ତୁଳା ରାଶି- ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭୟଙ୍କର କଥା- ଥରେ ମାତ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ରାଶିଚକ୍ର ର ବହୁତ ମହତ୍ୱ ରହିଛି । ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ ।

ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ରେ ମନୁଷ୍ୟ ରାଶିରୁ ତାର ସମସ୍ତ ସ୍ଵଭାଵ ସମ୍ପର୍କରେ ଜାଣିବାକୁ ମିଳିଥାଏ । ବନ୍ଧୁଗଣ ଏପରି କିଛି ସମୟ ଆସିଥାଏ ଯେତେବେଳେ କିଛି ରାଶିର ବ୍ୟକ୍ତି ବିଶେଷ ଙ୍କ ର ଭାଗ୍ୟ ବଦଳି ଯାଇଥାଏ ଠିକ ସେହିପରି ଯେତେବେଳେ ଖରାପ ସମୟ ଚାଲିଥାଏ ସେତେବେଳେ ସେହି ରାଶି ର ବ୍ୟକ୍ତି ଙ୍କ ର ସର୍ବନାଶ ହୋଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ତୁଳା ରାଶି ରେ ଜନ୍ମ ନେଉଥିବା ବ୍ୟକ୍ତି ଙ୍କ ଜନ୍ମ ରୁ ମୃତ୍ୟୁ ମଧ୍ୟରେ ଘଟୁଥିବା କେତେକ ରହସ୍ୟମୟ କଥା ସମ୍ପର୍କରେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ବିଷୟ ରେ କିଛି ଅଧିକ କଥା ।

ତୁଳା ରାଶି କୁ ତିନି ଭାଗ ରେ ବିଭକ୍ତ କରାଯାଇଛି । ପ୍ରଥମ ଟି ହେଉଛି ୧୪/୭ ଚିତ୍ର ନକ୍ଷେତ୍ର ତୁଳା ରାଶି । ଏମାନେ ଦାନବ ଗଣ ହୋଇଥାନ୍ତି । ଏମାନେ କାମଶିକ ଭକ୍ତି ରେ ବିଶ୍ୱାସ କରନ୍ତି । ଦ୍ଵିତୀୟ ଟି ହେଉଛି ୧୫/୭ ସ୍ୱାତୀ ନକ୍ଷେତ୍ର ତୁଳା ରାଶି । ଏମାନେ ହେଉଛନ୍ତି ଦେବ ଗଣ । ଏମାନେ ବହୁତ ଧର୍ମ ବିଶ୍ୱାସୀ ହୋଇଥାଆନ୍ତି । ତୃତୀୟ ଟି ହେଉଛି ୧୬/୭ ବିଶାଖା ନକ୍ଷେତ୍ର ତୁଳା ରାଶି । ଏମାନେ ହେଉଛନ୍ତି ଦାନବ ଗଣ ।

ଏମାନେ ବହୁତ ପ୍ରକୃତି ପ୍ରେମୀ ହୋଇଥାନ୍ତି । ତୁଳା ରାଶି ର ବ୍ୟକ୍ତି ମାନେ ବହୁତ ପରିଶ୍ରମୀ,ଦୃଢ଼ ବିଶ୍ୱାସୀ,ସହନଶୀଳ,,ମେଳାପୀ,ସ୍ତ୍ରୀ ପ୍ରିୟ ଓ ଅନ୍ୟ ର ମତ କୁ ସମ୍ମାନ ଦେଇଥାନ୍ତି । ତୁଳା ରାଶି ର ବ୍ୟକ୍ତି ମାନଙ୍କୁ ଜ୍ଵର,ଗୁପ୍ତ ରୋଗ,ମେରୁଦଣ୍ଡ ରୋଗ,କଣ୍ଠ ରୋଗ ଓ ପେଟ ରୋଗ ଇତ୍ୟାଦି ହୋଇଥାଏ । ତୁଳା ରାଶି ର ବ୍ୟକ୍ତି ମାନେ ଲେଖକ,ବ୍ୟାପାର,ଶିକ୍ଷକ ଓ ଓକିଲ କାର୍ଯ୍ୟ ପ୍ରତି ବହୁତ ଆଗ୍ରହୀ ହୋଇଥାଆନ୍ତି ।

ଏହି ରାଶି ର ଲୋକ ମାନେ ସବୁବେଳେ କାହା ଅଧିନ ରେ ନ ରହି ସ୍ୱାଧୀନ ଭାବରେ ରହିବାକୁ ପସନ୍ଦ କରିଥାନ୍ତି । ଆପଣଙ୍କ ର ଆରମ୍ଭ କାଳ ସୁଖ ରେ କଟିବ । ମଧ୍ୟ କାଳ ସାମାନ୍ୟ ସୁଖ ରେ କଟିବ ଓ ଶେଷ ସମୟ ଦୁଃଖ ରେ କଟିବ । ଏମାନଙ୍କ ପାଖରେ ଅନେକ ପ୍ରକାର ଗୁପ୍ତ ବିଦ୍ୟା ରହିଥାଏ । ପ୍ରତିବର୍ଷ ନଭେମ୍ବର ମାସ ଓ ପ୍ରତି ମାସ ର ୫,୧୦,୧୪ ଓ ୨୦ ତାରିଖ ଏହି ରାଶି ର ବହୁତ ଅଶୁଭ ହୋଇଥାଏ ।

ଏହା ସହିତ ଶନିବାର ଟି ଆପଣଙ୍କ ପାଇଁ କ୍ଷତି କାରକ ଅଟେ । ଏହି ଦିନ ମାନଙ୍କ ରେ ଆପଣମାନେ ଠାକୁର ପୂଜା କରିବା ଉଚିତ । ଏହି ରାଶି ର ଲୋକଙ୍କ ପାଇଁ ଲାଲ ରଙ୍ଗ ର ପୋଷାକ କିମ୍ବା ଅନ୍ୟ କୌଣସି ଜିନିଷ ବହୁତ ଅଶୁଭ ହୋଇଥାଏ । ଆପଣଙ୍କ ର ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଥାଏ ଏହି କାରଣ ରୁ ଆପଣଙ୍କ ର ପରିବାର ରେ ଅଶାନ୍ତି ଲାଗି ରହିଥାଏ । ଏହି ରାଶି ର ଲୋକ ମାନେ ଦାନ ଧର୍ମ କରିବା ରେ ଅଧିକ ରୁଚି ରଖିଥାନ୍ତି । ଆପଣ ଗ୍ରହ ଶାନ୍ତି କରିବା ପାଇଁ ଶୁକ୍ରବାର ଦିନ ରୂପା ପୂଜା କରି ପିନ୍ଧିବା ଉଚିତ ଓ ହୋମ ଆଦି କରିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *