Jyotish Shastra- ଦୀର୍ଘ 30 ବର୍ଷ ପରେ ଶନିଦେବଙ୍କ କୁମ୍ଭ ରାଶିରେ ଗୋଚର ! ୫ଟି ରାଶିରେ ଲାଗିବ ଲଟେରୀ

ଚଳିତ ବର୍ଷ କର୍ମଫଳ ଦାତା ଶନିଦେବ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ସବୁ ଗ୍ରହ ମଧ୍ୟରେ ଶନିଦେବ ସବୁଠାରୁ ମନ୍ଦ ଗତୀରେ ଚଳନ କରିଥାନ୍ତି । ୨୦୨୨ ଡିସେମ୍ବର ମାସରେ ଶନିଦେବ ନିଜ ରାଶି କୁମ୍ଭ ରାଶିକୁ ଗୋଚର କରିବେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶନିଦେବ ରାଶି ପରିବର୍ତ୍ତନ ପାଇଁ ଅଢେଇ ବର୍ଷ ସମୟ ନେଇଥାନ୍ତି । ଦୀର୍ଘ ୩୦ ବର୍ଷ ପରେ ଶନିଦେବ ପୁନ କୁମ୍ଭ ରାଶିକୁ ଗୋଚର କରିବେ ।

ଏହି ଗୋଚର କାରଣରୁ କିଛି ରାଶି ମାନଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି ଯାହା ଶାସ୍ତ୍ରରେ କୁହା ଯାଇଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ । ମେଷ ରାଶି : ଆପଣଙ୍କ ପାଇଁ ଶାଣିଦେବା ଲାଭ ଭାଗ ଓ ଏକାଦଶ ଭାଗକୁ ଗୋଚର କରିବେ । କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହେବ । ବାଣିଜ୍ୟ ବେପାର ସହ ଜଡିତ ବ୍ୟକ୍ତି ଙ୍କ ପାଇଁ ସମୟ ଶୁଭ ରାଇବ । ତଥା ନୂଆ ବ୍ୟବସାୟ ଆରମ୍ଭ କରିବେ । କାର୍ଯ୍ୟ ସ୍ଥଳରେ ସବୁ ସହଯୋଗୀ ଙ୍କ ସହଯୋଗ ପ୍ରାପ୍ତି ହେବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ ।

ବୃଷ ରାଶି : ଶନିଦେବ ଆପଣଙ୍କ ରାଶି ରୁ ଦଶମ ଭାଗରେ ଗୋଚର କରିବେ । କୁଣ୍ଡଳୀ ର ଦଶମ ଭାଗ କ୍ୟାରୋୟର, କର୍ମ, ଚାକିରି ସହ ଜଡିତ ହୋଇଥାଏ । ଆପଣଙ୍କ ପାଇଁ ଉତ୍ତମ ସଂକେତ ରହିଛି । ନୂଆ ଚାକିରି ପ୍ରାପ୍ତ ହେବା ସହ ରୋଜଗାରେ ରେ ବୃଦ୍ଧି ହେବ । ଏହା ସହ ଧନ ଲାଭର ପ୍ରବଳ ଯୋଗ ରହିଛି । ସୁଖ, ବୈଭବ ପ୍ରାପ୍ତି ହେବାର ଯୋଗ ରହିଛି । ବିଦେଶରେ ଚାକିରି ପ୍ରାପ୍ତ ହେବାର ଯୋଗ ରହିଛି ।

ତୁଳା ରାଶି : ଶନିଦେବ ଙ୍କ ରାଶି ପରିବର୍ତ୍ତନ ଏମାନଙ୍କ ପାଇଁ ଶୁଭ ସଂକେତ ଦେଉଛି ଓ ଶନିଦେବ ଙ୍କ କୃପାରୁ ଧନ ଅର୍ଜନ କରିବାର ନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ବ୍ରହିବ । ଦୀର୍ଘ ଦିନରୁ ଯେଉଁ ସାମସ୍ୟା ଲାଗି ରହିଥିଲା ତାହା ଦୂର ହେବ । ବେପାର କ୍ଷେତ୍ରରେ ଲାଭବାନ ହେବେ ।

ଧନୁ ରାଶି : ଶନିଦେବ ଙ୍କ କୁମ୍ଭ ରାଶିରେ ଗୋଚର କାରଣରୁ ଏହି ରାଶିର ବ୍ୟକ୍ତି ଙ୍କ ବ୍ୟବସାୟରେ ବିଶେଷ ଉନ୍ନତି ହେବା ସହ ଚାକିରି କ୍ଷେତ୍ର ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ । ନୂଆ ଦାୟିତ୍ଵ ତଥା ଅଧିକାର ମିଳିପାରେ । ଧନ ସମ୍ପତି ରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ସମସ୍ୟାରେ ଆପଣଙ୍କୁ ଆରମ ମିଳିପାରେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ ।

ମକର ରାଶି : ଶନିଦେବ ଙ୍କ ରାଶି ପରିବର୍ତ୍ତନ ମକର ରାଶିରୁ କୁମ୍ଭ ରାଶିକୁ ହେବ । ତଥା ଆପଣଙ୍କ ରାଶିକୁ ଦିତୀୟ ଭାଗକୁ ଶନିଦେବ ଗୋଚର କରିବେ । ଯାହା ଫଳରେ ଧନ ଜନିତ ସମସ୍ଯା ଦୂର ହେବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *