Vastu Shastra- ଏହି ୩ ଜଣ ମହିଳା ଭୁଲରେ ବି କରନ୍ତୁ ନାହିଁ ତୁଳସୀ ପୂଜା, ଲାଗିଥାଏ ମହାପାପ

ଆମର ହିନ୍ଦୁଧର୍ମ ରେ ତୁଳସୀ ଗଛ ର ବହୁତ ଅଧିକ ମହତ୍ଵ ରହିଛି । ଶାସ୍ତ୍ର ରେ କୁହାଯାଇଛି ଆମେ ଘରେ ଯଦି ଏହି ପବିତ୍ର ଗଛ କୁ ପୂଜା କରନ୍ତି ତ ଘରର ପବିତ୍ରତା ବଜାୟ ରହିଥାଏ । ଏବଂ ଘରୁ ସବୁ ନକରାତ୍ମକ ପ୍ରଭାବ ଦୂରେଇ ଯାଇ ସକାରାତ୍ମକ ପ୍ରଭାବ ପଡିଥାଏ । ଆଉ ଘରେ ସୁଖ ଏବଂ ଶାନ୍ତି ର ବାତ୍ତାବରଣ ରହିଥାଏ । ତୁଳସୀ ଗଛ ରେ ସ୍ଵୟଂ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ସେଥିପାଇଁ ତୁଳସୀ ପତ୍ର ଭଗବାନ ବିଷ୍ଣୁ ଙ୍କର ଅତି ପ୍ରିୟ ହୋଇଥାଏ ।ଏହା ଛଡା ତୁଳସୀ ଗଛରେ ଅନେକ ଔଷଧୀୟ ଗୁଣ ମଧ୍ୟ ଲୁଚି ରହିଥାଏ ।

ଏହି ପରି ଭାବରେ ତୁଳସୀ ଗଛ ଆମର ବିଭିନ୍ନ ପ୍ରକାର ଉପକାର ରେ ଲାଗିଥାଏ । ତୁଳସୀ ୩ ପ୍ରକାରର ହୋଇଥାଏ । ଯଥା:- କୃଷ୍ଣ ତୁଳସୀ, ଧଳା ତୁଳସୀ ଏବଂ ରାମ ତୁଳସୀ । ଏଥି ମଧ୍ୟରୁ କୃଷ୍ଣ ତୁଳସୀ ସବୁଠୁ ଅଧିକ ମହତ୍ତ୍ଵ ରହିଛି । ତୁଲସୀର ପୂଜା କରିବା ଦ୍ଵାରା ପାପ ନାଶ ହୋଇଥାଏ ଏବଂ ଶାନ୍ତି ମିଳିଥାଏ । ତୁଳସୀ ଗଛରେ ପ୍ରତ୍ଯେକ ଦିନ ଜଳ ଅର୍ପଣ କରା ଯାଇଥାଏ ।

କିନ୍ତୁ ତୁଳସୀ ଗଛରେ ଜଳ ଦେବାପାଇଁ କେତେ ଗୁଡିଏ ନିୟମ ଥାଏ। ଆଜି ଆମେ କହିବୁ କେଉଁ ନାରୀ ତୁଳସୀ ଗଛରେ ଜଳ ଅର୍ପଣ କରିପାରିବେନାହିଁ।ତା ସହିତ ମାସିକ ଧର୍ମରେ ପୀଡିତ ମହିଳା ମାନେ ତୁଳସୀ ଗଛ ରେ ପାଣି ଦେଇପାରିବେ କି ନାହିଁ ଆଜି ଆମେ ଆଲୋଚନା କରିବା। ତା ପୂର୍ଵ ରୁ ଗୋଟେ କଥା ମନ ତୁଳସୀ ଗଛ ସେହି ବ୍ୟକ୍ତି ଲଗେଇବା ଉଚିତ ଯିଏ ଏହାର ପ୍ରତିଦିନ ଧ୍ୟାନ ରଖିପାରୁଥିବ । ଆଉ ଏହି ତୁଳସୀ ଗଛ ରେ ପ୍ରତିଦିନ ଜଳ ଅର୍ପଣ କରିବେ। ଘିଅ କିମ୍ବା ତେଲ ର ଦୀପ ଲଗାନ୍ତୁ ଓ ସବୁ ନିୟମ କୁ ପାଳନ କରନ୍ତୁ , ନହଲେ ମାତା ଲକ୍ଷ୍ମୀ ରାଗି ଯିବେ ଓ ଘରୁ ଚାଲିଯାନ୍ତି। ତ ଯଦି ଆପଣ ଆପଣଙ୍କ ବଗିଚା ରେ ତୁଳସୀ ଗଛ ରଖିଛନ୍ତି ତେବେ ତାର ଭଲ ସେ ଧ୍ୟାନ ରଖନ୍ତୁ।

୧. ଚାଲନ୍ତୁ ପ୍ରଥମେ ଜାଣିବା ମାସିକ ଧର୍ମ ବେଳେ ତୁଳସୀ ଗଛ ରେ ଜଳ ଅର୍ପଣ କରିପାରିବା କି ନାହିଁ- ତ ବନ୍ଧୁଗଣ ମାସିକ ଧର୍ମ ସମୟରେ ସେମାନେ ଶରୀର ଅପବିତ୍ର ହୋଇଥାଏ।ସେଥି ପାଇଁ ମାସିକ ଧର୍ମ ବେଳେ କିଛି କରିବାକୁ ମନା କରାଯାଏ।ଏହି ସମୟରେ ମନ୍ଦିର ନଯିବାକୁ ଉପଦେଶ ଦିଆଯାଇଥାଏ ଓ ଗଛ ପାଣି ଦବା ଉଚିତ ନୁହେଁ ତ ସେଥିପାଇଁ ଆପଣଙ୍କୁ ମାସିକ ଧର୍ମ ବେଳେ ତୁଳସୀ ରେ ପାଣି ଦେବା ଉଚିତ ନୁହେଁ ଓ ଆପଣଙ୍କ ଏହି ସମୟ ରେ ତୁଳସୀ କୁ ପୂଜା କରିପାରିବେନି । ମାସିକ ଧର୍ମର ଚତୁର୍ଥ ଦିନ ମୁଣ୍ଡ ସଫା କରି ତୁଳସୀ କୁ ପୂଜା କରିପାରିବେ ଓ ଜଳ ପ୍ରଦାନ କରିପାରିବେ।

୨. ବିବାହିତ ମହିଳା ମାନଙ୍କ ପାଇଁ ତୁଳସୀ ପୂଜା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ତୁଳସୀ ବିବାହ କୁ ପୂର୍ଣ୍ଣ ରୂପରେ କଲେ ବୈବାହିକ ଜୀବନ ଖୁସି ରେ କଟି ଥାଏ । କିନ୍ତୁ ଯଦି ଆପଣ ହିନ୍ଦୁ ରୀତି ନୀତି ଅନୁସାରେ ୭ଟି ବଚନ ନେଇ ନାହାନ୍ତି ତେବେ ଆପଣ ତୁଳସୀ ଗଛ ପାଖକୁ ଯିବା ଅନୁଚିତ। ଆପଣ ସେହି ସମୟରେ ତୁଳସୀ ଙ୍କୁ ପୂଜା କରିପାରିବେନି।ତ ଅପଣ ତୁଳସୀ ଠାରୁ ଦୁର ରେ ରୁହନ୍ତି ବିନା ୭ଟି ବଚନ ରେ ଆପଣ ତୁଳସୀ ପୂଜା କରି ପାରିବେନି।

୩. ଯଦି ଆପଣ କୋର୍ଟରେ ଵିଵାହ କରିଛନ୍ତି ତେବେ ବି ଆପଣ ତୁଳସୀ ଗଛ ପୂଜା କରିବାକୁ ସକ୍ଷମ ନୁହନ୍ତି । ଆପଣ ଵିଵାହ ର ସବୁ ବିଧି ସମ୍ପର୍ଣ୍ଣ କରି ତୁଳସୀ ଙ୍କୁ ପୂଜା କରିପାରିବେ । ଯଦି ଆପଣ ଶାସ୍ତ୍ର କୁ ନ ମାନି ଆପଣ ପୂଜା କରନ୍ତି ଯଦି ଆପଣ ପାପ ର ଭାଗିଦାର ହୋଇପାରନ୍ତି । ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି । କୁଆଁରୀ କନ୍ୟା ତୁଳସୀ ଙ୍କୁ ପୂଜା କରିପାରିବେ ,କିନ୍ତୁ ଆମେ ଏଠି ବିବାହିତ ନାରୀ ଙ୍କ ବିଷୟ ରେ କହୁଛୁ।

ଏବେ ଆମେ ଆପଣଙ୍କୁ ତୁଳସୀ ର ବିଶେଷ ଉପାୟ ବିଷୟରେ କହିବୁ,ଏହା ଦ୍ୱାରା ଆପଣଙ୍କ ସବୁ କଷ୍ଟ ଓ ଦୁଃଖ ର ନାଶ କରିବ। ଇଏ ଘର ନକରାତ୍ମକ ଉର୍ଜ଼ା କୁ ଶେଷ କରିଥାଏ। ଗୋଟେ ପିତ୍ତଳ ର ଲୋଟା ରେ ପାଣି ଭାରି ସେଥିରେ ୫ଟି ପତ୍ର ତୁଳସୀ ପକାଇଦିଅନ୍ତୁ, ତାକୁ ପାଣି ଭିତରେ ରଖିକି ଗୋଟେ ଦିନ ଛାଡି ଦିଅନ୍ତୁ ,୨୪ଘଣ୍ଟା ପରେ ସେଇ ପାଣି କୁ ମୁଖ୍ୟ ଦୁଆର ରେ ଓ ଘରେ ପକାନ୍ତୁ । ଏହା ପରେ ବଳକା ପାଣି କୌଣସି ଗଛ ମୁଳରେ ଢାଳି ଦିଅନ୍ତୁ। ଏହା କରିବା ଦ୍ୱାରା ଅପଣଙ୍କ ଘରେ ଯେତେ ଭି ନକରାତ୍ମକ ଶକ୍ତି ଥିବା ସେ ସବୁ ନଷ୍ଟ ହୋଇଯିବ। ଫଳରେ ଆପଣଙ୍କ ପରିବାର ସର୍ବଦା ଶାନ୍ତିମୟ ଜିବନ ଯାପନ କରିବେ। ଆପଣଙ୍କ ଦିନ ମଙ୍ଗଳମୟ ହେଉ।

ଲେଖାଟି ପସନ୍ଦ ଆସିଥିଲେ ଲାଇକ ଓ ଶେୟାର କରି ଦିଅନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *