ବନ୍ଧୁଗଣ, ଆପଣଙ୍କ ଶରୀରରେ ଯଦି ଦରଦ ରହୁଅଛି । ଅଥବା ଆପଣଙ୍କୁ ସବୁବେଳେ ଥକା ଲାଗୁଅଛି । ତେବେ ଆପଣ ସେ ସବୁକୁ ଆଦୌ ନଜର ଅନ୍ଦାଜ କରନ୍ତୁ ନାହିଁ । ଆଜି ଆମ୍ଭେ ଆପଣଙ୍କୁ ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଅଛୁ ।
ଯାହାକୁ ପ୍ରୟୋଗ କରି ଆପଣ ହାଡ ମାନଙ୍କ ମଧ୍ୟରେ ଥିବା କମଜୋରି, ଥକାପଣ, ଆଳସ, ଆଖିର କମଜୋରି, ତାକତ ର ଅଭାବ, ସ୍କିନ ତଥା କେଶ ସହିତ ଆହୁରି ଅନେକ ସମସ୍ୟାରୁ ବଞ୍ଚିତ ହୋଇପାରିବେ । ଆସନ୍ତୁ ତେବେ ଜାଣିନେବା ସେହି ଉପାୟ ଟି କଣ ଅଟେ ? ପ୍ରଥମେ ଆପଣ ମଖାନା ଅଥବା ପଦ୍ମ ମଞ୍ଜି ନିଅନ୍ତୁ । ଏଥିରେ ଅତ୍ୟଧିକ ମାତ୍ରାରେ ପ୍ରୋଟିନ, ଆଇରନ, ପୋଟାସିୟମ, ମାଗ୍ନେସିୟମ, ଜିଙ୍କ, ଭିଟାମିନ ଆଦି ରହିଅଛି ।
ଏହା ଶରୀରର ହାଡ ସହିତ ଆମ୍ଭର ମାଂସପେଶୀ କୁ ମଧ୍ୟ ମଜବୁତ ରଖିଥାଏ । ଏହା ସହିତ ଆମ ହୃଦୟ କୁ ସୁସ୍ଥ ରଖିଥାଏ । ଡାଇବେଟିକ, ବ୍ଲଡ଼ପ୍ରେସର, କଲେଷ୍ଟ୍ରୋଲ ଆଦି ସମସ୍ୟା ରେ ମଖାନା ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାପରେ ବାଦାମ ନିଅନ୍ତୁ । ଏହା ଆମ୍ଭ ମସ୍ତିସ୍କ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ଅଟେ । ଧ୍ୟାନ ରଖନ୍ତୁ କେବେ ମଧ୍ୟ ଆପଣ ଶୁଖିଲା ବାଦାମ ର ସେବନ କରିବେ ନାହିଁ । ଆପଣ ଏକ ପାତ୍ର ରେ କିଛି ବାଦାମ କୁ ଭିଯାଇ ରଖି ଦିଅନ୍ତୁ ଏବଂ କିଛି ସମୟ ପର୍ଯ୍ୟନ୍ତ ଏହାକୁ ଏଭଳି ରଖନ୍ତୁ ।
ଏହାପରେ ଆପଣ କିଛି ପୋସ୍ତକ ନିଅନ୍ତୁ । ଏହାପରେ ଏକ ଛୋଟ ଖଣ୍ଡ ମିଶ୍ରୀ ନିଅନ୍ତୁ । ଏହା ଆମ୍ଭ ଶରୀରରେ ହିମୋଗ୍ଲୋବିନ କୁ ବଢାଇବାରେ ସାହାର୍ଯ୍ୟ କରିଥାଏ । ଏହାପରେ ଆପଣ ଗ୍ୟାସ ରେ ଏକ ପ୍ୟାନ ବସାଇ ସେଥିରେ ଅଧା ଚାମଚ ଦେଶୀ ଘିଅ ପକାନ୍ତୁ । ଏହା ଆମ୍ଭ ଶିରା ନିମନ୍ତେ ବହୁତ ଲାଭ ଦାୟକ ଅଟେ । ଆପଣ ଘିଅ ରେ ୧ ରୁ ୨ ଚାମଚ ପୋସ୍ତୋକ ପକାଇ ଭାଜି ନିଅନ୍ତୁ ।
ଏହାପରେ ଏଥିରେ ଦେଢ ଗିଲାସ ଦୁଗ୍ଧ ମିଶାଇ ଦିଅନ୍ତୁ । ଆପଣ ଭିଯାଇ ରଖିଥିବା ବାଦାମ ମଧ୍ୟରୁ ୨ ଟି ଆଣି ତାହାର ଚୋପା ଛଡାଇ ଛେଚି ଏଥିରେ ପକାଇ ଦିଅନ୍ତୁ । ଏହାପରେ ମଖାନ ଅଥବା ଏକ ମୁଠା ପଦ୍ମ ମଞ୍ଜି ଏଥିରେ ପକାଇ ଦିଅନ୍ତୁ । ଏହି ମିଶ୍ରଣ କୁ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଦେଢ ଗିଲାସ ଦୁଗ୍ଧ ଏକ ଗିଲାସ ରେ ପରିଣତ ନ ହୋଇଛି । ଏହାପରେ ଆପଣ ମିଠା ହିସାବରେ ଯେତେ ମିଶ୍ରୀ ଏଥିରେ ପକାଇବା କଥା ପକାଇ ଦିଅନ୍ତୁ । ଏହା ସଂପୂର୍ଣ୍ଣ ଭାବରେ ଫୁଟି ସାରିବା ପରେ ଏହାକୁ ଆପଣ ଏକ ଗ୍ଳାସ ରେ କାଢି ଦିଅନ୍ତୁ ।
ଏହା ଦ୍ଵାରା ଆମ୍ଭ ଶରୀରରେ କ୍ୟାଲସିୟମ ର ଅଭାବ ଦୂର ହେବା ସହିତ ଦିନଯାକ ର ଥକାପାଣ ଦୂର ହେବ । ଆପଣଙ୍କ ଶରୀରରେ ଫୁର୍ତ୍ତି ଆସିବ । ଯଦି ଆପଣ ଏହାକୁ ରାତିରେ ସେବନ କରନ୍ତି ତେବେ ଅନିଦ୍ରା ର ସମସ୍ୟା ମଧ୍ୟ ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ଲାଭଦାୟକ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ