ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶୀତ ଦିନେ ମୁଣ୍ଡରେ ରୂପୀ ହେବା ଏକ ସାଧାରଣ ସମସ୍ଯା ହୋଇଥାଏ । ରୂପୀ ଏକ ରୋଗ ନୁହେଁ ବଂର ଶରୀରର ଏକ ପ୍ରାକୃତିକ ସମସ୍ଯା । ଯାହାର ସଠିକ ଯତ୍ନ କରାଗଲେ ବହୁତ ଶୀଘ୍ର ରୂପୀ ସମସ୍ଯା ଠିକ ହୋଇଯାଇଥାଏ । ମୁଣ୍ଡରେ ରୂପୀ ହେବାର ବହୁତ ଗୁଡିଏ କାରଣ ରହିଥାଏ । ତେଣୁ ରୂପୀ ଠିକ ଭାବରେ ଅନୁଧ୍ଯ୍ଯାନ କରାଗଲେ ହିଁ ତାହାର ମୂଳ କାରଣ ଜଣା ପଡିଥାଏ ।
ଡାକ୍ତରଙ୍କର କହିବା ଅନୁସାରେ ମୁଣ୍ଡର ଚର୍ମରେ ଡେଡ୍ ସ୍କିନ ଗୁଡିକ ଯେତେବେଳେ ବାହାରି ଥାଏ । ତାହା ରୂପୀ ଆକାରରେ ମୁଣ୍ଡରୁ ଚୋପା ଚୋପା ହୋଇ ଛାଡିଥାଏ । ଯାହାକୁ ସାଧାରଣତଃ ସମସ୍ତେ ରୂପୀ ବୋଲି କହିଥାନ୍ତି । ଏହା ଛଡା ଏପରି କିଛି ସ୍କିନ ଜନିତ ସମସ୍ଯା ଅଛି ।
ଯାହା ହେଲେ ମଧ୍ୟ ମୁଣ୍ଡରୁ ରୂପୀ ଅଧିକ ପରିମାଣରେ ବାହାରିଥାଏ । ଯେପରି କୌଣସି ପ୍ରକାର ଫଙ୍ଗଲ ଇନଫେକସନ ବା ସୋରିଆସିସ ଭଳି କେତେକ ଚର୍ମ ଜନିତ ରୋଗ କାରଣରୁ ରୂପୀ ହୋଇଥାଏ । ଯେତେବେଳେ ରୂପୀ ହୋଇଥାଏ । ରୂପୀକୁ ଠିକ କରିବା ପାଇଁ ବହୁତ ପ୍ରକାର ବହୁତ ପ୍ରକାର ଘରୋଇ ଉପଚାର କରି ରୂପୀ ଭଲ କରିବାକୁ ଚାହିଁଥାନ୍ତି ।
ତେବେ ଡାକ୍ତରଙ୍କର ମତରେ ଯଦି ରୂପୀର କାରଣ ଠିକ ଭାବେ ଜାଣି ନଥିବେ । ତେବେ ଇଆଡୁ ସିଆଡୁ ଉପଚାର ମୁଣ୍ଡରେ ପ୍ରୟୋଗ କରିବା ଦ୍ଵାରା ମୁଣ୍ଡରେ ଅଧିକରୁ ଅଧିକ ରୂପୀ ବଢିଯିବାର ସମ୍ଭାବନା ରହିଥାଏ । କାରଣ ଯେଉଁ ଫଙ୍ଗଲ କାରଣରୁ ରୂପୀ ସୃଷ୍ଟି ହୋଇଥାଏ । ଦହି, ଲେମ୍ବୁ ଏପରି କିଛି ଘରୋଇ ଉପଚାରରେ ସେମାନଙ୍କୁ ଖାଦ୍ୟ ମିଳିଯାଇଥାଏ ।
ଯାହା ଦ୍ଵାରା ମୁଣ୍ଡରେ ଅଧିକ ରୂପୀ ଅଧିକ ଭାବେ ବିସ୍ତାର ହୋଇଯାଇଥାଏ । ଏପରି କେତେକ ସ୍ଥଳେ ମଧ୍ୟ ଘରୋଇ ଉପଚାର ଦ୍ଵାରା ମଧ୍ୟ ରୂପୀ ସମସ୍ଯା ଠିକ କରାଯାଇପାରିବ । ତେବେ ଯଦି ମୁଣ୍ଡରେ ରୂପୀ ହେଉଛନ୍ତି । ତେବେ କେଶର ପ୍ରପର ସଫେଇ କରିବା ନିତାନ୍ତ ଜରୁରୀ ହୋଇଥାଏ । ତେଣୁ ସପ୍ତାହକୁ ଅତି କମ୍ ରେ ୨ ରୁ ୩ ଥର ତେଲ ଲଗାଇ ତା’ ର କିଛି ଘଣ୍ଟା ପରେ କେଶକୁ ଭଲ ଭାବରେ ସାମ୍ପୁ କରି ସଫା କରି ଦିଅନ୍ତୁ ।
ଏପରି କିଛି ସ୍ଥଳେ ଭିଟାମିନ ଅଭାବରୁ ମଧ୍ୟ ମୁଣ୍ଡରେ ରୂପୀ ଦେଖା ଦେଇଥାଏ । ତେଣୁ ନିଜର ଖାଦ୍ୟକୁ ସନ୍ତୁଳିତ କରି ଖାଇବା ଉଚିତ । ଯେପରି ଖାଦ୍ୟରୁ ସବୁ ପ୍ରକାର ଭିଟାମିନ ଓ ମିନେରାଲ ଶରୀରକୁ ମିଳି ପାରୁଥିବ । ବହୁତ ଲୋକ ଶୀତ ଦିନରେ ମୁଣ୍ଡକୁ ସଫା କରିବାକୁ ବିଳମ୍ବ କରିଥାନ୍ତି । ତେଣୁ ମୁଣ୍ଡ ଠିକ ସେ ସଫା ନହୋଇ ମଇଳା ଯେତେ ଜମିବ, ରୂପୀ ସେତେ ବଢିବ ।
ତେଣୁ ୱିକରେ ୨ ରୁ ୩ ଥର ଭଲ ଭାବରେ ରୂପୀ ନିବାରଣ କରୁଥିବା ସାମ୍ପୁ ସାହାଜ୍ଯରେ କେଶ ଧୋଇବା ଦ୍ଵାରା ରୂପୀ ଭଲ ହୋଇଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।