ଏହି ୩ଟି ସ୍ୱପ୍ନ ବିଷୟରେ କାହାରିକୁ ପ୍ରକାଶ କରନ୍ତୁ ନାହିଁ

ଆମ୍ଭେମାନେ ପ୍ରାୟତଃ ସ୍ୱପ୍ନ ଦେଖିଥାଉ । ସ୍ୱପ୍ନରେ ଆମେ ବହୁତ ଜିନିଷ ଦେଖିଥାଉ । ଶାସ୍ତ୍ର ଅନୁସାରେ ଆମେ ସ୍ୱପ୍ନରେ ଯାହା ଦେଖିଥାଉ ତାହା ଆଗକୁ ଭଲ ହେବ କି ଖରାପ ହେବ ତାହା ଆମକୁ ସୁଚେଇ ଦେଇଥାଏ । ସ୍ୱପ୍ନରେ ଦେଖାଯାଉଥିବା ସବୁଜିନିସର କିଛି ନା କିଛି ଅର୍ଥ ଥାଏ । ଆମେ ସ୍ୱପ୍ନରେ ଦେଖିଥିବା କଥାକୁ ସଖାଳୁ ଅନ୍ୟ ପାଖରେ କହି ଥାଉ । କିନ୍ତୁ, କିଛି ସ୍ୱପ୍ନ ଏମିତି ହୋଇଥାଏ ଯାହାକି ଏହା କାହା ଆଗରେ କହିବା ଉଚିତ ନୁହେଁ । ଏହାକୁ କହିବା ଦ୍ୱାରା ଆପଣଙ୍କ ସବୁ କାର୍ଯ୍ୟ ବିଗିଡି ଯାଇଥାଏ । ତେଣୁ ଚାଲନ୍ତୁ ଆଜି ଆମେ ଜାଣିବା କେଉଁ ସବୁ ସ୍ୱପ୍ନକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବାକଥା ନୁହେଁ ।

ଆପଣ ଯଦି ସ୍ୱପ୍ନରେ ନିଜର ମୃତ୍ୟୁ ବିଷୟରେ ଦେଖୁଥାନ୍ତି, ତେବେ ଆପଣ କେବେବି ଏହାକୁ କାହା ଆଗରେ କୁହନ୍ତୁ ନାହିଁ । ଏହାର ଅର୍ଥ ହେଉଛି ଆପଣଙ୍କର କୌଣସି ସମସ୍ୟା ଦୁର ହେବାକୁ ଯାଉଛି । ଯଦି ଆପଣ ଏହା କାହା ଆଗରେ କହିଦେଉଛନ୍ତି, ତେବେ ଏହି ସ୍ୱପ୍ନର ପ୍ରଭାବ ନଷ୍ଟ ହୋଇଯାଇଥାଏ । ଏହା କୌଣସି କାର୍ଯ୍ୟ କରିନଥାଏ । ଏହା ସହିତ ଆପଣଙ୍କ ସମସ୍ୟାରେ ଅଧିକ ଦୁଃଖ ଭରିଦେଇଥାଏ ।

ଯଦି ଆପଣ ସ୍ୱପ୍ନରେ କୌଣସି ନଦୀ କୂଳରେ ବସିଥିବାର କିମ୍ବା ଜଙ୍ଗଲରେ ବୁଲୁଥିବାର ଦେଖୁଥାନ୍ତି ତାହାଲେ ଏହା କାହାକୁ କୁହନ୍ତୁ ନାହିଁ । ଏହାର ଅର୍ଥ, ଆପଣଙ୍କ ଜୀବନରେ ବହୁତ ଖୁସି ଆସିବା ସହିତ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧିର ଲହରୀ ଖେଳିଯିବ । ଏହାକୁ କାହା ଆଗରେ କହିବା ଦ୍ଵାରା ଏହା ଆପଣଙ୍କର କାର୍ଯ୍ୟ ଅପୁରଣ ରହିଯାଇଥାଏ ।

ଯଦି ଆପଣ ସ୍ୱପ୍ନରେ ସାପ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଜୀବନରେ ବହୁତ ଉନ୍ନତି ହେବାର ସଙ୍କେତ ହୋଇଥାଏ । ଏହା ଆପଣଙ୍କ ଶତ୍ରୁର ନାଶ ହୋଇଥଏ ଏବଂ ଧନର ଲାଭ ମଧ୍ୟ ହୋଇପାରେ । କେତେକ ଲୋକ ସ୍ୱପ୍ନରେ ସାପକୁ ଦେଖି ଡ଼ରିଥାନ୍ତି, ଏହାର ଅର୍ଥ ଆପଣଙ୍କ କୌଣସି ମିତ୍ର ପକ୍ଷରୁ ବିଶ୍ୱାସ ଘାତ ହୋଇପାରେ । ଯଦି କୌଣସି ବ୍ୟକ୍ତିକୁ ସାପ କାମୁଡ଼ିବାର ଦେଖାଯାଏ, ତାହେଲେ ସେ ବ୍ୟକ୍ତି କୌଣସି ବଡ଼ ବିମାରିରେ ପୀଡିତ ହୋଇପାରେ ।

ତେବେ ଏହି ତିନୋଟି ସ୍ୱପ୍ନ ବିଷୟରେ ଆପଣ କାହା ଆଗରେ କୁହନ୍ତୁ ନାହିଁ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *