ତୁଳସୀ ଚଉରାରେ କେଉଁ ଦିନ ଜଳ ସମର୍ପଣ କରିବେ ନାହିଁ , ଜଳ ଦେବା ସମୟରେ କେଉଁ ଦିଗକୁ ମୁହଁ  କରିବେ , କେଉଁ ମନ୍ତ୍ର ଉଚ୍ଚାରଣ କରିବେ  

ନମସ୍କାର ବନ୍ଧୁଗଣ , ଆମ ଶାସ୍ତ୍ର ଅନୁଯାୟୀ ଆମ କିଛି ବିଧି ନିୟମ ରହିଛି ଯାହାକୁ ପାଳନ କରିବା ଆମ ପାଇଁ ଶୁଭ ହୋଇଥାଏ । ଶାସ୍ତ୍ର ଲିଖିତ ବିଷୟ ସତ୍ୟ ଅଟେ , ଏହା ଆମ ଜୀବନ ରେ ବହୁତ ଭଲ ପ୍ରଭାବ ପକେଇଥାଏ । ଆସନ୍ତୁ ଜାଣିବା ତୁଳସୀ ଗଛ ବିଷୟରେ ଆମ ଶାସ୍ତ୍ର ରେ କଣ ନିୟମ ବିଧି ରହିଛି । ଶାସ୍ତ୍ରରେ କୁହାଯାଇଛି  ଯେଉଁ ଘରେ ମା ‘ ବୃନ୍ଦାବତୀଙ୍କୁ ପୂଜା କରାଯାଏ । ସେହି ଘରେ କୋଣସି ଦୁର୍ଘଟଣା ଆସିନଥାଏ ।

ଯେତେବେଳେ ପୂର୍ବ ଆକାଶ ରେ ସୂର୍ଯ୍ୟ ଦେବ ଉଦୟ ହୁଅନ୍ତି ଆପଣ ସମସ୍ତ କାର୍ଯ୍ୟ ସମାପ୍ତ କରି ତୁଳସୀଙ୍କୁ ପୂଜା କରିବା ଉଚିତ । ଯଦି ଆପଣ ସୂର୍ଯ୍ୟଙ୍କ ଉଦୟ ସମୟରେ ମା ‘ ତୁଳସୀଙ୍କୁ ପୂଜା କରିଥାନ୍ତି ତେବେ ବହୁତ ଶୁଭ ଫଳ ପ୍ରାପ୍ତ କରିଥାନ୍ତି । ମାତ୍ର ରବିବାର ଏବଂ ଏକାଦଶୀ ତିଥି ରେ ମା ‘ ତୁଳସୀଙ୍କୁ ଜଳ ଅର୍ପଣ କରାଯାଏ ନାହିଁ ।

ଏହାର  କାରଣ ଶାସ୍ତ୍ର ରେ କୁହାଯାଇଛି ଯେ ମା ‘ ବୃନ୍ଦାବତୀ ରବିବାର ଏବଂ ଏକାଦଶୀ ଦିନ ଭଗବାନ ଶ୍ରୀ ହରି ଙ୍କ ପାଇଁ ନିର୍ଜଳ ବ୍ରତ ରଖିଥାନ୍ତି । ତେଣୁ ଏହି ଦୁଇ ଦିନରେ ମା ‘ବୃନ୍ଦାବତୀ ଙ୍କୁ ଜଳ ଅର୍ପଣ କରାଯାଇନଥାଏ ଏବଂ ଏହା ସହିତ ମା ‘ ତୁଳସୀ ସ୍ପର୍ଶ ମଧ୍ୟ କରାଯାଇନଥାଏ । ଏହି ଦୁଇ ଦିନ କୁ ଛାଡି ହେଲେ ଆପଣ ସବୁ ଦିନ ମା ‘ ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରିପାରିବେ ।

ମା ‘ ତୁଳସୀଙ୍କୁ ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ଦୀପ ଜଳିବା ଉଚିତ୍ ଓ ଏହି ଜାଳି ଥିବା ଦୀପ କୁ ଭୂମି ଉପରେ ସିଧା ସଳଖ ନ ରଖି ଆସନ କିମ୍ବା ଫୁଲ ଉପରେ ରଖିବା ଉଚିତ୍ ହୋଇଥାଏ । ରବିବାର ଏବଂ ଏକାଦଶୀ ଦିନ ମଧ୍ୟ ଆପଣ ଦୀପ କୁ ଜାଳି ପାରିବେ । ଶାସ୍ତ୍ର ନିୟମ ଅନୁଯାୟୀ ଆମ କୁ ପୂର୍ବ ଏବଂ ଉତ୍ତର ଦିଗ କୁ ମୁଖ କରି ମା ‘ ତୁଳସୀଙ୍କୁ ଜଳ ଅର୍ପଣ କରିବାର ବିଧି ରହିଛି ।

ତୁଳସୀଙ୍କୁ ଜଳ ଅର୍ପଣ କରିବା ସମୟରେ ଗଛ ର ଉପର ଭାଗ କୁ ନ ଦେଇ ପ୍ରଥମେ ତୁଳସୀ ଗଛ ର ମୂଳ ଭାଗ କୁ ଦେବା ଉଚିତ୍ ହୋଇଥାଏ ।  ଧ୍ୟାନ ରଖିବେ ଯେ ମା ତୁଳସୀ ଙ୍କୁ ଜଳ ଅର୍ପଣ କରିବା ସମୟରେ ଆପଣଙ୍କ ବୃଦ୍ଧ ଏବଂ ତର୍ଜନୀ ଆଙ୍ଗୁଠି କୁ କେବେ ବି ପାଖ ରେ ରଖିବେ ନାହିଁ ।

କାରଣ ଯଦି ଆପଣ ଏହି ଦୁଇ ଆଙ୍ଗୁଠି ମିଶି ଜଳ ଅର୍ପଣ କରିବା ଦ୍ଵାରା ଅଶୁଭ ହୋଇଥାଏ । ତୁଳସୀଙ୍କୁ ଜଳ ଅର୍ପଣ କରି ସାରିଲା ପରେ ତୁଳସୀ ଙ୍କ ଗାୟତ୍ରୀ ମନ୍ତ୍ର କୁ ଉଚ୍ଚାରଣ କରିବା ଉଚିତ୍ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗ କୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *