Chanakya Niti- ଏହି 3 ଲୋକଙ୍କ ଉପକାର କେବେ ବି କରିବେ ନାହିଁ

ନମସ୍କାର ବନ୍ଧୁଗଣ, ସବୁବେଳେ ଜଣେ ଅନ୍ୟ ଜଣଙ୍କୁ ଏହି ଉପଦେଶ ଦେବା ଆପଣ ନିହାତି ଭାବରେ ଶୁଣିଥିବେ । କୁହାଯାଏ ଅନ୍ୟ ମାନଙ୍କ ସହାୟତା କରିବା ଦ୍ଵାରା ଭଗବାନ ଆପଣଙ୍କର ମଙ୍ଗଳ କରିବେ । ତେଣୁ ଅନ୍ୟକୁ ସାହାର୍ଯ୍ୟ କରିବା ଉଚିତ । କିନ୍ତୁ ସଂସାରରେ ଏଭଳି ତିନୋଟି ବ୍ୟକ୍ତି ରହିଛନ୍ତି ଯେଉଁମାନଙ୍କ ପାଇଁ ଭଲ କେବେ ମଧ୍ୟ ଉଚିତ ନୁହେଁ । ଏଭଳି ବ୍ୟକ୍ତିଙ୍କ ଭଲ ଯଦି ଆପଣ କରନ୍ତି ତେବେ  ଆପଣ ନିଜେ ହଇରାଣରେ ପଡିଥାନ୍ତି ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି 3 ଜଣ ବ୍ୟକ୍ତିଙ୍କ ସମ୍ପର୍କରେ ଯେଉଁମାନଙ୍କର ଭଲ କେବେ ବି କରିବା ଉଚିତ ନୁହେଁ । 1- ଯଦି ଗୋଟିଏ ନାରୀ ବହୁତ ଅଧିକ ଖରାପ ଚରିତ୍ରର ହେବା ସହ ବହୁତ କୁଟ ପ୍ରକୃତିର ହୋଇଥାଏ ତେବେ ସେହି ନାରିଙ୍କ ଭରଣ ପୋଷଣ କରିବା ଅନୁଚିତ ।

ଯଦି କୌଣସି ନାରୀ ଚରିତ୍ର ହୀନ ହେବା ସହ ବହୁତ ଅଧିକ କଠୋର, ଖରାପ ସ୍ଵାଭାବର ହୋଇଥିବା ସ୍ତ୍ରୀର ଭରଣ ପୋଷଣ କରୁଥିବା ପୁରୁଷଙ୍କୁ କେବେ ମଧ୍ୟ ଖୁସି ପ୍ରାପ୍ତ ହୋଇନଥାଏ । ଏଭଳି ସ୍ତ୍ରୀକୁ କେବଳ ଧନ ପ୍ରତି ଭଲ ପାଇବା ରହିଥାଏ । ଭଲ ପୁରୁଷ ଯଦି ଏଭଳି ସ୍ତ୍ରୀଙ୍କ ସମ୍ପର୍କରେ ରହିବେ ତେବେ ସମାଜ ତଥା ଘର ପରିବାର ଲୋକଙ୍କ ଠାରୁ କେବଳ ଅସମ୍ମାନ ହେବାକୁ ପଡିବ ।

2- ମୂର୍ଖ ଶିଷ୍ୟକୁ ଉପଦେଶ ଦେବାର ମଧ୍ୟ କୌଣସି ଫାଇଦା ନଥାଏ । ଚାଣକ୍ୟ କହିଥାନ୍ତି ଯଦି କୌଣସି ସ୍ତ୍ରୀ କିମ୍ବା ପୁରୁଷ ମୂର୍ଖ ଅଟନ୍ତି ତେବେ ତାଙ୍କୁ ଜ୍ଞାନ କିମ୍ବା ଉପଦେଶ ଦେବା ଉଚିତ ହୋନଥାଏ । କାରଣ ମୂର୍ଖ ବ୍ୟକ୍ତିକୁ ଆପଣ ଜ୍ଞାନ ତଥା ଉପଦେଶ ଦେଇ ତାର ଭଲ କରିବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ସେହି ମୂର୍ଖ ବ୍ୟକ୍ତି ତାହାକୁ ବୁଝିପାରି ନଥାଏ ।

ବୁଦ୍ଧିହୀନ ବ୍ୟକ୍ତି ଜ୍ଞାନ କଥାକୁ ନେଇ ବିତର୍କ କରିବାକୁ ଲାଗନ୍ତି ଯାହା ଫଳରେ କେବଳ ସମୟ ନଷ୍ଟ ହୋଇଥାଏ । ମୂର୍ଖ ବ୍ୟକ୍ତିକୁ ବୁଝାଇବା ଦ୍ଵାରା ଆପଣଙ୍କ ମାନସିକ ସ୍ଥିତି ମଧ୍ୟ ବିଗିଡି ଯାଏ । ତେଣୁ ଏଭଳି ଲୋକଙ୍କ ଭଲ କରିବା ବଦଳରେ ଏମାନଙ୍କ ଠାରୁ ଦୂରେଇ ରହିବା ଉଚିତ ।

3- ଯେଉଁ ବ୍ୟକ୍ତି ବିନା କାରଣରେ ସବୁବେଳେ ଦୁଃଖୀ ରହିଥାଏ ସେଭଳି ମଣିଷ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ । ଚାଣକ୍ୟ କହିଛନ୍ତି ଯେଉଁ ମଣିଷ ଭଗବାନ ଠାରୁ ମିଳିଥିବା ଧନ ସମ୍ପତ୍ତି ପାଇ ମଧ୍ୟ ସବୁବେଳେ ଦୁଃଖରେ ରହିବା ଚିନ୍ତା କରନ୍ତି ସେଭଳି ମଣିଷ ପାଖରେ ରହିବା ଦ୍ଵାରା କିମ୍ବା ତାହାର ଭଲ କରିବା ପାଇଁ ଚେଷ୍ଟା କରିବା ଦ୍ଵାରା ଆପଣ ଓଲଟା ଦୁଃଖ ପାଇବେ ।

ବୁଦ୍ଧିମାନ ମଣିଷକୁ ଯାହା ମିଳିଥାଏ ସେ ସେଥିରେ ହିଁ ଖୁସି ରହିଥାଏ । ଅଯଥାରେ ଦୁଃଖୀ ରହୁଥିବା ଲୋକ ସବୁବେଳେ ଅନ୍ୟ ମାନଙ୍କ ସୁଖକୁ ଦେଖି ଈର୍ଷା କରିବାକୁ ଲାଗନ୍ତି । ଏଭଳି ବିନା କାରଣରେ ଦୁଃଖୀ ରହିବା ସହ ମନରେ ଈର୍ଷା ଭାବନା ରଖୁଥିବା ମଣିଷ ଠାରୁ ଦୂରେଇ ରହିବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *