ଏମିତି ହୋଇପାରିବେ ଆପଣ ପତଳା, ବାସ କେବଳ 2 ଟଙ୍କାର ଏହି ଘରୋଇ ଉପାୟରେ

ନମସ୍କାର ବନ୍ଧୁଗଣ, ପତଳା ରହିବା ସହ ନିଜକୁ ଫିଟ ରଖିବାକୁ ସମସ୍ତଙ୍କୁ ଇଚ୍ଛା । କାରଣ ମୋଟା ହେବା ଦ୍ଵାରା ସୌନ୍ଦର୍ଜ୍ୟ ତ ନଷ୍ଟ ହୋଇଥାଏ ତା ସହିତ ଅନେକ ରୋଗ ମଧ୍ୟ ଆମକୁ ମାଡି ବସିଥାଏ । ତେଣୁ ପତଳା ହେବା ଚକ୍କରରେ ବହୁତ ଲୋକ ବହୁତ ମେଡ଼ିସିନ ସବୁ ନେବାକୁ ଲାଗନ୍ତି , ଯାହା ସେମନଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଦେଇଥାଏ । କିନ୍ତୁ ଆଜି ଆପଣ ଜାଣିବେ କିଭଳି ଘରେ ମାତ୍ର ଦୁଇ ଟଙ୍କାରେ ମୋଟାପଣରୁ ଆପଣ ମୁକ୍ତି ପାଇପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଆପଣଙ୍କ ମୋଟାପଣକୁ ଦୂର କରିବା ପାଇଁ ଆପଣଙ୍କୁ ଘରୋଇ ଉପାୟରେ ଏକ ଡ୍ରିଙ୍କ ପ୍ରସ୍ତୁତ କରିବା ପାଇଁ ପଡିବ । ଏଥିପାଇଁ ଆପଣ ଏକ ଗ୍ଳାସ ପାଣିରେ ଅଧ ଚାମଚ ଜୁଆଣୀ ପକାନ୍ତୁ, ଏହାପରେ ଆପଣ ଏହି ପାଣିରେ ପକାନ୍ତୁ ଗୋଟିଏ ଖଣ୍ଡ ଡାଲଚିନି, ଆଉ ଶେଷରେ ପକାନ୍ତୁ ଗୋଟିଏ ତେଜପତ୍ର । ଏହିସବୁକୁ ପାଣିରେ ଭିଜିବା ପାଇଁ ପୁରା ରାତି ଆପଣ ଏହାକୁ ଘୋଡାଇ ରଖନ୍ତୁ ।

ପରଦିନ ସକାଳୁ ଆପଣ ଏହାକୁ ଦେଖିବା ପରେ ଏହାର ରଙ୍ଗ ଅଳ୍ପ ବଦଳି ଯାଇଥିବ । ଏବଂ ଯେଉଁସବୁ ଜିନିଷ ଏଥିରେ ପକାଯାଇଛି ସେସବୁ ଭିତରେ ଥିବା ପୋଷକ ତତ୍ତ୍ଵକୁ ପାଣି ଅବଜର୍ଭ କରିସାରିଥିବ । ଏହାପରେ ଆପଣ ଏହି ପାଣିକୁ ନେଇ  ଭଲ ଭାବାରେ ଗ୍ୟାସରେ ବସାଇ ଫୁଟାନ୍ତୁ ।

ଆପଣ ଏହି ଗରମ ଗରମ ପାଣିକୁ ଯଦି ସକାଳୁ ଖାଲି ପେଟରେ ପିଉଛନ୍ତି ତେବେ ଏହା ଆପଣଙ୍କ ମେଟାବଲିଜିମକୁ ଦିନ ସାରା ବୁଷ୍ଟ କରିଥାଏ । ଏହି ଡ୍ରିଙ୍କର ସେବନ ସମସ୍ତେ କରିପାରିବେ । ଡାଇବେଟିସ ହୋଇଥିବା କିମ୍ବା କୋଲେଷ୍ଟ୍ରଲ ହୋଇଥାଉ ସମସ୍ତ ପ୍ରକାର ରୋଗୀ ଏହାକୁ ସେବନ କରିପାରିବେ । ଆପଣ ସକାଳୁ ଉଠି ଚାହା ବଦଳରେ ଏହାର ସେବନ କରନ୍ତୁ ଆଉ ଜାଦୁ ଦେଖନ୍ତୁ ।

ଏହି ଡ୍ରିଙ୍କ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଦେଇଥାଏ । ଆପଣ ଏହାର ସେବନ କରିବା ସହ ସ୍ଵାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ । ଏହାର ସ୍ଵାଦ ବିଲକୁଲ ବି ଖରାପ ନୁହେଁ । ତେଣୁ ଆପଣ ଏହାକୁ ସହଜରେ ସେବନ କରିପାରିବେ । ସକାଳୁ ସକାଳୁ ଆପଣ ଏହାର ସେବନ କରିବେ ତ ନିଜକୁ ସତେଜ ଅନୁଭବ କରିବେ ଆଉ ଏହା ସହିତ ନିଜ ଓଜନ ମଧ୍ୟ କମାଇପାରିବେ ।

ଯେଉଁମାନେ ଯୋଗ କରୁଛନ୍ତି ସକାଳୁ ସେମାନେ ନିହାତି ଭାବରେ ଏହାର ସେବନ ପରେ 20 ରୁ 30 ମିନିଟ ଯୋଗ କରନ୍ତୁ । ଆପଣ ଏହାର  ସେବନ ସହ ଯଦି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆରମ୍ଭ କରିଦେଦେ ତେବେ ଖୁବ ଶୀଘ୍ର ନିଜକୁ ପତଳା ଦେଖିବା ପାଇଁ ପାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *