୀମାନଙ୍କ ମଧ୍ୟରେ ମା ଗଙ୍ଗାଙ୍କୁ ମୁକ୍ତିଦାୟିନୀ କୁହାଯାଏ, ସେହି ପ୍ରକାରେ ତୁଳସୀକୁ ମଧ୍ୟ କୃପାଦାୟିନୀ କୁହାଯାଏ । ଗଳାରେ ତୁଳସୀ ମାଳା ପିନ୍ଧିବା ଦ୍ବାରା ମାନସିକ ଶାନ୍ତି ମିଳିଥାଏ ଓ ମନ ଏବଂ ଆତ୍ମା ଶୁଦ୍ଧ ହୋଇଥାଏ ।

ତୁଳସୀ ଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରଖିବାକୁ କେତୋଟି ଉପାୟ

– ତୁଳସୀ ଗଛ ମୂଳରେ ଶାଳଗ୍ରାମ ରଖିବା ଦ୍ବାରା ଘରୁ ଦାରିଦ୍ର୍ୟତା ଦୂର ହୋଇଥାଏ । ଶାଳଗ୍ରାମକୁ ଭଗବାନ ବିଷ୍ଣୁଙ୍କ ସ୍ୱରୂପ ବୋଲି ମାନାଯାଏ । ଯେଉଁ ଘରେ ତୁଳସୀ ସହ ଶାଳଗ୍ରାମଙ୍କ ପୂଜା କରାଯାଏ, ସେଠାରେ ସର୍ବଦା ସୁଖ ସମୃଦ୍ଧି ରୁହେ ।

– ତୁଳସୀ ଡାଳରେ ଶୁକ୍ରବାର ଦିନ ଲାଲ୍ ରଙ୍ଗର ସୂତା ବାନ୍ଧି ମନୋସ୍କାମନା କଲେ ତାହା ନିଶ୍ଚୟ ପୂର୍ଣ୍ଣ ହୁଏ । ମନୋସ୍କାମନା ପୂର୍ଣ୍ଣ ହେବା ପରେ ସେହି ସୂତାକୁ ପ୍ରବାହିତ ନଦୀରେ ଭସାଇ ଦିଅନ୍ତୁ ।

– ତୁଳସୀ ଗଛ ନିକଟରେ କଦଳୀ ଗଛ ରଖିଲେ ସେହି ସ୍ଥାନର ପବିତ୍ରତା ଓ ଶୁଦ୍ଧତା ଆହୁରି ବଢ଼ିଯାଏ । କଦଳୀ ଗଛ ମଧ୍ୟ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଅଟେ । ଏହାଦ୍ବାରା ଗୁରୁ ଦୋଷ ଦୂର ହୋଇଥାଏ ।

– ତୁଳସୀ ଚଉରା ନିକଟରେ ସ୍ଵସ୍ତିକ ଆଙ୍କିବା ମଧ୍ୟ ଶୁଭ ଅଟେ । ଏହାଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରୁହେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *